ଜୁଲାଇ ୧୮ ତାରିଖ, ଗୁରୁବାର : କେଉଁ ରାଶି ପାଇଁ କେମିତି ରହିବ ଆଜିର ଦିନଟି ଜାଣନ୍ତୁ

Published By : Prameya-News7 Bureau | July 18, 2019 IST

ମେଷ – ପରିଶ୍ରମର ମୂଲ୍ୟ ମିଳିବ । କଷ୍ଟସାଧ୍ୟ ହେବ । ଶତ୍ରୁମାନଙ୍କ ଭୟରେ ନଜର ରଖିବାକୁ ପଡିବ । ଆନନ୍ଦ ଉତ୍ସବରେ ସମୟଅତିବାହିତ କରିପାରନ୍ତି । ପ୍ରଭାବ ବିସ୍ତାର କରି ଓ ରଣକୌଶଳକୁ ଶାଣିତ କରି ଶତ୍ରୁ ଦମନରେ ସିଦ୍ଧହସ୍ତ ହେବେ ।

ବୃଷ – ଦୀର୍ଘ ଦିନର ଅଭିଳାଷ ପୂରଣ ହେବ । ଘାତଚନ୍ଦ୍ର ଭୋଗ ହେଉଥିବାରୁ ସତର୍କରେ ଚଳିବାକୁ ପଡିବ । ପତ୍ନୀଙ୍କ ସଞ୍ଚିତ ଅର୍ଥରେ ମଉଜ ମଜଲିସ କରିପାରନ୍ତି । ଆପଣଙ୍କ ପରାମର୍ଶ ଉପାଦେୟ ହେବ । ଶାସ୍ତ୍ରଜ୍ଞ ହୋଇପାରନ୍ତି ।

ମିଥୁନ - ଚାକିରି କ୍ଷେତ୍ରରେ ନିର୍ଭରଶୀଳ ନ ହୋଇ ସ୍ୱାଧୀନ ଚିନ୍ତାଧାରା ଓ ବିବେକାନୁମୋଦିତ କାର୍ଯ୍ୟ କରିପାରନ୍ତି । ନିଜକୁ କଳହଯୁକ୍ତ ରଖିପାରିଲେ ପ୍ରଶଂସାର ପାତ୍ର ହେବେ । ସମସ୍ୟା ଉପରେ ସମସ୍ୟା ଲାଗି ରହିଥିବାରୁ ଚିନ୍ତିତ ହେବେ ।

କର୍କଟ – ଶତ୍ରୁ ସହିତ ମୁହାଁମୁହିଁ ହୋଇପାରନ୍ତି । ଉଚ୍ଚ ଆଶା ଫଳବତୀ ହେବ । ବହୁ ଶୁଭଫଳ ପ୍ରାପ୍ତିର ସୂଚନା ମିଳୁଛି  । ବିବାଦୀୟ ପ୍ରତି ଯୋଗିତାରେ ବିଜୟ ହାସଲ କରିବେ । ସକଳ ଗୁଣର ଆଧାର ହେବେ । ସୁଖୀ ଓ କାବ୍ୟ ଶାସ୍ତ୍ରାନୁରକ୍ତ ହେବେ ।

ସିଂହ – ମିଳିଥିବା ସୁଯୋଗର ଉପଯୋଗ କରି କୃତକାର୍ଯ୍ୟ ହେବେ । ଆଶାବାଦୀ ହୋଇପାରନ୍ତି । ବହୁ ସୁଖର ଅଧିକାରୀ ହେବେ । ପାରିବାରିକ ଶାନ୍ତି ମିଳିବ । କର୍ମକ୍ଷେତ୍ରରେ ଉନ୍ନତି ଘଟିବ । ବିଭିନ୍ନ ଦିଗରୁ ଧନାଗମ ହେବାର ସୂଚନା ମିଳୁଛି ।

କନ୍ୟା – ଜନୈକ ହିତେଷୀଙ୍କ ଠାରୁ ପ୍ରେରଣା ପାଇ ଶୁଦ୍ଧ-ପୂତ କାର୍ଯ୍ୟ କରିବେ । ମନ ଚଞ୍ଚଳ ରହିବ । ଶ୍ରୀଚନ୍ଦ୍ର ଭୋଗ ହେଉଥିବାରୁ ରୋଜଗାର ଆଶାନୁରୂପ  ହେବ । ରୁଚିକର ଭୋଜନ ମିଳିବ । ସ୍ୱାସ୍ଥ୍ୟ ଅତୁଟ ରହିବ । ଚିନ୍ତାଧାରା ଉନ୍ନତମାନର ହେବ ।

ତୁଳା – ମାନସିକ ସ୍ତରରେ ଉତ୍ତେଜନା ଦେଖା ଦେବ । ବ୍ୟୟ ପରିମାଣ ଅଧିକ ହେବ । ପାରିବାରିକ ସୁଖ ମିଳିବ । ଗୁରୁକୃପା ଲାଭ କରିପାରନ୍ତି । ଘାତ-ପ୍ରତିଘାତ ସତ୍ତେ୍ୱ କାର୍ଯ୍ୟରେ ସଫଳତା ଲାଭ କରିବେ । ପରକୁ ଆପଣାର କରିପାରନ୍ତି ।

ବିଛା – ବ୍ୟବସାୟ ଲାଭଜନକ ହେବ । ସୁଖ-ସନ୍ତୋହ ଲାଭ କରିବେ । ହର୍ଷ-ଉଲ୍ଲାସ ମଧ୍ୟରେ ସମୟ ଅତିବାହିତ କରିପାରନ୍ତି । ଅର୍ଥାଗମର ସୂଚନା ମିଳୁଛି । କର୍ମ କୁଶଳତା ପ୍ରକାଶ ପାଇବ । ସରକାରୀ ସ୍ତରରେ ସମ୍ମାନିତ ହୋଇ ଅର୍ଥପ୍ରାପ୍ତି ହେବ ।

ଧନୁ – ସାମୁହିକ କାର୍ଯ୍ୟରେ ଆଗକୁ ବଢିବେ । କର୍ମ ଚଞ୍ଚଲ ରହିବେ । ଗୃହରେ ଶାନ୍ତିର ବାତାବରଣ ସୃଷ୍ଟି ହେବ । ସମ୍ମାନିତ ହେବେ । ସାଧନାରେ ସିଦ୍ଧିପ୍ରାପ୍ତ ହେବ । ସରକାରୀ ଅର୍ଥ ପ୍ରାପ୍ତିର ସୂଚନା ମିଳୁଛି । ଗୃହ ପରିବେଶ ସନ୍ତୋଷ ଜନକ ହେବ ।

ମକର – କାର୍ଯ୍ୟ କ୍ଷେତ୍ରରେ ଉନ୍ନତି ଘଟିବ । ସେବା-ପୂଜା ପ୍ରତି ଆଗ୍ରହୀ ହେବେ । କାର୍ଯ୍ୟ ହାସଲ କରିବାରେ ସକ୍ଷମ ହେବେ । ବନ୍ଧୁ ସହ ଯୋଗ ପାଇ ପାରନ୍ତି । ଭ୍ରମଣ ସୁଖ ମିଳିବ । ନିଜ କାର୍ଯ୍ୟ ପାଇଁ ଆତ୍ମ ସନ୍ତୋଷ ଲାଭ କରିପାରନ୍ତି । ଦାମ୍ପତ୍ୟ ଜୀବନ ସୁଖପ୍ରଦ ହେବ ।

କୁମ୍ଭ  - କର୍ମକ୍ଷେତ୍ରରେ ଥିବା ପ୍ରତିବନ୍ଧକ ଦୂରୀଭୂତ ହେବ । ଅଷ୍ଟମ ଚନ୍ଦ୍ର ଭୋଗ ହେଉଥିବାରୁ ଶାରିରୀକ କ୍ଳେଶ ଉପୁଜି ପାରେ । ତେଜୀୟାନ୍ ହେବେ । ମଧୁରଭାଷୀ ହୋଇପାରନ୍ତି । ବହୁ ଦ୍ରବ୍ୟ ଲାଭର ସୂଚନା ମିଳୁଛି । ନାନା ବିଭବରେ ମଣ୍ଡିତ ହେବେ ।

ମୀନ - ଆଶା-ଆଶଙ୍କାରେ ଦିନ କଟିବ । ଆତ୍ମ ବଡିମା ଦେଖାଇପାରନ୍ତି । ବ୍ୟବହାର କୁଶଳତା ଯୋଗୁଁ ଜନସାଧାରଣଙ୍କ ଆଦରଣୀୟ ହେବେ । ପାରିବାରିକ ସୁଖ ଶାନ୍ତି ଅବ୍ୟାହତ ରହିବ । ସୁଖ-ସମୃଦ୍ଧିପୂର୍ଣ୍ଣ ଜୀବନ-ଯାପନ କରିପାରନ୍ତି ।

News7 Is Now On WhatsApp Join And Get Latest News Updates Delivered To You Via WhatsApp

Copyright © 2024 - Summa Real Media Private Limited. All Rights Reserved.