ଜୁଲାଇ ୨ ତାରିଖ, ମଙ୍ଗଳବାର : କେଉଁ ରାଶି ପାଇଁ କେମିତି ରହିବ ଆଜିର ଦିନଟି ଜାଣନ୍ତୁ

Published By : Prameya-News7 Bureau | July 02, 2019 IST

ମେଷ – ସତର୍କତାର ସହ କାର୍ଯ୍ୟ କରନ୍ତୁ, ନଚେତ୍ ହଇରାଣ ହୋଇପାରନ୍ତି । କାର୍ଯ୍ୟରେ ସଫଳତା ମିଳିବା କଷ୍ଟସାଧ୍ୟ ହେବ । ତଥାପି ମନରେ ସରସତା ଆସିବ । ବଳବାନ୍ ହେବେ । ସୁବର୍ଣ୍ଣ ସମ୍ପଦ ଲାଭ ହେବ ।

ବୃଷ – ଅର୍ଥ ସଂଗ୍ରହ କରିପାରନ୍ତି । କର୍ମକ୍ଷେତ୍ରରେ ଉତ୍ସାହ ବୃଦ୍ଧି ପାଇବ । ଦୀର୍ଘଦିନର ଆଶା ପୂରଣ ହୋଇପାରେ । କର୍ମକ୍ଷେତ୍ରରେ ଆଳସ୍ୟ ପଣ ଆସିବ । ନାନାବିଧ ସମ୍ମାନର ଅଧିକାରୀ ହୋଇପାରନ୍ତି । ଧାର୍ମିକ ହେବେ ।

ମିଥୁନ - ପଦୋନ୍ନତି ମିଳିପାରେ । ସାଧନାରେ ସିଦ୍ଧି ଲାଭ କରିବେ । ଚିନ୍ତାଧାରା ପବିତ୍ରର ରୂପ ନେଇ ପାରେ । ବିବାଦୀୟ ଘଟଣାରେ ବିଜୟୀ ହେବେ । ସୁସ୍ତ ଓ ନିରାମୟ ଜୀବନ-ଯାପନ କରିପାରନ୍ତି ।

କର୍କଟ – ବିଭିନ୍ନ କାରଣରୁ କେନ୍ଦ୍ର କରି ବ୍ୟଥିତ ହୋଇପାରନ୍ତି । ସତ୍ ସଙ୍ଗୀ ହେବେ । କାର୍ଯ୍ୟ ହାସଲ କରିପାରନ୍ତି, ମାତ୍ର ବିଳମ୍ବରେ । ଦାମ୍ପତ୍ୟ ଜୀବନ ସୁଖପ୍ରଦ ହେବ । ଅର୍ଥ ମିଳିବ । ସୁଖ-ସମୃଦ୍ଧିପୂର୍ଣ୍ଣ ଜୀବନ ଯାପନ କରିବେ ।

ସିଂହ – ଯଶସ୍ୱୀ ହୋଇପାରନ୍ତି । ମାନ ସମ୍ମାନ ମିଳିବ । ଗୌରବ ଅଧିକାରୀ ହୋଇପାରନ୍ତି । ଧନକ୍ଷୟ ହୋଇପାରେ । ଶାରିରୀକ ପୀଡା ଅନୁଭବ କରିପାରନ୍ତି । ଖର୍ଚ୍ଚାନ୍ତ ହେବା ଆଶା କରାଯାଏ । ଅଷ୍ଟମ ଚନ୍ଦ୍ର ଭୋଗ ହେଉଥିବାରୁ ସତର୍କରେ ଚଳିବେ ।

କନ୍ୟା – ନିଜର ସାମର୍ଥ୍ୟ ବଢାଇବାର କ୍ଷମତା ଆପଣଙ୍କର ଅଛି । ଆମୋଦ-ପ୍ରମୋଦରେ ଦିନଟି ଅତିବାହିତ  କରିବେ । ଅର୍ଥ ପ୍ରାପ୍ତି ପାଇଁ ସମୟ ଅନୁକୁଳ ରହିବ । ଅବିବାହିତଙ୍କର ମନୋରମା କନ୍ୟା ସହ ବିବାହ ସମ୍ବନ୍ଧ ସ୍ଥିର ହେବ । 

ତୁଳା – ବିଭିନ୍ନ ଘଟଣାକୁ ନେଇ ବ୍ୟଥିତ ହେବେ । ଆଶାବାଦୀ ହୋଇପାରନ୍ତି । ପାରିବାରିକ ସୁଖଶାନ୍ତି ମିଳିବ । ସର୍ବାଙ୍ଗୀନ ଉନ୍ନତି ଆଶାକରାଯାଏ । ରାଜପୂଜିତ ହେବ । ଧନ ଓ ଯାନ-ବାହନ ଯୁକ୍ତ ହେବେ ।

ବିଛା – ସାମୟିକ ଭାବେ ମନରେ ଅସ୍ଥିରତା ଦେଖା ଦେଇ ପାରେ । ଆଲୋଚନା ମାଧ୍ୟମରେ କାର୍ଯ୍ୟ ସଫଳତା ମିଳିବ । ବିଦ୍ୟାବାନ୍ ହୋଇପାରନ୍ତି । ସୁବର୍ଣ୍ଣାଦିଯୁକ୍ତ ହେବେ । ରୂପବାନ୍ ହେବେ । ସୁସ୍ଥ ଶରୀର ଓ ରାଜବଂଶ ପୂଜିତ ହେବେ ।

ଧନୁ – ଆକସ୍ମିକ ଧନ ପ୍ରାପ୍ତିର ସୂଚନା ମିଳୁଛି । ଘାତଚନ୍ଦ୍ର ଭୋଗ ହେତୁ ସତର୍କରେ ଚଳିବାକୁ ପଡିବ । ଖର୍ଚ୍ଚାନ୍ତ ହେବା ଆଶା କରାଯାଏ । ଦାନଶୀଳ ହୋଇପାରନ୍ତି । ନୀତିନିଷ୍ଠ ହେବେ । ଯାନ-ବାହନଯୁକ୍ତ ହୋଇପାରନ୍ତି ।

ମକର –ଗୃହକାର୍ଯ୍ୟରେ ବ୍ୟସ୍ତ ରହିବେ । କାର୍ଯ୍ୟରେ ସଫଳତା ଲାଭ କରିବେ । ପାରିବାରିକ ସୁଖ-ସମ୍ଭବ ହେବ । ସମୃଦ୍ଧିର ମୂଳଦୁଆ ପଡିବ । ସୁଖ-ଶାନ୍ତିରେ ଦିନଟି ଅତିବାହିତ କରିପାରନ୍ତି । ପ୍ରତିଯୋଗିତାରେ ବିଜୟୀ ହେବେ ।

କୁମ୍ଭ  - ଆଶା କରି ନ ଥିବା ବେଳେ ଧନପ୍ରାପ୍ତ ହୋଇପାରନ୍ତି । ଆଳସ୍ୟ ଦୂର ହେବ । ସୁଖ୍ୟାତି ଅର୍ଜନ କରିବେ । ବିବାଦରେ ବିଜୟୀ ହେବେ । କର୍ମରେ ସଫଳତା ମିଳିବ । ସୁଭାଷୀ ଓ ସୁ ବିଦ୍ୟାବାନ୍ ହୋଇପାରନ୍ତି ।

ମୀନ - ସବୁ ସମସ୍ୟା ଦୂର ହେବ । ଉତ୍ତମ ଭୋଜନ ମିଳିବ । ରୋଜଗାର ଆଶାନୁରୂପ ହୋଇପାରେ । ସୁସ୍ଥ ଓ ନିରାମୟ ଜୀବନ ଯାପନ କରିବେ । ଦାମ୍ପତ୍ୟ ଜୀବନ ସୁଖପ୍ରଦ ହେବ । ସରକାରୀ ବା ବନ୍ଧୁ ସହାୟତା ପାଇ ଲାଭବାନ୍ ହେବେ ।

News7 Is Now On WhatsApp Join And Get Latest News Updates Delivered To You Via WhatsApp

Copyright © 2024 - Summa Real Media Private Limited. All Rights Reserved.