ଜୁଲାଇ ୩ ତାରିଖ, ବୁଧବାର : କେଉଁ ରାଶି ପାଇଁ କେମିତି ରହିବ ଆଜିର ଦିନଟି ଜାଣନ୍ତୁ

Published By : Prameya-News7 Bureau | July 03, 2019 IST

ମେଷ – ନୂତନ ଆୟପନ୍ଥା ଆଦରି ନେବେ । ସରକାରୀ ବା ବନ୍ଧୁ ସହାୟତା ପାଇ ଲାଭବାନ୍ ହେବେ । ଐଶ୍ୱର୍ଯ୍ୟ ପ୍ରାପ୍ତିର ସୂଚନା ମିଳୁଛି । ରଣାଙ୍ଗନରେ ବିଜୟୀ ହେବେ । ମାଲିମୋକର୍ଦ୍ଦମାରେ ବିଜୟୀ ହେବେ ।

ବୃଷ – ମାନସିକ ଉତ୍ତେଜନା ବୃଦ୍ଧି ହେଲେ ବି କିଛି କ୍ଷତି ହେବ ନାହିଁ । ପଥରୋଧର ସମ୍ମୁଖୀନ ହୋଇପାରନ୍ତି । କଫଜନିତ ପୀଡା ଅନୁଭବ କରିପାରନ୍ତି । ଚଞ୍ଚଳ ସ୍ୱଭାବର ହୋଇପାରନ୍ତି । ମଧୁରଭାଷୀ ହେବେ । ଖର୍ଚ୍ଚାନ୍ତ ହୋଇପାରନ୍ତି ।

ମିଥୁନ - ଦିନସାରା କାର୍ଯ୍ୟ ବ୍ୟସ୍ତ ରହିବେ । ସୁସ୍ଥ ଓ ନିରାମୟ ଜୀବନ ଯାପନ କରିବେ । ଲୋକପ୍ରିୟତା ଅର୍ଜନ କରିପାରନ୍ତି । ଚଞ୍ଚଳ ପ୍ରକୃତିର ହେବେ । ଆୟ ଆଶାନୁରୂପ ହେବ । ସରକାରୀ ସ୍ତରରେ ସମ୍ମାନିତ ହୋଇପାରନ୍ତି ।

କର୍କଟ – ଆସ୍ଥା ସ୍ଥାପନ କରିପାରନ୍ତି । କୁଳଦୀପକ ହେବେ । ମନରେ ପ୍ରସନ୍ନତା ଦେଖା ଦେବ । ଆଜି ଦିନଟି ଖୁବ୍ ଶାନ୍ତିରେ ଅତିବାହିତ କରିପାରନ୍ତି । ଦୟାଳୁ ସ୍ୱଭାବର ହେବେ । ବ୍ୟବସାୟ ଲାଭଜନକ ହେବ । ଯଶ ଅର୍ଜନ କରିପାରନ୍ତି ।

ସିଂହ – ଭାବିଚିନ୍ତି କାର୍ଯ୍ୟର ଶୁଭାରମ୍ଭ କରନ୍ତୁ । ଆବଶ୍ୟକ ପଡିଲେ ବିଶ୍ରାମ ନେଇ ପାରନ୍ତି । ଭାଗ୍ୟଶାଳୀ ହେବେ । ଦିନଟି ଭୋଗ ବିଳାସରେ ଅତିବାହିତ କରିବେ । ସୁଖ-ସମୃଦ୍ଧିଫୂର୍ଣ୍ଣ ଜୀବନଯାପନ କରିବେ । ଦାମ୍ପତ୍ୟ ଜୀବନ ସୁଖପ୍ରଦ କରିପାରନ୍ତି ।

କନ୍ୟା – ବନ୍ଧୁ ସହ ଯୋଗ ପାଇ ଖୁସି ହୋଇପାରନ୍ତି । ସାମାନ୍ୟ ଅସୁସ୍ଥତା ଅନୁଭବ କରିବେ । ଈର୍ଷା ପରାୟଣ ହେବେ । ସ୍ୱାଭିମାନୀ ହୋଇପାରନ୍ତି । ଯୁଗ୍ମ ବ୍ୟବସାୟ ଲାଭଜନକ ହେବ । ଅଷ୍ଟମ ଚନ୍ଦ୍ର ଭୋଗ ହେଉଥିବାରୁ ସତର୍କତା ଅବଲମ୍ବନ କରିପାରନ୍ତି ।

ତୁଳା – ଯାତ୍ରା କାଳରେ ଆନନ୍ଦ ଅନୁଭବ କରିବେ । ସେବା ପୂଜାରେ ନିଜକୁ ନିୟୋଜିତ କରିପାରନ୍ତି । ବ୍ୟବସାୟ ଅତ୍ୟନ୍ତ ଲାଭଜନକ ହେବ । ବେଳେ ବେଳେ ଅହଂ ମନୋଭାବ ଉଦ୍ରେକ ହୋଇପାରେ । ଶାନ୍ତ ଓ ଧୈର୍ଯ୍ୟବାନ୍ ହେବେ ।

ବିଛା – ଆକସ୍ମିକ ବିପଦରୁ ଉଧୁରି ଯାଇପାରନ୍ତି । ନିଜ କାର୍ଯ୍ୟ ପାଇଁ ମନରେ ଅହଂଭାବ ଆସିପାରେ । ବଦଖର୍ଚ୍ଚୀ ହୋଇପାରନ୍ତି । ଚକ୍ଷୁରେ ପୀଡା ଉପୁଜି ପାରେ । ସୁସ୍ଥ ଓ ନିରାମୟ ରହିବେ । ଧନଲାଭ ହେବ । ଚାକିରି କ୍ଷେତ୍ରରେ ଉଚ୍ଚ କର୍ତ୍ତୃପକ୍ଷଙ୍କ ଆଦର ମିଳିବ ।

ଧନୁ – ବିପଦ ଦୂରେଇ ଯିବ । କଳହ ଠାରୁ ନିଜକୁ ଦୂରେଇବା ଉଚିତ୍ ହେବ । ଚଞ୍ଚଳ ପ୍ରକୃତିର ହେବେ । ଆକସ୍ମିକ ଧନଲାଭର ସୂଚନା ମିଳୁଛି । ବ୍ୟବସାୟରେ ପ୍ରଚୁର ଧନଲାଭ ହେବ । ଧାର୍ମିକ ଓ ତେଜସ୍ୱୀ ହୋଇପାରନ୍ତି ।

ମକର –କୃତକର୍ମ ପାଇଁ ଲଜ୍ଜ୍ଖଚ୍ଛ ହୋଇପାରନ୍ତି । ନିଜକୁ କଳହ ମୁକ୍ତ ରଖନ୍ତୁ  । ଉଦାର ସ୍ୱଭାବର ହୋଇପାରନ୍ତି । ଦାନଶୀଳ ହେବେ । ସୁଖୀ ହେବେ । ଶୋଭନ ବ୍ୟକ୍ତିତ୍ୱର ଅଧିକାରୀ ହେବେ । କୃଷି କର୍ମକାରୀ ହୋଇପାରନ୍ତି ।

କୁମ୍ଭ  - ବିପଦ ଅନ୍ୟାୟସରେ ଦୂରେଇ ଯିବ । କାର୍ଯ୍ୟ କ୍ଷେତ୍ରରେ ଉତ୍ସାହ ବୃଦ୍ଧି ପାଇବ । ମନ ପ୍ରସନ୍ନ ରହିବ । ଆସ୍ତିକ ସ୍ୱଭାବର ହେବେ । ମନ ଭୁଲା କଥା କହି ଧନସ୍ତନ କର୍ମଚାରୀଙ୍କ ଠାରୁ କାର୍ଯ୍ୟ ଆଦୟ କରିବାରେ ସମର୍ଥ ହେବେ ।

ମୀନ - ବ୍ୟବସାୟରେ ପ୍ରାୟତଃ ଲାଭବାନ୍ ହୋଇପାରନ୍ତି । ଆଶାବାଦୀ ହେବେ । ବିଭିନ୍ନ ଦିଗରୁ ଧନାଗମ ହେବ । ଭାଗ୍ୟଶାଳି ହେବେ । ଜଣେ ଜ୍ଞାନୀ,ଗୁଣୀ ଭାବେ ସାମାଜିକ ଆଦର ଲାଭ କରିବେ ।

News7 Is Now On WhatsApp Join And Get Latest News Updates Delivered To You Via WhatsApp

Copyright © 2024 - Summa Real Media Private Limited. All Rights Reserved.