Prameya News7

Prameya News7, News7 Odia, Odisha Latest News, Odisha Current Headlines, Odisha News Online

ପ୍ରମୁଖ ଖବର
  • ସାଲେପୁର : ମକର ଯାତ୍ରାରୁ ନାବାଳିକାଙ୍କୁ ଟେକି ନେଇ ନଦୀପଠାରେ ଗଣଦୁଷ୍କର୍ମ, ଥାନାରେ ଏତଲା, ଭାଇରାଲ୍ ଭିଡିଓ ନେଇ ପୋଲିସର ଛାନଭିନ୍
  • ||
  • କେନ୍ଦ୍ରାପଡା : ଚିକିତ୍ସା ଅବହେଳାରୁ ରୋଗୀ ମୃତ୍ୟୁ ଅଭିଯୋଗ, ସିଡିଏମ୍‌ଓଙ୍କ କାର୍ଯ୍ୟାଳୟ ଆଗରେ ମୃତଦେହ ରଖି ପରିବାର ଲୋକଙ୍କ ଧାରଣା
  • ||
  • ବୌଦ୍ଧ : ATMରୁ ବାହାରିଲା କାଗଜ ପେଷ୍ଟ ଥିବା ୨୦ଟି ୫ଶହ ଟଙ୍କିଆ ନୋଟ୍, ଫେରସ୍ତ ନେବାକୁ ମନାକଲା ବ୍ୟାଙ୍କ୍ !
  • ||
  • ଭୁବନେଶ୍ବର : ରାଜ୍ୟରେ ବୁଧବାରଠୁ ପୁଣି ଟିକାକରଣ, ଟିକା ନେବେ ବଳକା ୧ ଲକ୍ଷ ୭୩ ହଜାର ୬୩୬ ଜଣ ସ୍ଵାସ୍ଥ୍ୟକର୍ମୀ
  • ||
  • ସମ୍ବଲପୁର : କିନ୍ନରଙ୍କଠାରୁ ୩ବର୍ଷର ଶିଶୁ କନ୍ୟାକୁ ଉଦ୍ଧାର କଲା ଚାଇଲ୍ଡ ଲାଇନ୍, ଚୋରି ସନ୍ଦେହ
  • ||
  • ଭୁବନେଶ୍ବର : STF ପଞ୍ଝାରେ ଧଳା ଜହର ବେପାରୀ, କୋଟିଏରୁ ଅଧିକ ଟଙ୍କାର ବ୍ରାଉନସୁଗାର ଜବତ
  • ||
  • ନବରଙ୍ଗପୁର : ଚଳନ୍ତା କାର୍‌ରେ ଲାଗିଲା ନିଆଁ, ଅଳ୍ପକେ ବର୍ତ୍ତିଲେ ଯାତ୍ରୀ
  • ||
  • ଢେଙ୍କାନାଳ : ହାତୀ ପୁଣି ନେଲା ଆଉ ଜଣଙ୍କ ଜୀବନ, ଶୌଚ ହେବାକୁ ଯାଇଥିବା କଚାଡି ମାରିଲା ଦନ୍ତା
  • ||
  • ବଲାଙ୍ଗୀର : ବିଚାରାଧୀନ କଏଦୀ ମୃତ, ହତ୍ୟା ମାମଲାରେ ଥିଲେ ଅଭିଯୁକ୍ତ
  • ||
  • ଶହେ ତଳକୁ ଖସିଲା ଦୈନିକ ସଂକ୍ରମିତଙ୍କ ସଂଖ୍ୟା : ରାଜ୍ୟରେ ଚିହ୍ନଟ ହେଲେ ଆଉ ୯୯ କୋଭିଡ୍ ପଜିଟିଭ୍‌, ୩୩୪୫୨୯ରେ ପହଞ୍ଚିଲା ଆକ୍ରାନ୍ତଙ୍କ ସଂଖ୍ୟା
  • ||

ଜୁଲାଇ ୧୬ ତାରିଖ, ମଙ୍ଗଳବାର : କେଉଁ ରାଶି ପାଇଁ କେମିତି ରହିବ ଆଜିର ଦିନଟି ଜାଣନ୍ତୁ

16/07/2019 at 7:43 AM

ମେଷ – ଆର୍ଥିକ ସମସ୍ୟା ଉପୁଜି ପାରେ । ନିଜ ସମ୍ମାନକୁ ଜଗି ଚଳିବାକୁ ପଡିବ । ପ୍ରଭାବ ବିସ୍ତାର କରିପାରନ୍ତି । ଆନନ୍ଦ ଉତ୍ସବ ଲାଗି ରହିବ । ପ୍ରିୟ ଭାଷୀ ହେବେ । ଧନ ଓ ଯାନବାହନଯୁକ୍ତ ହୋଇପାରନ୍ତି । ସୁବର୍ଣ୍ଣ ସଂପଦ ମିଳିପାରେ ।

ବୃଷ – ପାରିବାରିକ ଶାନ୍ତି ଫେରି ପାଇବେ । ଦ୍ରବ୍ୟ ନଷ୍ଟ ହେବାର ସମ୍ଭାବନା ଅଛି । ଶୁଭା-ଶୁଭ ମିଶ୍ରତ ଫଳ ମିଳିବ । କନ୍ୟା,ପୁତ୍ର,ପୌତ୍ରାଦି ଲାଭ କରିପାରନ୍ତି । ଶାସ୍ତ୍ରାଭ୍ୟାସୀ ହେବେ । ବିନୀତ ସ୍ୱଭାବର ହେବେ । ସ୍ତ୍ରୀ ଧନ ହେତୁ ସୁଖୀ ହେବେ ।

ମିଥୁନ – ପଦୋନ୍ନତି ପାଇଁ ଚେଷ୍ଟା ଜାରି ରଖିବେ । କର୍ମକ୍ଷେତ୍ରରେ ଉତ୍ସାହ ବୃଦ୍ଧି ପାଇବ । ଅର୍ଥ ପ୍ରାପ୍ତିର ସୂଚନା ମିଳୁଛି । ଗୃହରେ ଶାନ୍ତିର ବାତାବରଣ ସୃଷ୍ଟି ହେବ । ମିଷ୍ଟାନ୍ନ ଭୋଜନରେ ଆପ୍ୟାୟିତ ହେବେ । ବିବାଦୀୟ କ୍ଷେତ୍ରରେ ବିଜୟୀ ହେବେ ।

କର୍କଟ – ପ୍ରଭାବଶାଳୀ ବ୍ୟକ୍ତିଭାବେ ନିଜ ପ୍ରଭାବର ଉପଯୋଗ କରିପାରନ୍ତି । ଆଳସ୍ୟ ପରିତ୍ୟାଗ କରିବାକୁ ପଡିବ । ଘାତଚନ୍ଦ୍ର ଭୋଗ ହେତୁ ସାମାନ୍ୟ କ୍ଳେଶ ଭୋଗ କରିପାରନ୍ତି । ବିଭିନ୍ନ ଦିଗରୁ ଧନାଗମ ହେବ ।

ସିଂହ – କାର୍ଯ୍ୟରେ ଆଶିଂକ ସଫଳତା ମିଳିବ । ଶ୍ରୀ ଚନ୍ଦ୍ର ଭୋଗ ହେଉଥିବାରୁ ମିଷ୍ଟାନ୍ନ ଭୋଜନରେ ଆପ୍ୟାୟିତ ହେବେ । ପାରିବାରିକ ସୁଖ ମିଳିବ । ଦାମ୍ପତ୍ୟ ଜୀବନ ସୁଖପ୍ରଦ ହେବ । କର୍ମକ୍ଷେତ୍ରରେ ଉନ୍ନତି ଘଟିବ ।

କନ୍ୟା – ବିବାଦୀୟ ପରିସ୍ଥିତି ଉପୁଜି ପାରେ । ବ୍ୟୟ ବୃଦ୍ଧିର ସୂଚନା ମିଳୁଛି । ମଧ୍ୟମ ଧରଣର ଶୁଭଫଳ ପ୍ରାପ୍ତ ହେବ । ବିଶୁଦ୍ଧ କାର୍ଯ୍ୟ କରି ପ୍ରଶଂସାର ପାତ୍ର ହେବେ । ନିର୍ଭୀକ ହେବେ । ସୁଶୀଳ ଓ ବିଧିଜ୍ଞ ହେବା ଆଶା କରାଯାଏ ।

ତୁଳା – ଅଧିକ ଲାଭବାନ୍ ହେବା ପାଇଁ ବ୍ୟବସାୟରେ ଅଧିକ ଅର୍ଥ ବିନିଯୋଗ କରିବେ । କୃତକାର୍ଯ୍ୟ ହୋଇପାରନ୍ତି । ଉଚ୍ଚକର୍ମରେ ସଂପୃକ୍ତି ରହିବ । ଗୁରୁକୃପା ଲାଭ କରିବେ । କାର୍ଯ୍ୟରେ ସଫଳତା ମିଳିବ । ପାରିବାରିକ ସୁଖ ମିଳିବ ।

ବିଛା – ଆକସ୍ମିକ ଭାବେ ଧନଲାଭ ହୋଇପାରେ । ଦାନ-ଧର୍ମରେ ଦୀକ୍ଷିତ ହୋଇପାରନ୍ତି । ଅର୍ଥାଗମ ହେବାର ସୂଚନା ମିଳୁଛି । ହର୍ଷ-ଉଲ୍ଲାସରେ ଦିନଟି ଅତିବାହିତ କରିପାରନ୍ତି । କର୍ମ କୁଶଳତା ପ୍ରକାଶ ପାଇବ । ସରକାରୀ ଅର୍ଥ ମିଳିପାରେ ।

ଧନୁ – ମନସ୍କାମନା ପୂରଣ ହେବ । ପୂର୍ବର ଅସୁସ୍ଥତାର ଉପଶମ ପାଇଁ ବିଶ୍ରାମ ଗ୍ରହଣ କରିପାରନ୍ତି । ଗୃହରେ ଶାନ୍ତିର ବାତାବରଣ ସୃଷ୍ଟି ହେବ । ସମ୍ମାନିତ ହୋଇପାରନ୍ତି । ସାଧନାରେ ସିଦ୍ଧି ପ୍ରାପ୍ତ ହେବେ । ଭାଗ୍ୟବାନ୍ ହେବେ ।

ମକର – ଯେକୌଣସି କାର୍ଯ୍ୟ କରନ୍ତୁ ନା କାହିଁକି, ସଫଳତା ମିଳିବ । ଅଷ୍ଟମ ଚନ୍ଦ୍ର ଓ ଘାତଚନ୍ଦ୍ର ଏକତ୍ର ଭୋଗ ହେଉଥିବାରୁ ସାରା ଦିନ, ରାତି ସତର୍କତାର ସହ ଚଳିବାକୁ ପଡିବ । ମନରେ ବ୍ୟାକୁଳତା ଭାବ ଦେଖା ଦେବ ।

କୁମ୍ଭ  – ବନ୍ଧୁ ସହଯୋଗ ମିଳିବ । କର୍ମକ୍ଷେତ୍ରରେ ସଫଳ ହେବେ । ଅର୍ଥ ପ୍ରାପ୍ତିର ସୂଚନା ମିଳୁଛି । ପାରିବାରିକ ଶାନ୍ତି ମିଳିବ । ଯଶସ୍ୱି ହେବେ । ସର୍ବତ୍ର ବିଜୟ ଲାଭ କରିବେ । ଶାସ୍ତ୍ରଜ୍ଞାତା ହୋଇପାରନ୍ତି । ସୁବିଦ୍ୟାଯୁକ୍ତ ହେବେ । ଦ୍ରବ୍ୟ ଲାଭ ହୋଇପାରେ ।

ମୀନ – ବନ୍ଧୁ ସହ ଯୋଗ ପାଇବେ । ପରଚର୍ଚ୍ଚା କରିପାରନ୍ତି । ବ୍ୟବହାର କୁଶଳତା ଯୋଗୁଁ ଆଦରଣିୟ ହେବେ । ପାରିବାରିକ ସୁଖ,ଶାନ୍ତି ଅବ୍ୟାହତ ରହିବ । ଉଚ୍ଚପଦପଦବୀରେ ଆରୁଢ ହୋଇପାରନ୍ତି । ଗୁଣବାନ୍,ନୀତିଯୁକ୍ତ ଓ ବିନୀତ ସ୍ୱଭାବର ହେବେ ।

   Related Posts