ଜୁଲାଇ ୫ ତାରିଖ, ଶୁକ୍ରବାର : କେଉଁ ରାଶି ପାଇଁ କେମିତି ରହିବ ଆଜିର ଦିନଟି ଜାଣନ୍ତୁ

Published By : Prameya-News7 Bureau | July 05, 2019 IST

ମେଷ – ସାହସ ବାନ୍ଧି ଅସାଧ୍ୟ ସାଧନ କରିପାରନ୍ତି । ଆୟ ଆଶାନୁରୂପ ହେବ । ସୁସ୍ଥ ଓ ନିରାମୟ ରହିବେ । ଯଶସ୍ୱୀ ହେବେ । ଲୋକ ପ୍ରିୟତା ଅର୍ଜନ କରିପାରନ୍ତି । ଚଞ୍ଚଳ ପ୍ରକୃତିର ହେବେ । ସରକାରୀ ସ୍ତରରେ ସମ୍ମାନିତ ହେବେ ।

ବୃଷ – ପରିସ୍ଥିତି ପ୍ରତି ସଜାଗ ରହିବାକୁ ପଡିବ । କୁଳ ମର୍ଯ୍ୟାଦା ରକ୍ଷା କରିବାରେ ସକ୍ଷମ ହେବେ । ମନ ପ୍ରସନ୍ନ ରହିବ । ଦୟାଳୁ ସ୍ୱଭାବର ହୋଇପାରନ୍ତି । ବ୍ୟବସାୟ ଲାଭଜନକ ହେବ । ଯଶସ୍ୱି ହୋଇପାରନ୍ତି ।

ମିଥୁନ - ଭାଗ୍ୟଶାଳୀ ହେବେ । ଦିନଟି ଭୋଗ ବିଳାସରେ ବିତାଇ ପାରନ୍ତି । ସୁଖ-ସମୃଦ୍ଧିପୂର୍ଣ୍ଣ ଜୀବନ ଯାପନ କରିବେ । ଧର୍ମାତ୍ମା, ପ୍ରବାସପ୍ରିୟ ବିଦ୍ୱାନ୍, ସାହସୀ ଓ ସମ୍ପତ୍ତିବାନ୍ ହେବେ । ଉଦ୍ୟୋଗୀ ହୋଇପାରନ୍ତି ।

କର୍କଟ – ସଫଳତାର ନିଜଟବର୍ତ୍ତୀ ହୋଇପାରନ୍ତି । ସୁଖ-ସମ୍ମାନ ଲାଭ କରିପାରନ୍ତି । ଈର୍ଷା ପରାୟଣ ହେବେ । ବାଚାଳ ହେବେ । ସ୍ୱାଭିମାନୀ ହୋଇପାରନ୍ତି । ଯୁଗ୍ମ ବ୍ୟବସାୟ ଲାଭଜନକ ହେବ । ଅଷ୍ଟମଚନ୍ଦ୍ର ଯୋଗୁଁ ସତର୍କରେ ଚଳିବେ ।

ସିଂହ – କର୍ମ ପ୍ରବଣତା ପ୍ରକାଶ ପାଇବ । ବନ୍ଧୁ ସହଯୋଗ ପାଇ ଖୁସି ହୋଇପାରନ୍ତି । ବ୍ୟବସାୟ ଲାଭଜନକ ହେବ । ସମାଜସେବୀ ହୋଇପାରନ୍ତି । ମନରେ ଅହଂଭାବ ଜାଗ୍ରତ ହୋଇପାରେ । ଶାନ୍ତ ଓ ଧୈର୍ଯ୍ୟବାନ୍ ହେବେ ।

କନ୍ୟା – ନିଜ କାର୍ଯ୍ୟରେ ସଫଳତା ଲାଭ କରିବେ । ମନୋବଳ ଦୃଢ ରହିବ । ଅଯଥା ଖର୍ଚ୍ଚାନ୍ତ ହେବେ । ଭାଇମାନଙ୍କ ଉପରେ ସ୍ନେହଭାବ ରହିବ । ଶରିର ସୁସ୍ଥ ରହିବ । ବଳିଷ୍ଠ ଓ ଶତ୍ରୁହନ୍ତା ହୋଇପାରନ୍ତି । ଚାକିରି କ୍ଷେତ୍ରରେ ଚତ୍ମକାରକ ଲାଭର୍ପାପ୍ତ ହେବ ।

ତୁଳା – ବିଚାର ଆଲୋଚନା ମାଧ୍ୟମରେ କାର୍ଯ୍ୟ କଲେ ସଫଳତା ମିଳିବ । ଚଞ୍ଚଳ ପ୍ରକୃତିର ହୋଇପାରନ୍ତି । ଆକସ୍ମିକ ଧନ ଲାଭର ସୂଚନା ମିଳୁଛି । ବ୍ୟବସାୟରେ ପ୍ରଚୁର ଧନଲାଭ ହେବ । ଧାର୍ମିକ ଓ ତେଜସ୍ୱୀ ହୋଇପାରନ୍ତି ।

ବିଛା – ଲକ୍ଷ୍ୟ ହାସଲ କରିବେ, ମାତ୍ର ବିଳମ୍ବରେ ସୂଚନା ମିଳୁଛି । ଉଦାର ପ୍ରକୃତିର ହୋଇପାରନ୍ତି । ଦାନ-ଧର୍ମକୁ ପ୍ରାଧାନ୍ୟ ଦେଇ ପାରନ୍ତି । ସୁଖୀ ହେବେ । ଶୋଭନ ବ୍ୟକ୍ତିତ୍ୱର ଉଦାହରଣ ପାଲଟିବେ । ଯାନ-ବାହନ ସୁଖ ମିଳିବ ।

ଧନୁ – ଶିକ୍ଷା କ୍ଷେତ୍ରରେ ସଫଳତା ମିଳିବ । ମନ ପ୍ରସନ୍ନ ରହିବ । ଆସ୍ତିକ ସ୍ୱଭାବର ହୋଇପାରନ୍ତି । ମିଷ୍ଟଭାଷୀ ହେବେ । ଥଣ୍ଡା କଫରେ ଆକ୍ରାନ୍ତ ହୋଇପାରନ୍ତି । ପ୍ରେମୀ ଓ ସାହସୀ ହେବେ । ଭାଇମାନଙ୍କ ଠାରୁ ଆଦର,ସମ୍ମାନ ମିଳିବ ।

ମକର – କୃତକର୍ମ ପାଇଁ ଲଜ୍ଜିତ ହେବେ । ଆଳସ୍ୟ ପରାୟଣ ହୋଇପାରନ୍ତି । ତଥାପି ଭାଗ୍ୟଶାଳୀ ହେବେ । ବିଶିଷ୍ଟ ବ୍ୟକ୍ତି ଭାବେ ନିଜର ପରିଚୟ ସୃଷ୍ଟି କରିବେ । ମଧୁର ଭାଷୀ,ସହନଶୀଳ,ଶାନ୍ତିପ୍ରିୟ ଉଦାର ବିଦ୍ୟାପ୍ରେମୀ ହେବେ ।

କୁମ୍ଭ  - ଶିକ୍ଷାକ୍ଷେତ୍ରରେ ଅପୂର୍ବ ସଫଳତା ମିଳିବ । ଶ୍ରୀଚନ୍ଦ୍ର ଭୋଗ ହେଉଥିବାରୁ ସୁସ୍ୱାଦୁ ଭୋଜନ ମିଳିବ । ଐଶ୍ୱର୍ଯ୍ୟଯୁକ୍ତ ହୋଇପାରନ୍ତି । ଯୁଦ୍ଧ କ୍ଷେତ୍ରରେ ବୀର ସୈନିକର ପରିଚୟ ସୃଷ୍ଟି କରିବେ । ମାଲିମୋକଦ୍ଦମାରେ ବିଜୟୀ ହେବେ ।

ମୀନ - କର୍ମକ୍ଷେତ୍ରରେ ସାମୟିକ ଭାବେ ଅଶାନ୍ତି ସୃଷ୍ଟି ଚଞ୍ଚଳ ସ୍ୱଭାବର ହେବେ । ମିଠା କଥା କହି ବିରୋଧୀଙ୍କ ମନକୁ ବଶ କରି ପାରନ୍ତି । ଧାର୍ମିକ ପ୍ରବୃତ୍ତିର ହେବେ । ସାହସୀ ଓ ଜ୍ଞାନୀ ହୋଇପାରନ୍ତି ।

News7 Is Now On WhatsApp Join And Get Latest News Updates Delivered To You Via WhatsApp

Copyright © 2024 - Summa Real Media Private Limited. All Rights Reserved.