Prameya News7

Prameya News7, News7 Odia, Odisha Latest News, Odisha Current Headlines, Odisha News Online

ପ୍ରମୁଖ ଖବର
  • ପୁରୀ ସ୍ବର୍ଗ ଦ୍ବାରରୁ ହଟିଲା କଟକଣା, ସଂକ୍ରମଣ କମୁଥିବାରୁ ଜିଲ୍ଲା ପ୍ରଶାସନର ନିଷ୍ପତ୍ତି
  • ||
  • ‘କୁଲଦୀପ ଯାଦବଙ୍କ ପାଇଁ ଚ୍ୟାଲେଞ୍ଜିଂ ହେବ ଓ୍ବେଷ୍ଟଇଣ୍ଡିଜ ସିରିଜ୍, ଟିମ୍‌ ଇଣ୍ଡିଆକୁ ଭରସା ରଖିବାକୁ ହେବ’: ହରଭଜନ ସିଂହ
  • ||
  • ବିଧାନସଭା ନିର୍ବାଚନ ଏବଂ ବଜେଟ୍‌ ଅଧିବେଶନ ପୂର୍ବରୁ କଂଗ୍ରେସ ଡାକିଲା ଗୁରୁତ୍ବପୂର୍ଣ୍ଣ ବୈଠକ, ପ୍ରସ୍ତୁତ ହେବ ରଣନୀତି
  • ||
  • ରାଜ୍ୟରେ ସୁସ୍ଥହେଲେ ଆଉ ୧୧,୧୫୭ଜଣ କରୋନା ଆକ୍ରାନ୍ତ, ଖୋର୍ଦ୍ଧାରୁ ସର୍ବାଧିକ ୩୬୫୩ଜଣ ଡିସଚାର୍ଜ
  • ||
  • ବୈଦେଶିକ ବ୍ୟାପାର ମନ୍ତ୍ରୀ ଏସ.ଜୟଶଙ୍କରଙ୍କୁ କରୋନା, ନିଜକୁ କଲେ ଆଇସୋଲେଟ୍
  • ||
  • ମହାକାଶରେ ନିୟନ୍ତ୍ରଣ ହରାଇଛି ସ୍ପେସଏକ୍ସର ଫାଲକନ-୯, ବିପଦରେ ଭାରତର ଚନ୍ଦ୍ରଯାନ
  • ||
  • ବିଜେପିରେ ସାମିଲ ହେଲେ ଉତ୍ତରାଖଣ୍ଡର ପୂର୍ବତନ କଂଗ୍ରେସ ଅଧ୍ୟକ୍ଷ କିଶୋର ଉପାଧ୍ୟାୟ
  • ||
  • ରାଜ୍ୟରେ ଆଉ ୮ ଜଣଙ୍କ ଜୀବନ ନେଲା କରୋନା, ମୃତ୍ୟୁ ସଂଖ୍ୟା ୮୫୫୦କୁ ବୃଦ୍ଧି
  • ||
  • ରାଜ୍ୟରେ କମିଲା ସଂକ୍ରମଣ : ୨୪ ଘଣ୍ଟାରେ ଚିହ୍ନଟ ହେଲେ ୫୯୦୧ କୋଭିଡ୍ ପଜିଟିଭ୍, ୧୨୩୧୧୬୯ରେ ପହଞ୍ଚିଲା ସଂଖ୍ୟା
  • ||
  • ଜିଲ୍ଲା ପରିଷଦ ନିର୍ବାଚନ ଲଢୁଛନ୍ତି ଡାକ୍ତରାଣୀ, ଚର୍ଚ୍ଚାରେ ବିଜେପି ପ୍ରାର୍ଥୀ ମୋନାଲିସା
  • ||

ଜୁଲାଇ ୧୪ ତାରିଖ, ରବିବାର : କେଉଁ ରାଶି ପାଇଁ କେମିତି ରହିବ ଆଜିର ଦିନଟି ଜାଣନ୍ତୁ

14/07/2019 at 9:40 AM

ମେଷ – ଉଦାର ସ୍ୱଭାବର ହୋଇପାରନ୍ତି । ସହନଶୀଳ ହେବେ । ଦାନ-ଧର୍ମକୁ ଅଗ୍ରାଧିକାର ଦେବେ । ବ୍ୟକ୍ତିତ୍ୱର ପରିଚୟ ସୃଷ୍ଟି କରିବେ । ସୁସ୍ଥ ଓ ନିରାମୟ ଜୀବନ ଯାପନ କରିପାରନ୍ତି । କୃଷି ଉପରେ ଗୁରୁତ୍ୱ ଦେବେ ।

ବୃଷ – କାର୍ଯ୍ୟରେ ସଫଳତା ଲାଭ କରିବେ । ମନ ପ୍ରସନ୍ନ ରହିବ । ଆସ୍ତିକ ହୋଇ ପାରନ୍ତି । ମଧୁର ବଚନ କହି ଲୋକମାନଙ୍କ ମନ କିଣି କାମନାକୁ ଚରିତାର୍ଥ କରିବେ । ପ୍ରେମୀ ଓ ସାହସୀ ହେବେ । ଭାଇଙ୍କ ଠାରୁ ଆଦର ସମ୍ମାନ ମିଳିବ ।

ମିଥୁନ – ଆଳସ୍ୟ ପରାୟଣ ହୋଇପାରନ୍ତି । ଭାଗ୍ୟର ପରିବର୍ତ୍ତନ ଘଟିବ । ବିଭିନ୍ନ ଦିଗରୁ ଧନାଗମ ହେବ । ଶୋଭନ ବ୍ୟକ୍ତିତ୍ୱର ଅଧିକାରୀ ହେବେ । ମଧୁରଭାଷୀ,ସହନଶୀଳ ଓ ଶାନ୍ତିପ୍ରିୟ ହୋଇପାରନ୍ତି । ଉଦାର ବିଦ୍ୟାପ୍ରେମୀ ହେବେ ।

କର୍କଟ – କାର୍ଯ୍ୟକୁ ତ୍ୱରାନ୍ୱିତ କରିପାରନ୍ତି । ସ୍ୱାଧୀନ ଚିନ୍ତାଧାରାରେ କାର୍ଯ୍ୟ ସମ୍ପାଦନ କରିପାରନ୍ତି । ଐଶ୍ୱର୍ଯ୍ୟଯୁକ୍ତ ହେବେ । ରୁଚିପୂର୍ଣ୍ଣ ଭୋଜନରେ ଆପ୍ୟାୟିତ ହେବେ । ମାଲିମୋକଦ୍ଦମାରେ ବିଜୟୀ ହେବେ । ଧନଲାଭ ହେବ ।

ସିଂହ – ଗୃହ କାର୍ଯ୍ୟ ଧିମେଇ ଯାଇପାରେ । କୌଣସି କାରଣରୁ ଭୟଭୀତ ହୋଇପାରନ୍ତି । ଚଞ୍ଚଳ ସ୍ୱଭାବର ହେବେ । ଥଣ୍ଡା କଫ ଜନିତ ସାମାନ୍ୟ ପୀଡା ଭୋଗ କରିପାରନ୍ତି । ଏକାନ୍ତ ପ୍ରିୟ ନେତ୍ର ରୋଗୀ ଓ ମଧୁର ଭାଷୀ ହେବେ ।

କନ୍ୟା – ଧୈର୍ଯ୍ୟ ଧରି କାର୍ଯ୍ୟ କଲେ ସଫଳତା ମିଳିବ । ବିଭିନ୍ନ ଦିଗରୁ ଧନାପ୍ରାପ୍ତିର ସୂଚନା ମିଳୁଛି । ସୁସ୍ଥ ଓ ନିରାମୟ ରହିବେ । ଚଞ୍ଚଳ ପ୍ରକୃତିର ହେବେ । ଲୋକପ୍ରିୟତା ଅର୍ଜନ କରିବେ । ସରକାରି ସ୍ତରରେ ସମ୍ମାନିତ ହେବେ ।

ତୁଳା – ସୁଖ-ସନ୍ତୋଷ ଲାଭ କରିବେ । ପରିବାରର ମୁଖପାତ୍ର ହୋଇପାରନ୍ତି । ମନ ପ୍ରସନ୍ନ ରହିବ । ଉଜ୍ଜ୍ୱଳ ଭବିଷ୍ୟତ ପାଇଁ ଯୋଜନା ପ୍ରସ୍ତୁତ କରିବେ । ସୁସ୍ଥ ଓ ନିରାମୟ ରହିବେ । ବ୍ୟବସାୟ ଲାଭଜନକ ହେବ । ଯଶସ୍ୱୀ ହେବେ । 

ବିଛା – ପରୋପକାରରେ ବ୍ରତୀ ହୋଇ ଆତ୍ମ ସନ୍ତୋଷ ଲାଭ କରିବେ । ଭାଗ୍ୟଶାଳୀ ହୋଇପାରନ୍ତି । ଦିନଟି ଭୋଗ ବିଳାସରେ ଅତିବାହିତ କରିପାରନ୍ତି । ସୁଖ-ସମୃଦ୍ଧିର ମୂଳଦୂଆ ପଡିବ । ଧର୍ମାତ୍ମା,ପ୍ରବାସ ପ୍ରିୟ ବିଦ୍ୱାନ୍ ହେବେ ।

ଧନୁ – କର୍ମଧାରାରେ ଉନ୍ନତି ଘଟିବ । ସାମାନ୍ୟ ଅସୁସ୍ଥତା ଅନୁଭବ କରିପାରନ୍ତି । ସ୍ୱାଭିମାନୀ ହେବେ । ଯୁଗ୍ମ ବ୍ୟବସାୟ ଲାବଜନକ ହେବ । ଜଳଯାତ୍ରାରୁ ନିବୃତ୍ତ ରହିବା ଉଚିତ୍ । ଅଷ୍ଟମ ଚନ୍ଦ୍ର ଭୋଗ ହେଉଥିବାରୁ ସତର୍କତାର ସହ ଚଳିବେ ।

ମକର – ଆଶାବାଦୀ ହେବେ । ସୁଖ-ସନ୍ତୋଷ ଲାଭ କରିପାରନ୍ତି । ବ୍ୟବସାୟ ଲାଭଜନକ ହେବ । ସେବା ମନୋଭାବ ଜାଗ୍ରତ ହେବ । ଅହଂକାରୀ ହୋଇପାରନ୍ତି । ଶାନ୍ତ ଓ ଧେର୍ଯ୍ୟବାନ୍ ହେବେ । ପତ୍ନୀଙ୍କ ଅଧୀନ ହେବେ ।

କୁମ୍ଭ  – ଦୁଃସାହସିକ ପଦକ୍ଷେପ ନେଇ କାର୍ଯ୍ୟ କରିବେ । ମୋହରେ ପଡିଲେ ଅପ ଦସ୍ତ ହୋଇପାରନ୍ତି । ଭାଇମାନଙ୍କ ଉପରେ ସ୍ନେହଭାବ ରହିବ । ସୁସ୍ଥ ଓ ନିରାମୟ ରହିବେ । ଶତ୍ରୁହନ୍ତା ହେବେ । ଚାକିରି କ୍ଷେତ୍ରରେ ଉଚ୍ଚ କର୍ତ୍ତୃପକ୍ଷଙ୍କ ପ୍ରିୟପାତ୍ର ହେବେ ।

ମୀନ – ନିଜ କାର୍ଯ୍ୟକୁ ପଛରେ ପକାଇ ପର ପାଇଁ ପର ପାଇଁ କାର୍ଯ୍ୟ କରିବେ । ଆଲୋଚନା ମାଧ୍ୟମରେ କାର୍ଯ୍ୟ କଲେ ସଫଳତା ମିଳିବ । ଚଞ୍ଚଳ ପ୍ରକୃତିର ହେବେ । ଆକସ୍ମିକ ଧନଲାଭର ସୂଚନା ମିଳୁଛି । ଆର୍ଥିକ ସ୍ରୋତ ବହିବ ।

   Related Posts