Tuesday, October 15, 2019

Prameya News7

Prameya News7, News7 Odia, Odisha Latest News, Odisha Current Headlines, Odisha News Online

ଜୁଲାଇ ୬ ତାରିଖ, ଶନିବାର : କେଉଁ ରାଶି ପାଇଁ କେମିତି ରହିବ ଆଜିର ଦିନଟି ଜାଣନ୍ତୁ

ମେଷ – ଭ୍ରାତୃ ବିବାଦରେ ଜଡିତ ହୋଇପାରନ୍ତି । ଆଶାବାଦୀ ହେବେ । ବିଭିନ୍ନ ଦିଗରୁ ଧନାଗମ ହେବ । ଭାଗ୍ୟଶାଳୀ ହେବେ । ଶୋଭନ ବ୍ୟକ୍ତି ବିଶେଷ ହୋଇପାରନ୍ତି । ପରଦେଶବାସୀ, ମଧୁରଭାଷୀ,ସହନଶୀଳ,ହେବେ ।

ବୃଷ – ନୂତନ କାର୍ଯ୍ୟରେ ମନ ଦେବେ । ସୁଖ-ସମ୍ମାନ ଲାଭ କରିବେ । ଐଶ୍ୱର୍ଯ୍ୟଯୁକ୍ତ ହେବେ । ରଣାଙ୍ଗନରେ ପାରଦର୍ଶିତା ଲାଭ କରିବେ । ମୋକଦ୍ଦମାରେ ବିଜୟୀ ହେବେ ଓ ଧନଲାବ ହେବ । ଧନ-ସମ୍ପଦ ଭରପୁର ରହିବ ।

ମିଥୁନ – ଶାରିରୀକ ସ୍ତରରେ ସାମାନ୍ୟ ପୀଡା ଅନୁଭବ କରିପାରନ୍ତି । ଥଣ୍ଡା-କଫରେ ଆକ୍ରାନ୍ତ ହେବେ । ଚଞ୍ଚଳ ସ୍ୱଭାବର ହେବେ । ନେତ୍ର ରୋଗୀ ଓ ମଧୁର ଭାଷୀ ହେବେ । ଧାର୍ମିକ ପ୍ରବୃତ୍ତିର ହୋଇପାରନ୍ତି । ସାହସୀ ଓ ଜ୍ଞାନୀ ହେବେ ।

କର୍କଟ – କର୍ମରେ ଆଗ୍ରହୀ ହେବେ । ସୁସ୍ଥ ଓ ନିରାମୟ ଜୀବନ-ଯାପନ କରିପାରନ୍ତି । ଯଶସ୍ୱୀ ହେବେ । ଲୋକପ୍ରିୟତା ଅର୍ଜନ କରିବେ । ଚଞ୍ଚଳ ପ୍ରକୃତିର ହେବେ । ପରଦେଶୀ ହୋଇପାରନ୍ତି । ସରକାରୀ ସ୍ତରରେ ଉଚ୍ଚ ସମ୍ମାନ ଲାଭ କରିବେ ।

ସିଂହ – ମାନସିକ ସ୍ତରରେ ବ୍ୟସ୍ତ ବିବ୍ରତ ହୋଇପାରନ୍ତି । କୁଳ ଉଜ୍ଜ୍ୱଳକାରୀ ହେବେ । ମନ ପ୍ରସନ୍ନ ରହିବ । ଶରୀର ସୁସ୍ଥ ରହିବ । ଦୟାଳୁ ସ୍ୱଭାବର ହୋଇପାରନ୍ତି । ବ୍ୟବସାୟ ଲାବଜନକ ହେବ । ଯଶ ଅର୍ଜନ କରିବେ । ପାରିବାରିକ ସ୍ନେହ ରହିବ ।

କନ୍ୟା – ବ୍ୟବସାୟ ସଂପ୍ରସାରିତ ହେବା ସହିତ ଲାଭ ବୃଦ୍ଧି ହେବାର ସୂଚନା ମିଳୁଛି । ଭାଗ୍ୟଶାଳୀ ହେବେ । ଦିନଟି ଭୋଗ-ବିଳାସରେ ଅତିବାହିତ କରିପାରନ୍ତି । ସୁଖ-ସମୃଦ୍ଧିପୂର୍ଣ୍ଣ ଜୀବନ-ଯାପନ କରିପାରନ୍ତି ।

ତୁଳା – ଗୃହ କାର୍ଯ୍ୟରେ ମନ ଦେବେ । ସୁଖ-ସନ୍ତୋଷ ଲାଭ କରିବେ । ଈର୍ଷାଳୁ ସ୍ୱଭାବର ହେବେ । ସ୍ୱାଭିମାନୀ ହୋଇପାରନ୍ତି । ଯୁଗ୍ମ ବ୍ୟବସାୟ ଲାଭଜନକ ହେବ । ଶାରିରୀକ ଦୁର୍ବଳତା ଅନୁଭବ କରିବେ । ଅଷ୍ଟମ ଚନ୍ଦ୍ର ଭୋଗ ହେଉଥିଭାରୁ ଜଳଯାତ୍ରା କରିବା ମନା ।

ବିଛା – ଦେବ ଦର୍ଶନ କରିବାର ସୁଯୋଗ ମିଳିବ । ଘାତଚନ୍ଦ୍ର ଭୋଗ ହେଉଥିବାରୁ ସତର୍କରେ ଚଳିବାକୁ ପଡିବ । ବ୍ୟବସାୟ ଲାଭଜନକ ହେବ । ସମାଜ ସେବା ପ୍ରତି ଆଗ୍ରହୀ ହେବେ । ଶାନ୍ତ ଓ ଧୈର୍ଯ୍ୟବାନ୍ ହୋଇପାରନ୍ତି ।

ଧନୁ – ମୂଲ୍ୟବାନ ଦ୍ରବ୍ୟ ଲାଭ ହେବ । ଦୃଢ ମନୋବଳ ମେଇ କାର୍ଯ୍ୟ ସମ୍ପାଦନ କରିପାରନ୍ତି । ଭାଇମାନଙ୍କ ଉପରେ ସ୍ନେହଭାବ ରହିବ । ଶରୀର ସୁସ୍ଥ ରହିବ । ବଳିଷ୍ଠ ଓ ଶତ୍ରୁହନ୍ତା  ହୋଇପାରନ୍ତି । ଚାକିରି କ୍ଷେତ୍ରରେ ଚତ୍ମକାରିକ ଲାଭପ୍ରାପ୍ତ ହେବେ ।

ମକର – ମନ ପ୍ରଫୁଲ୍ଲ ରହିବ । କୌଣସି କାରଣରୁ ମନରେ ଭୟର ସଂଚାର ହୋଇପାରେ । ଚଞ୍ଚଳ ପ୍ରକୃତିର ହେବେ । ଆକସ୍ମିକ ଧନଲାଭର ସୂଚନା ମିଳୁଛି । ଲଟେରି ଉଠାଣ ଫଳ ଆପଣଙ୍କ ସପକ୍ଷରେ ଯାଇପାରେ ।

କୁମ୍ଭ  – ଯାତ୍ରା ବାଧାପ୍ରାପ୍ତ ହୋଇପାରେ । ଉଦାର ସ୍ୱଭାବର ହେବେ । ଦାନଶୀଳ ହେବା ଆଶା କରାଯାଏ । ସୁଖୀ ହେବେ । ଶୋଭନ ବ୍ୟକ୍ତିତ୍ୱର ପରିପ୍ରକାଶ ଘଟାଇ ପାରନ୍ତି । ସୁସ୍ଥ ଓ ନିରାମୟ ଜୀବନ-ଯାପନ କରିପାରନ୍ତି ।

ମୀନ – ପ୍ରତିଦ୍ୱନ୍ଦିତାରେ ବିଜୟୀ ହେବେ । କାର୍ଯ୍ୟରେ ସଫଳତା ଲାଭ କରିବେ । ମନ ପ୍ରସନ୍ନ ରହିବ । ଆସ୍ତିକ ହେବେ । ମଧୁରଭାଷୀ ହୋଇପାରନ୍ତି । ଥଣ୍ଡା-କଫ ଜନିତ ସାମାନ୍ୟ ପୀଡା ଅନୁଭବ କରିପାରନ୍ତି । ପ୍ରେମୀ,ସାହସୀ ହେବେ ।

379 Views

   ସମ୍ବନ୍ଧିତ ଖବର