ଜୁଲାଇ ୧୫ ତାରିଖ, ସୋମବାର : କେଉଁ ରାଶି ପାଇଁ କେମିତି ରହିବ ଆଜିର ଦିନଟି ଜାଣନ୍ତୁ

Published By : Prameya-News7 Bureau | July 15, 2019 IST

ମେଷ – ଜରୁରୀ କାମ କରିବା ଲାଗି ଯୋଜନା କରିବେ । କୌଣସି ବଡ ଅଧିକାରୀଙ୍କ ସହ ଯୋଗ ମିଳିପାରେ । ଅପିସରେ ମାହୋଲ ଠିକ୍ଠାକ୍ ରହିବ । ନୂଆ ବାହନ କିଣିବା ଲାଗି ମନ ବଳିବ । ବାଣିଜ୍ୟ ଛାତ୍ରଙ୍କ ଲାଗି ଦିନଟି ଭଲ ରହିବ ।
ବୃଷ – ଆଜି ଆପଣଙ୍କର ଆତ୍ମବଳ ଓ ଉତ୍ସାହ ବୃଦ୍ଧି ହେବ । ସମ୍ବନ୍ଧ ଓ କାମ ମଧ୍ୟରେ ତାଳମେଳ ବଜାୟ ରହିବ । ବ୍ୟବସାୟୀଙ୍କୁ ଅଧିକ ଧନଲାଭ ହେବ । ଜୀବନସାଥୀଙ୍କ ସହିତ ସମ୍ବନ୍ଧ ବଢିଆ ରହିବ । ଛାତ୍ରୀମାନଙ୍କ ପାଇଁ ଦିନଟି ଭଲ ରହିବ ।
ମିଥୁନ - ଆଜି ଆପଣ ନୂଆ ଉର୍ଜାର ସହିତ କାମ କରିବେ । କୌଣସି କାନୁନ ମାମଲାରେ ଖାସ୍ ଲୋକଙ୍କ ସାହାର୍ଯ୍ୟ ମିଳିବ । ଅଫିସରେ ଆପଣଙ୍କ କାମକୁ ପ୍ରଶଂସା ମିଳିବ । ଅଚାନକ ଧନଲାଭ ହେବ । ବନ୍ଧୁ ମାନଙ୍କ ସହିତ ଆପଣଙ୍କର ସମୟ ଭଲରେ କଟିବ ।
କର୍କଟ – କାର୍ଯ୍ୟ କ୍ଷେତ୍ରରେ ପୁରୁଣା ପରିଚୟରୁ ଫାଇଦା ମିଳିବ । ଶତ୍ରୁ ଆପଣଙ୍କର କ୍ଷତି କରିବାକୁ ଷଡଯନ୍ତ୍ର ରଚିବେ ହେଲେ କିଚି କରି ପାରିବେ ନାହିଁ । ଆର୍ଥିକ ସ୍ଥିତିରେ ପ୍ରଗତି ହେବ । ବିଜ୍ଞାନ ଛାତ୍ରଙ୍କ ଲାଗି ଦିନଟି ଭଲ ରହିବ ।
ସିଂହ – ଆପଣଙ୍କର ମନୋଭାବ ହାସ୍ୟୋଦ୍ଦୀପକ ରହିବ । ବନ୍ଧୁମାନଙ୍କ ସହିତ ସମୟ କଟିବ । ନିତିଦିନିଆ କାର୍ଯ୍ୟରେ ଆପଣଙ୍କୁ ସଫଳତା ମିଳିବ । ବେପାର କାମରେ ଦୂର ସ୍ଥାନକୁ ଯାତ୍ରାରେ ଯିବେ । ଖର୍ଚ୍ଚ ଉପରେ ନିୟନ୍ତ୍ରଣ ରଖନ୍ତୁ ।
କନ୍ୟା – ଦିନଟି ଆପଣଙ୍କ ଲାଗି ଠିକ୍ଠାକ୍ ରହିବ । ପ୍ରତ୍ୟେକ କ୍ଷେତ୍ରରେ ସତ୍ୟର ସାଥ ଦେବେ । କାର୍ଯ୍ୟ କ୍ଷେତ୍ରରେ ଉନ୍ନତି ହେବ । ଲୋକ ଆପଣଙ୍କୁ ସହ ଯୋଗ କରିବେ । ରାଜନୀତିରେ ଲାଭ ପାଇବେ । ପ୍ରେମ ସାଗରରେ ବୁଡ ପକାଇବେ ।
ତୁଳା – ଆତ୍ମବିଶ୍ୱାସ ସହିତ କାମ କରନ୍ତୁ, ସଫଳତା ନିଶ୍ଚୟ ମିଳିବ । କାର୍ଯ୍ୟ କ୍ଷେତ୍ରରେ ଅଧିକାରୀବର୍ଗ ଆପଣଙ୍କ ପକ୍ଷରେ ରହିବେ । କୌଣସି ଜରୁରୀ କାମରେ ସଫଳତା ମିଳିବ । ଜୀବନସାଥୀଙ୍କ ସହିତ ଭ୍ରମଣରେ ଯିବା ପାଇଁ ଯୋଜନା କରିବେ ।
ବିଛା – ମନରେ ଧାର୍ମିକ କାର୍ଯ୍ୟ ପ୍ରତି ଶ୍ରଦ୍ଧା ବଢିବ । ଆପଣଙ୍କର ସକାରାତ୍ମକ ଭାବନାରେ ଲୋକେ ପ୍ରଭାବିତ ହେବେ । କୌଣସି ଜରୁରୀ କାମରେ ସଫଳତା ମିଳିବ । ଜୀନସାଥୀଙ୍କ ସହିତ ଭ୍ରମଣରେ ଯିବା ପାଇଁ ଯୋଜନା କରିବେ ।
ଧନୁ – ଦିନଟି ଆପଣଙ୍କ ଲାଗି ଦୁଃଖ ଓ ସୁଖ ମିଶ୍ରିତ ହୋଇ ରହିବ । ମନ୍ଦିର ସଫାସୁତୁରାରେ ଆପଣଙ୍କର ସହ ଯୋଗ ଦିଅନ୍ତୁ । ଆପଣଙ୍କୁ କୌଣସି କାମ ପାଇଁ ର୍କୋଟକୁ ଯିବାକୁ ପଡିପାରେ । ଅଫିସରେ କୌଣସି କାମର ଟିକେ ଅବରୋଧ ଆସିପାରେ ।
ମକର – ଦିନଟି ଆପଣଙ୍କ ପାଇଁ ବିଶେଷ ଫଳଦାୟୀ । ପ୍ରତ୍ୟେକ କାମରେ ନିଜକୁ ଯୋଗ୍ୟ ପ୍ରମାଣିତ କରିପାରିବେ । ଆର୍ଥିକ ସ୍ଥିତି ମଜବୁତ ରହିବ । ଚାକିରି ତଲାସରେ ଥିବା ଯୁବକଙ୍କୁ ଭଲ ଚାକିରି ମିଳିବ । ବୈବାହିକ ଜୀବନ ଭଲ ରହିବ ।
କୁମ୍ଭ - ନିଜର ଖାସ୍ କାମକୁ ପ୍ରଥମେ ଶେଷ କରିବାକୁ ଚେଷ୍ଟା କରିବେ । ମିତ୍ରଙ୍କ ସହ ଯୋଗ ଓ ସାହାର୍ଯ୍ୟ ପାଇବେ । ସରକାରୀ କାମରେ ଲାଭ ମିଳିବାର ଯୋଗ ରହିଛି । ସ୍ୱାସ୍ଥ୍ୟରେ ଧ୍ୟାନ ରଖିବା ଦରକାର । ଜୀବନସାଥୀଙ୍କ ବ୍ୟବହାର ପ୍ରେମ ଭରା ରହିବ ।
ମୀନ - ମନରେ ଲାଗି ରହିଥିବା ଓଲଟପାଲଟ ଚିନ୍ତାଧାରା ସମାପ୍ତ ହୋଇଯିବ । ଅଧିକାରୀଙ୍କ ସହିତ ଖାସ୍ ବିଷୟ ଉପରେ କଥାବାର୍ତ୍ତା ହେବେ । ରାଜନୀତି କ୍ଷେତ୍ରରେ ଯେଉଁମାନେ ସକ୍ରିୟ ଅଛନ୍ତି ସେମାନଙ୍କୁ ଲାଭ ପ୍ରାପ୍ତ ହେବ ।

News7 Is Now On WhatsApp Join And Get Latest News Updates Delivered To You Via WhatsApp

Copyright © 2024 - Summa Real Media Private Limited. All Rights Reserved.