Friday, July 19, 2019

Prameya News7

Prameya News7, News7 Odia, Odisha Latest News, Odisha Current Headlines, Odisha News Online

ଜୁଲାଇ ୪ ତାରିଖ, ଗୁରୁବାର : କେଉଁ ରାଶି ପାଇଁ କେମିତି ରହିବ ଆଜିର ଦିନଟି ଜାଣନ୍ତୁ

ମେଷ – ଅର୍ଥ ସଞ୍ଚୟ ପାଇଁ ଯତ୍ନବାନ୍ ହେବେ । ଶ୍ରୀଚନ୍ଦ୍ର ଭୋଗ ହେଉଥିବାରୁ ସୁଷମ ଖାଦ୍ୟ ମିଳିବ । ଅପାର ଗୁଣର ଅଧିକାରି ହୋଇପାରନ୍ତି । ବନ୍ଧୁ ଓ ସରକାରୀ ସହାୟତା ମିଳିବ । ଦାମ୍ପତ୍ୟ ଜୀବନ ସୁଖପ୍ରଦ ହେବ ।

ବୃଷ – ଅଧିକାରରେ ପରିବର୍ତ୍ତନ ଘଟିପାରେ । କାର୍ଯ୍ୟ ବିଳମ୍ବିତ ହେବ । ଖର୍ଚ୍ଚ ପରିମାଣ ବୃଦ୍ଧି ହେବ । ଦିର୍ଘଦିନର ଆଶା ପୂରଣ ହେବ । ଚକ୍ଷୁପୀଡା ଅନୁଭବ କରିପାରନ୍ତି । ଶତ୍ରୁମାନଙ୍କ ଉପରେ ନଜର ରଖିବାକୁ ପଡିବ ।

ମିଥୁନ – ଭ୍ରମଣ ଫଳପ୍ରଦ ହୋଇପାରେ । ସୁଖ ସମ୍ମାନ ଲାଭ କରିପାରନ୍ତି । ବିବାଦରେ ବିଜୟୀ ହେବେ । ଦେବ ଦର୍ଶନ କରି ପାପମୁକ୍ତ ହେବେ । ଯାନ-ବାହନ ସୁଖ ମିଳିପାରେ । କୀର୍ତ୍ତିମାନ ହେବେ । କର୍ମକ୍ଷେତ୍ରରେ ସଫଳତା ମିଳିବ ।

କର୍କଟ – ବନ୍ଧୁ ମିଳନରେ ଲାଭବାନ୍ ହୋଇପାରନ୍ତି । କର୍ମଚଞ୍ଚଳ ରହିବେ । କାର୍ଯ୍ୟରେ ସଫଳତା ମିଳିବ । ନୀତିନିଷ୍ଠ ହେବା ଆଶା କରାଯାଏ । ସରକାରୀ ଅର୍ଥ ମିଳିବ । ପ୍ରଦୂଷଣମୁକ୍ତ ଗୃହରେ ବାସ କରିପାରନ୍ତି ।

ସିଂହ – କାର୍ଯ୍ୟ ଅନୁସାରେ ଫଳପ୍ରାପ୍ତ ହେବ । ପରୋପକାର କରିପାରନ୍ତି । ଦାମ୍ପତ୍ୟ ଜୀବନ ସୁଖପ୍ରଦ ହେବ । ପ୍ରତିଯୋଗିତାରେ ବିଜୟୀ ହେବେ । ସୁଖ-ସମ ଭିନ୍ନ ଭିନ୍ନ ସ୍ତରରୁ ଅର୍ଥ ପ୍ରାପ୍ତିର ସୂଚନା ମିଳୁଛି ।

କନ୍ୟା – ଭୂମି ଲାଭ ହେବା ସୁଯୋଗ ସୃଷ୍ଟି ହୋଇଛି । ଆପଣଙ୍କ କର୍ମ କୁଶଳତା ପ୍ରକାଶ ପାଇବ । ଚିନ୍ତାମୁକ୍ତ ହୋଇପାରନ୍ତି । ସ୍ୱାଭିମାନୀ ହେବେ । ପାରିବାରିକ ସମସ୍ୟାର ସମାଧାନ ହେବ । ସତର୍କତାର ଦିନଟି ଆଜି ।

ତୁଳା – ମାଲିମୋକଦ୍ଦମାର ରାୟ ଆପଣଙ୍କ ସପକ୍ଷରେ ଯିବ । କାର୍ଯ୍ୟକ୍ଷେତ୍ରରେ ସଫଳତା ମିଳିବ । ଉଚ୍ଚ ସମ୍ମାନ ଲାଭ କରିପାରନ୍ତି । ଅନୁଗୃହୀତ ଲାଭ କରି ପାରନ୍ତି । କୀର୍ତ୍ତିମାନ ହେବେ । ଦାମ୍ପତ୍ୟ ଜୀବନ ସୁଖପ୍ରଦ ହେବ ।

ବିଛା – ପର ପାଇଁ କଷ୍ଟ ଭୋଗ କରିପାରନ୍ତି । ଅବୀଷ୍ଟ ସିଦ୍ଧି ହୋଇପାରେ । ସଞ୍ଚୟାଭି ମୁଖୀ ହୋଇପାରନ୍ତି । ଶତ୍ରୁ ବିନାଶ କରିପାରନ୍ତି । ସୁସ୍ଥ ଓ ନିରାମୟ ଜୀବନ-ଯାପନ କରିବେ । ବହୁଧନ ପ୍ରାପ୍ତିର ସୁଯୋଗ ସୃଷ୍ଟି ହୋଇଛି ।

ଧନୁ – ସାମୟିକ ଭାବେ ଆତ୍ମଗୋପନ କରିପାରନ୍ତି । ଦ୍ରବ୍ୟ ନଷ୍ଟ ହୋଇପାରେ । ମନରେ ଅଶାନ୍ତି ଦେଖା ଦେଇପାରେ । ଧନପ୍ରାପ୍ତିର ସୂଚନା ମିଳୁଛି । କାର୍ଯ୍ୟରେ ସଫଳତା ଲାଭ କରିବେ । ମନରେ ସ୍ଥିରତା ଆସିବ ।

ମକର –ପର ପାଇଁ ଦାୟୀ ହେବେ । ଦ୍ରବ୍ୟ ନଷ୍ଟ ହେବାର ସୂଚନା ମିଳୁଛି । ପାରିବାରିକ କ୍ଷେତ୍ରରେ ସୁଖ ସମୃଦ୍ଧିର ସୌଭାଗ୍ୟ ଅଛି । ସୁଖ-ଶାନ୍ତିରେ ଦିନଟି ଅତିବାହିତ କରିପାରନ୍ତି । ସ୍ଥଗିତ କାର୍ଯ୍ୟକୁ ତ୍ୱରାନ୍ୱିତ କରିପାରନ୍ତି ।

କୁମ୍ଭ  – ଭ୍ରାତୃ ସ୍ନେହ ପୁନଃ ସ୍ଥାପନ ହେବ । ପରିଶ୍ରମର ମୂଲ୍ୟ ମିଳିବ । ସୁଖାଦ୍ୟ ମିଳିପାରେ । ବିବାଦୀୟ ଘଟଣାରେ ବିଜୟୀ ହେବେ । ଆପଣଙ୍କ ହିତ ଉପଦେଶ ସୁଫଳ ଦାୟକ ହେବା ଆଶା କରାଯାଉଛି ।

ମୀନ – ବନ୍ଧୁ ବର୍ଗରେ ଅପ୍ରସ୍ତୁତ ହୋଇପାରନ୍ତି । ବିଭିନ୍ନ ଦିଗରୁ ଧନାଗମର ସୂଚନା ମିଳୁଛି । ଭାଗ୍ୟଶାଳୀ ହେବେ । କାର୍ଯ୍ୟ ହାସଲ କରିବାରେ ସକ୍ଷମ ହେବେ, ମାତ୍ର ବିଳମ୍ବିତ ହୋଇପାରେ । ବିବାଦୀୟ ଘଟଣାରେ ବିଜୟୀ ହେବେ ।

283 Views

   ସମ୍ବନ୍ଧିତ ଖବର