Prameya News7

Prameya News7, News7 Odia, Odisha Latest News, Odisha Current Headlines, Odisha News Online

ପ୍ରମୁଖ ଖବର
  • ରାଜ୍ୟରେ ଆଉ ଜଣେ କରୋନା ସଂକ୍ରମିତ ପ୍ରାଣ ହରାଇଲେ, ୧୯୦୧ ଛୁଇଁଲା ମୃତକଙ୍କ ସଂଖ୍ୟା
  • ||
  • ରାଜ୍ୟରେ ଚିହ୍ନଟ ହେଲେ ଆଉ ୧୩୪ କୋଭିଡ୍ ସଂକ୍ରମିତ, ୩୩୩୪୪୪ରେ ପହଞ୍ଚିଲା ଆକ୍ରାନ୍ତଙ୍କ ସଂଖ୍ୟା
  • ||
  • ଲକ୍ଷ୍ନୌ : ଟ୍ରାକ୍‌ରୁ ଖସିଲା ଟ୍ରେନ୍‌, ଶହିଦ ଏକ୍ସପ୍ରେସ୍‌ର ୨ଟି ବଗି ଲାଇନ୍‌ଚ୍ୟୁତ
  • ||
  • କେନ୍ଦୁଝର : ସ୍ତ୍ରୀକୁ ପିଟିପିଟି ମାରିଦେଲା ସ୍ବାମୀ, ଅଭିଯୁକ୍ତ ଅଟକ
  • ||
  • ଖସୁଛି କରୋନା ଗ୍ରାଫ୍‌, ଦେଶରେ ଗତ ୨୪ଘଣ୍ଟାରେ ୧୩,୭୮୮ କୋଭିଡ଼ ସଂକ୍ରମିତ ଚିହ୍ନଟ
  • ||
  • ଭୁବନେଶ୍ୱର : ବିଶିଷ୍ଟ ଶ୍ରମିକ ନେତା ଲଳିତ ନାୟକଙ୍କ ପରଲୋକ
  • ||
  • କେନ୍ଦୁଗୁଡ଼ା ଘାଟିରେ ଓଲଟିଲା ଟୁରିଷ୍ଟ ବସ୍ : ଜଣେ ମୃତ , ୧୦ ରୁ ଅଧିକ ଆହତ
  • ||

ଜୁଲାଇ ୧ ତାରିଖ, ସୋମବାର : କେଉଁ ରାଶି ପାଇଁ କେମିତି ରହିବ ଆଜିର ଦିନଟି ଜାଣନ୍ତୁ

1/07/2019 at 7:58 AM

ମେଷ – ଉଜ୍ଜ୍ୱଳକାରୀ ହୋଇପାରନ୍ତି । ମନ ପ୍ରସନ୍ନ ରହିବ । ସୁସ୍ଥ ଓ ନିରାମୟ ଜୀବନ ଯାପନ କରିପାରନ୍ତି । ଦୟାଳୁ ସ୍ୱଭାବର ହେବେ । ବ୍ୟବାସାୟ ଲାଭଜନକ ହେବ । ଯଶ ଅର୍ଜନ କରିବେ । ପାରିବାରିକ ସ୍ନେହ ରହିବ ।


ବୃଷ – ଦକ୍ଷତା ଉପଯୋଗ କରିପାରନ୍ତି । ଯଦିଓ ଆଳସ୍ୟ ପରାୟଣ ହେବେ, ତଥାପି ହସ ଖୁସିରେ ସମୟ ଅତିବାହିତ ହେବ । ଭାଗ୍ୟଶାଳୀ ହେବେ । ବୋଗ ବିଳାସରେ ବୁଡି ରହିବେ । ପାରିବାରିକ ସ୍ନେହ ରହିବ ।


ମିଥୁନ – କୃଷିକ୍ଷେତ୍ର ଲାଭଜନକ ହେବ । ଶାରିରୀକ ଅସୁସ୍ଥତା ଅନୁଭବ କରିପାରନ୍ତି । ସ୍ୱାଭିମାନୀ ହେବେ । ଯୁଗ୍ମ ବ୍ବସାୟ ଲାଭଜନକ ହେବ । ମିତ୍ରମାନେ ସାହସୀ ପରିବର୍ତ୍ତେ କରଛଡା ଦେବେ ।


କର୍କଟ – ମନ ପ୍ରସନ୍ନ ରହିବ । ବ୍ୟବସାୟ ଲାଭଜନକ ହେବ । ସାମାଜସେବା ପ୍ରତି ମନ ବଳାଇବେ । ସାମୟିକ ଭାବେ ମନରେ ଅହଂଭାବ ଜାଗ୍ରତ ହୋଇପାରେ । ଶାନ୍ତ ଓ ଧୈର୍ଯ୍ୟବାନ୍ ହୋଇପାରନ୍ତି ।


ସିଂହ – ଅଧିକ ଅଭିଜ୍ଞ ହୋଇପାରନ୍ତି । ଘାତଚନ୍ଦ୍ର ଭୋଗ ହେତୁ ସତର୍କରେ ଚଳିବାକୁ ପଡିପାରେ । ଭାଇମାନଙ୍କ ଉପରେ ସ୍ନେହଭାବ ରହିବ । ଶରିର ସୁସ୍ଥ ରହିବ । ବଳିଷ୍ଠ ହେବେ । ଶତ୍ରୁହନ୍ତା ହୋଇପାରନ୍ତି । ଧାର୍ମିକ ପ୍ରକୃତିର ହେବେ ।


କନ୍ୟା – ଚାହୁଁଥିବା ସାହାର୍ଯ୍ୟ ମିଳିବ । ଅଲୋଚନା ମାଧ୍ୟମରେ କାର୍ଯ୍ୟ କଲେ ସଫଳତା ମିଳିବ । ଚଞ୍ଚଳ ପ୍ରକୃତିର ହେବେ । ଅକସ୍ମିକ ଧନଲାଭର ସୂଚନା ମିଳୁଛି । ବ୍ୟବସାୟରେ ପ୍ରଚୁର ଧନଲାଭ ହେବ । ଆର୍ଥିକ ସ୍ରୋତ ବିଭିନ୍ନ ଦିଗରୁ ଆସିବ ।


ତୁଳା – ଉଦାର ସ୍ୱଭାବର ହୋଇପାରନ୍ତି । ଦାନ ଧର୍ମକୁ ପ୍ରାଧାନ୍ୟ ଦେଇ କାର୍ଯ୍ୟ କରିବେ । ସୁଖୀ ହେବେ । ଜଣେ ସାଧୁ ନିଷ୍ଟ ଭାବେ ନିଜର ପରିଚୟ ସୃଷ୍ଟି କରିବେ । ସୁସ୍ଥ ଓ ନିରାମୟ ରହିବେ । କୃଷି ଉପରେ ଦୃଷ୍ଟି ଦେବେ ।


ବିଛା – ଭ୍ରମଣ ଯୋଗ ଅଛି । କାର୍ଯ୍ୟ କ୍ଷେତ୍ରରେ ଉତ୍ସାହ ବୃଦ୍ଧି ପାଇବ । ମନ ପ୍ରସନ୍ନ ରହିବ । ଆସ୍ତିକ ସ୍ୱଭାବର ହୋଇପାରନ୍ତି । ମିଷ୍ଟଭାଷୀ ହେବେ । ଥଣ୍ଡା-କଫଜନିତ ପୀଡା ଅନୁଭବ କରିବେ । ପ୍ରେମୀ ଓ ସାହସୀ ହେବେ ।


ଧନୁ – କାର୍ଯ୍ୟ ହାସଲ କରିବାକୁ ହେଲେ ତରବତ ନ ହୋଇ ଅପେକ୍ଷା କରିବାକୁ ହେବ । ପରମ ଭାଗ୍ୟଶାଳୀ ହେବେ । ଶୋଭନ ବ୍ୟକ୍ତିତ୍ୱର ପରିଚୟ ସୃଷ୍ଟି କରିବେ । ପରଦେଶବାସୀ,ମଧୁରଭାଷୀ,ସହନଶୀଳ ହୋଇପାରନ୍ତି ।


ମକର – ନିଜେ ନିଜକୁ ସାନ୍ତ୍ୱନା ଦେବେ । ଶ୍ରୀଚନ୍ଦ୍ର ଭୋଗ ହେଉଥିବାରୁ ରୁଚିକର ଭୋଜନ ମିଳିବ । ଐଶ୍ୱର୍ଯ୍ୟଯୁକ୍ତ ହେବେ । ଦାମ୍ପତ୍ୟ ଜୀବନ ଯାପନ ସୁଖପ୍ରଦ ହେବ । ସୁସ୍ଥ ଓ ନିରାମୟ ରହିବେ । ନୂଆ ବନ୍ଧୁ ଜୁଟିବେ ।


କୁମ୍ଭ – ଚଞ୍ଚଳ ସ୍ୱଭାବର ହୋଇପାରନ୍ତି । ସରଳ,ସାବଲୀଳ ଭାଷା ପ୍ରୟୋଗ କରି ଅଧସ୍ତନ ବ୍ୟକ୍ତିଙ୍କ ଠାରୁ କାର୍ଯ୍ୟ ହାସଲ କରିବେ । ନୀତିନିଷ୍ଠ ହେବେ । ଧାର୍ମିକ ପ୍ରବୃତ୍ତିର ହେବେ । ସାହସୀ,ଜ୍ଞାନୀ ହୋଇପାରନ୍ତି ।


ମୀନ – ଆୟ ଆଶାନୁରୂପ ହେବ । ଯଶସ୍ୱୀ ହେବେ । ସୁସ୍ଥ ଓ ନିରାମୟ ଜୀବନ ଯାପନ କରିବେ । ଚଞ୍ଚଲ ପ୍ରକୃତିର ହୋଇପାରନ୍ତି । ଲୋକପ୍ରିୟତା ଅର୍ଜନ କରିବେ । ସରକାରୀ ସ୍ତରରେ ସମ୍ମାନିତ ହେବେ ।

   Related Posts