Prameya News7

Prameya News7, News7 Odia, Odisha Latest News, Odisha Current Headlines, Odisha News Online

ପ୍ରମୁଖ ଖବର
  • ବୈଠକ ପରେ ବୈଠକ କିନ୍ତୁ ଫଳ ଶୂନ ! ୧୯’ରେ ପୁଣି ଚାଷୀ-ସରକାର ଆଲୋଚନା
  • ||
  • ବରଗଡ଼: ବ୍ୟବସାୟୀଙ୍କ ଘରୁ ଲକ୍ଷାଧିକ ଟଙ୍କାର ସୁନା-ଗହଣା ଲୁଟ, ୩ ଲୁଟେରା ଗିରଫ
  • ||
  • ବ୍ରିସବେନ୍ ଟେଷ୍ଟ୍ : ପ୍ରଥମ ଦିନରେ ଲାବୁସେନଙ୍କ ଶତକ, କଙ୍ଗାରୁ ଟିମ୍ ୨୭୪/୫
  • ||
  • ଭୁବନେଶ୍ବର: ଗୁରୁତର-ଗର୍ଭବତୀ-ହସ୍ପିଟାଲରେ ଆଡମିଟ୍‌ ବ୍ୟକ୍ତିଙ୍କୁ ଦିଆଯିବ ନାହିଁ ଟିକା, ପରିବାର କଲ୍ୟାଣ ନିର୍ଦ୍ଦେଶକ ଡାକ୍ତର ବିଜୟ ପାଣିଗ୍ରାହୀ
  • ||
  • ଶ୍ରମିକମାନଙ୍କ ସହ ମିଶି ମାଟି ଖୋଳିଲେ ଜିଲ୍ଲା ପ୍ରକଳ୍ପ ନିର୍ଦ୍ଦେଶକ
  • ||
  • ଭୁବନେଶ୍ବର : ରାଜ୍ୟରେ ଆଉ ଦୁଇ ଜଣ କରୋନା ସଂକ୍ରମିତ ପ୍ରାଣ ହରାଇଲେ, ୧୮୯୮ ଛୁଇଁଲା ମୃତକଙ୍କ ସଂଖ୍ୟା
  • ||
  • ଚିଲିକାରେ ଆରମ୍ଭ ହୋଇଛି ଫ୍ଲୋରା ଫୋନା ସର୍ଭେ
  • ||
  • ଯାଜପୁର ଶିଶୁ ନିଖୋଜ ଘଟଣା: ନିଖୋଜ ପିହୁ ପରିବାରକୁ ଭେଟିଲେ ଏସ୍‌ପି ରାହୁଲ ପି.ଆର
  • ||
  • ନକଲି ସାମଗ୍ରୀର ପେଣ୍ଠସ୍ଥଳୀ ପାଲଟିଛି କଟକ, ପୁଣି ଅପମିଶ୍ରିତ ଗୁଣ୍ଡି ଜବତ
  • ||
  • ଗଞ୍ଜାମ: ଅଜଣା ଜନ୍ତୁ ଆତଙ୍କ, ଭୟଭୀତ ଅବସ୍ଥାରେ ସ୍ଥାନୀୟ ଲୋକେ
  • ||

ଜୁଲାଇ ୧୩ ତାରିଖ, ଶନିବାର : କେଉଁ ରାଶି ପାଇଁ କେମିତି ରହିବ ଆଜିର ଦିନଟି ଜାଣନ୍ତୁ

13/07/2019 at 7:42 AM

ମେଷ – ପୈତୃକ ସମ୍ପତ୍ତି ପାଇଁ ବ୍ୟସ୍ତ ରହିବେ । କାର୍ଯ୍ୟରେ ସଫଳତା ହାସଲ କରିବେ । ମନ ପ୍ରସନ୍ନ ରହିବ । ଆସ୍ତିକ ହେବେ । ମଧୁରଭାଷୀ ହୋଇପାରନ୍ତି । ଥଣ୍ଡା-କଫ ଜନିତ ସାମାନ୍ୟ କ୍ଳେଶ ଉପୁଜି ପାରେ । ଧାର୍ମିକ ହେବେ ।

ବୃଷ – କାର୍ଯ୍ୟରେ ସଫଳ ହେବେ, ମାତ୍ର ଏଥି ପାଇଁ ବହୁ ବ୍ୟୟ କରିବାକୁ ପଡିବ । ଆଳସ୍ୟ ପରାୟଣ ହୋଇପାରନ୍ତି । ଭାଗ୍ୟଶାଳୀ ହେବେ । ମିତ୍ରମାନଙ୍କ ସାହାର୍ଯ୍ୟ ପାଇ ଖୁସି ହୋଇପାରନ୍ତି । ବିଭିନ୍ନ ଦିଗରୁ ଧନାଗମ ହେବାର ସୂଚନା ମିଳୁଛି ।

ମିଥୁନ – ବନ୍ଧୁ ମିଳନ ଘଟିବ । ସୁଖ-ସମ୍ମାନ ଲାଭ କରିପାରନ୍ତି । ଐଶ୍ୱର୍ଯ୍ୟଯୁକ୍ତ ହେବେ । ବଳଶାଳୀ ହୋଇପାରନ୍ତି । ମାଲିମୋକଦ୍ଦମାରେ ବିଜୟୀ ହେବେ । ଧନ ପ୍ରାପ୍ତ ହେବ । ଉତ୍ତମ ଭୋଜନ ମିଳିବ । ବିଦ୍ୱାନ ହେବେ ।

କର୍କଟ – ଗଣ୍ଡଗୋଳିଆ ପରିସ୍ଥିତିରୁ ଲାଭ ଉଠାଇ ପାରନ୍ତି । ଚଞ୍ଚଳ ସ୍ୱଭାବର ହେବେ । ଥଣ୍ଡା-କଫ ଜନିତ ସାମାନ୍ୟ କ୍ଳେଶ ଅନୁଭବ କରିପାରନ୍ତି । ଏକାନ୍ତ ପ୍ରିୟ ହେବେ । ସ୍ନେହପୂର୍ଣ୍ଣ କଥା କହି ପରକୁ ଆପଣାର କରିପାରନ୍ତି ।

ସିଂହ – ସମ୍ମୁଖ ସମରରେ ବିଜୟ ଲାଭ କରିବେ । ସମ୍ମାନ ପ୍ରାପ୍ତିର ସୂଚନା ମିଳୁଛି । ସୁସ୍ଥ ଓ ନିରାମୟ ଜୀବନ ଯାପନ କରିବେ । ଯଶସ୍ୱୀ ହେବେ । ଲୋକପ୍ରିୟତା ଅର୍ଜନ କରିବେ । ଚଞ୍ଚଳ ଚେଷ୍ଟିତ ହେବେ । ସରକାରୀ ଅର୍ଥ ମିଳିପାରେ ।

କନ୍ୟା – ଅନ୍ୟ ଠାରୁ ପ୍ରେରଣା ପାଇ କାର୍ଯ୍ୟ କରିବେ । ପରିଶ୍ରମର ମୂଲ୍ୟାଙ୍କନ ହେବ । କୁଳ ଉଜ୍ଜ୍ୱଳକାରୀ ହେବେ । ମନ ପ୍ରସନ୍ନ ରହିବ । ସୁସ୍ଥ ଓ ନିରାମୟ ଜୀବନ ଯାପନ କରିବେ । ଦୟାଳୁ ସ୍ୱଭାବର ହେବେ ।

ତୁଳା – ପରିସ୍ଥିତି ପ୍ରତି ସଜାଗ ରହିବେ । ସେବକ ମନୋଭାବ ଗ୍ରହଣ କରିପାରନ୍ତି । ପୂଜାର୍ଚ୍ଚନା ପ୍ରତି ଧ୍ୟାନ ଦେବେ । ଭାଗ୍ୟଶାଳୀ ହେବେ । ଭୋଗ-ବିଳାସ କରିପାରନ୍ତି । ସୁଖ ସମୃଦ୍ଧିପୂର୍ଣ୍ଣ ଜୀବନ ଯାପନ କରିପାରନ୍ତି । 

ବିଛା – ଶିକ୍ଷାକ୍ଷେତ୍ରରେ ସଫଳତା ମିଳିବ । ସାମାନ୍ୟ ଶାରିରୀକ କ୍ଳେଶ ଅନୁଭବ କରିପାରନ୍ତି । ସ୍ୱାଭିମାନୀ ହେବେ । ଯୁଗ୍ମ ବ୍ୟବସାୟ ଲାଭଜନକ ହେବ । ଶାସ୍ତ୍ର ପଟୁ ହେବେ । ସୁବର୍ଣ୍ଣାଦିଯୁକ୍ତ ହୋଇପାରନ୍ତି ।

ଧନୁ – ପ୍ରିୟ ବ୍ୟକ୍ତିଙ୍କ ସହ ହସ-ଖୁସିରେ ସମୟ ବିତାଇ ପାରନ୍ତି । ସୁଖ-ସନ୍ତୋଷ ଲାଭ କରିବେ । ବ୍ୟବସାୟ ଲାଭଜନକ ହେବ । ସମାଜ ସେବାରେ ନିଜକୁ ନିୟୋଜିତ କରିପାରନ୍ତି । ଶାନ୍ତ ଓ ଧୈର୍ଯ୍ୟବାନ୍ ହେବେ । ପତ୍ନୀଙ୍କ ପରାମର୍ଶ ଉପାଦେୟ ହେବ ।

ମକର – ବ୍ୟୟ ଯୋଗ ଅଛି । ଦୁଃସାହସିକ ପଦକ୍ଷେପ ନେଇ କାର୍ଯ୍ୟ କରିବେ । ଚକ୍ଷୁପୀଡା ଅନୁଭବ କରିପାରନ୍ତି । ଭାଇମାନଙ୍କ ପ୍ରତି ସ୍ନେହ ଭାବ ରହିବ । ସୁସ୍ଥ ଓ ନିରାମୟ ଜୀବନ-ଯାପନ କରିପାରନ୍ତି । ବଳିଷ୍ଠ ଓ ଶତ୍ରୁହନ୍ତା ହେବେ ।

କୁମ୍ଭ  – ହଠାତ୍ ପୂର୍ବରୁ ନିଷ୍ପତ୍ତିକୁ ବଦଳାଇ ଦେଇପାରନ୍ତି । ଆଲୋଚନା ମାଧ୍ୟମରେ କାର୍ଯ୍ୟ କଲେ ସଫଳତା ମିଳିବ । ଚଞ୍ଚଳ ପ୍ରକୃତିର ହେବେ । ଆକସ୍ମିକ ଧନ ଲାଭ ହେବ । ଆର୍ଥିକ ସ୍ରୋତ ବିଭିନ୍ନ ଦିଗରୁ ଆସିବ ।

ମୀନ – କାର୍ଯ୍ୟରେ ବିଘ୍ନ ଉପୁଜି ପାରେ । ଦ୍ରବ୍ୟ ନଷ୍ଟ ହେବାରସମ୍ଭାବନା ଅଛି । ଉଦାର ସ୍ୱଭାବର ହେବେ । ଦାନଶୀଳ ହୋଇପାରନ୍ତି । ଉତ୍ତମ ବ୍ୟକ୍ତିତ୍ୱର ପରିଚୟ ଦେବେ । ସ୍ୱାସ୍ଥ୍ୟ ଭଲ ରହିବ । କୃଷି ଉପରେ ଧ୍ୟାନ ଦେବେ ।

   Related Posts