Prameya News7

Prameya News7, News7 Odia, Odisha Latest News, Odisha Current Headlines, Odisha News Online

ପ୍ରମୁଖ ଖବର
  • ଅଭିନେତା ଆଶିଷ ରାୟଙ୍କ ପରଲୋକ
  • ||
  • ବାତ୍ୟା ‘ନିଭାର୍’ ପ୍ରଭାବରେ ଚେନ୍ନାଇରେ ବର୍ଷା
  • ||
  • ନବରଙ୍ଗପୁର : ଭାରସାମ୍ୟ ହରାଇ ଗଛରେ ପିଟିହେଲା ବାଇକ୍, ୨ ବାଇକ୍ ଆରୋହୀଙ୍କ ମୃତ୍ୟୁ
  • ||
  • ଭୁବନେଶ୍ୱର : ରାଜ୍ୟରେ ଆଉ ୧୪ କରୋନା ସଂକ୍ରମିତ ପ୍ରାଣ ହରାଇଲେ, ମୃତକଙ୍କ ସଂଖ୍ୟା ୧୬୭୧ରେ ପହଞ୍ଚିଲା
  • ||
  • ଭୁବନେଶ୍ୱର : ରାଜ୍ୟରେ ଚିହ୍ନଟ ହେଲେ ୬୪୨ କରୋନା ସଂକ୍ରମିତ, ୩୧୫୨୭୧ରେ ପହଞ୍ଚିଲା ଆକ୍ରାନ୍ତଙ୍କ ସଂଖ୍ୟା
  • ||
  • ଆସୁଛି ବାତ୍ୟା ‘ନିଭାର୍’: ୨୫ରୁ ପ୍ରବଳ ବର୍ଷା, ଜିଲ୍ଲାପାଳଙ୍କୁ ଆଲର୍ଟ ରହିବାକୁ ନିର୍ଦ୍ଦେଶ
  • ||

ଜୁଲାଇ ୧୭ ତାରିଖ, ବୁଧବାର : କେଉଁ ରାଶି ପାଇଁ କେମିତି ରହିବ ଆଜିର ଦିନଟି ଜାଣନ୍ତୁ

17/07/2019 at 11:35 AM

ମେଷ – ବୁଝି-ବିଚାରି କାର୍ଯ୍ୟ କଲେ ସଫଳତା ମିଳିବ । ସେବା-ପୂଜାପ୍ରତି ଆଗ୍ରହୀ ହେବେ । ଭାଗ୍ୟଶାଳୀ ହେବେ । ଭୋଗ-ବିଳାସରେ ଦିନଟି ଅତିବାହିତ ହେବ । ସୁଖ-ସମୃଦ୍ଧିପୂର୍ଣ୍ଣ ଜୀବନ ଯାପନ କରିବେ । ବିଦ୍ୱାନ ହେବେ ।

ବୃଷ – ଶୁଭ ଖବର ମିଳିପାରେ । ଶାରିରୀକ କଷ୍ଟ ଅନୁଭବ କରିପାରନ୍ତି । ସହଯୋଗୀ ବ୍ୟବସାୟ ଲାଭଜନକ ହେବ । ଅଷ୍ଟମ ଚନ୍ଦ୍ର ଭୋଗ ହେଉଥିବରୁ ସତର୍କରେ ଚଳିବାକୁ ପଡିବ । ଜଳଯାତ୍ରା ଓ ଉଚ୍ଚସ୍ଥାନ ଆରୋହଣ ମନା ।

ମିଥୁନ – ମୂଲ୍ୟବାନ୍ ଧାତୁ ପଦାର୍ଥ ମିଳିପାରେ । ବନ୍ଧୁ ସହଯୋଗ ପାଇ ଖୁସି ହୋଇପାରନ୍ତି । ବ୍ୟବସାୟ ଲାଭଜନକ ହେବ । ସେବା ମନୋଭାବ ଜାଗ୍ରତ ହେବ । ଶାନ୍ତ ଓ ଧୈର୍ଯ୍ୟବାନ୍  ହୋଇପାରନ୍ତି । ପତ୍ନୀଙ୍କ ପରାମର୍ଶରେ ଚଳିବାକୁ ପଡିବ ।

କର୍କଟ – ବନ୍ଧୁ ମେଳରେ ଦିନଟି ଅତିବାହିତ କରିପାରନ୍ତି । ମନରେ ଅହଂଭାବ ଜାତ ହୋଇପାରେ । ବଦଖର୍ଚ୍ଚୀ ହୋଇପାରନ୍ତି । ଭାଇମାନଙ୍କ ପ୍ରତି ସ୍ନେହଭାବ ରହିବ । ସୁସ୍ଥ ଓ ନିରାମୟ ଜୀବନ ଯାପନ କରିପାରନ୍ତି । ଶତ୍ରୁନାଶ କରି ଆଶ୍ୱସ୍ତ ହେବେ ।

ସିଂହ – ଅର୍ଥ ଚିନ୍ତାରେ ଥିବା ବେଳେ ଆକସ୍ମିକ ଧନଲାଭ ହେବ । ଚଞ୍ଚଳ ପ୍ରକୃତିର ହୋଇପାରନ୍ତି । ଜୁଆ କିମ୍ବା ଲଟେରୀରୁ ଅର୍ଥ ପ୍ରାପ୍ତ ହୋଇପାରେ । ବ୍ୟବସାୟରୁ ପ୍ରଚୁର ଧନ ଲାଭ ହେବ । ସୁଶୀଳ ଓ ଆଜ୍ଞାକାରିଣୀ ପତ୍ନୀଙ୍କ ସହାୟତା ପାଇପାରନ୍ତି ।

କନ୍ୟା – ଉଦାର ସ୍ୱଭାବର ହେବେ । ଦାନଶୀଳ ହୋଇପାରନ୍ତି । ଜଣେ ଉତ୍ତମ ବ୍ୟକ୍ତିତ୍ୱ ସମ୍ପନ୍ନ ହେବେ । ସୁସ୍ଥ ଓ ନିରାମୟ ଜୀବନ-ଯାପନ କରିବେ । କୃଷି କର୍ମଚାରୀ ହୋଇପାରନ୍ତି । ଜଳ ପ୍ରତି ଆଦର ପ୍ରେମୀ ଓ ବୁଦ୍ଧିମାନ୍ ହେବେ । ଯାନ-ବାହନ ସୁଖ ମିଳିବ ।

ତୁଳା – ଆବଶ୍ୟକତା ଅନୁସାରେ ଅର୍ଥ ଯୋଗାଡରେ ଲାଗି ପଡିବେ । ଘାତଚନ୍ଦ୍ର ଭୋଗ ହେଉଥିବାରୁ ସତର୍କରେ ଚଳିବାକୁ ପଡିବ । ମନ ପ୍ରସନ୍ନ ରହିବ । ଆସ୍ତିକ ସ୍ୱଭାବର ହେବେ । ମଧୁରଭାଷୀ ହୋଇପାରନ୍ତି । ଧାର୍ମିକ,ବନ୍ଧୁ ପ୍ରେମୀ ଓ ବିଦ୍ୱାନ୍ ହେବେ ।

ବିଛା – ଆର୍ଥିକ ସହାୟତା ମିଳିପାରେ । ଶତ୍ରୁମାନଙ୍କ ଉପରେ ସତର୍କ ଦୃଷ୍ଟି ରଖିବେ । ଭାଗ୍ୟଶାଳୀ ହୋଇପାରନ୍ତି । ମଧୁରଭାଷୀ, ସହନଶୀଳ,ଶାନ୍ତିପ୍ରିୟ ଓ ଉଦାର ବିଦ୍ୟାପ୍ରେମୀ ହୋଇପାରନ୍ତି । ପତ୍ନୀ ସୋହାଗ ବୃଦ୍ଧି ହେବ । ମିତ୍ର ସୁଖ ଲାଭ କରିବେ ।

ଧନୁ – କେତେକ କାର୍ଯ୍ୟକୁ ତ୍ୱରାନ୍ୱିତ କରୁଥିବା ବେଳେ ଆଉ କେତେକ କାର୍ଯ୍ୟକୁ ସ୍ଥଗିତ ରଖିପାରନ୍ତି । ଶ୍ରୀଚନ୍ଦ୍ର ଭୋଗ ହେଉଥିବା ବେଳେ ଉତ୍ତମ ମିଷ୍ଟାନ୍ନ ଭୋଜନରେ ଆପ୍ୟାୟିତ ହୋଇପାରନ୍ତି । ଐଶ୍ୱର୍ଯ୍ୟ ଯୁକ୍ତ ହେବେ । ମୋକଦ୍ଦମାରେ ଜିଣି ଅର୍ଥ ପାଇବେ ।

ମକର – ଶରୀର ସୁସ୍ଥ ରହିବ । ପଥରୋଧର ସମ୍ମୁଖୀନ ହୋଇପାରନ୍ତି । ଚଞ୍ଚଳ ସ୍ୱଭାବର ହେବେ । ଥଣ୍ଡା-କଫ ଜନିତ ପୀଡା ଉପୁଜି ପାରେ । ମଧୁରଭାଷୀ ହେବେ । ଧାର୍ମିକ ପ୍ରବୃତ୍ତିର ହୋଇପାରନ୍ତି । ସାହସୀ ଓ ଜ୍ଞାନି ହେବେ । ଗୁପ୍ତ ବିଦ୍ୟାରେ ରୁଚି ରହିବ ।

କୁମ୍ଭ  – ବ୍ୟବସାୟ ଲାଭଜନକ ହେବ । ଆୟ ଆଶାନୁରୁପ ହୋଇପାରେ । ସୁସ୍ଥ ଓ ନିରାମୟ ରହିବେ । ଯଶସ୍ୱୀ ହେବେ । ଲୋକପ୍ରିୟତା ଅର୍ଜନ କରିବେ । ଚଞ୍ଚଳ ଚେଷ୍ଟିତ ହୋଇପାରନ୍ତି । ସରକାରୀ ସ୍ତରରେ ସମ୍ମାନିତ ହେବେ । ଅର୍ଥ ପ୍ରାପ୍ତ ହେବେ ।

ମୀନ – ଭ୍ରାତୃ ବିବାଦ ଦୂରେଇ ଯିବ । ଆପଣଙ୍କ ପରିଶ୍ରମର ମୂଲ୍ୟାଙ୍କନ ହେବ । କୁଳ ଉଜ୍ଜ୍ୱଳକାରୀ ହେବେ । ମନ ପ୍ରସନ୍ନ ରହିବ । ସୁସ୍ଥ ଓ ନିରାମୟ ଜୀବନ-ଯାପନ କରିପାରନ୍ତି । ଦୟାଳୁ ସ୍ୱଭାବର ହେବେ । ବ୍ୟବସାୟ ଲାଭଜନକ ହେବ । ଯଶ ଅର୍ଜନ କରି ଉତ୍ଫୁଲ୍ଲିତ ହେବେ ।

   Related Posts