ଜୁନ୍ ୩୦ ତାରିଖ, ରବିବାର : କେଉଁ ରାଶି ପାଇଁ କେମିତି ରହିବ ଆଜିର ଦିନଟି ଜାଣନ୍ତୁ

Published By : Prameya-News7 Bureau | June 30, 2019 IST

ମେଷ – ଭୋଜନାଦିରେ ତୃପ୍ତି ମିଳିବ । ଆୟ ଯଥେଷ୍ଟ ପରିମାଣର ହେବ । ମନରେ ସରସତା ଆସିବ । ପାରିବାରିକ ସୁଖ,ଶାନ୍ତି ଅବ୍ୟାହତ ରହିବ । ଉନ୍ନତ ମାର୍ଗ ଅନୁସରଣ କରିପାରନ୍ତି ।
ବୃଷ – ଶତ୍ରୁର ସମ୍ମୁଖୀନ ହେବେ । ଆୟ ଦ୍ୱିଗୁନିତ ହୋଇପାରେ । ଭାଗ୍ୟଶାଳୀ ହେବେ । ମଧ୍ୟମ ଧରଣର ଶୁଭଫଳ ମିଳିବ । ପ୍ରତି ଯୋଗିତାରେ ବିଜୟୀ ହେବେ । ଜନୈକା ମହିଳାଙ୍କ ଦ୍ୱାରା ଉପକୃତ ହେବେ ।
ମିଥୁନ - ମନ ଦୁର୍ବଳ ରହିବ । ଅଷ୍ଟମ ଚନ୍ଦ୍ର ଓ ଘାତଚନ୍ଦ୍ର ଏକତ୍ର ଭୋଗ ହେଉଥିବାରୁ ସତର୍କତାର ସହ ଚଳିବାକୁ ପଡିବ । ଜଳଯାତ୍ରା କରିବା ଉଚିତ୍ ନୁହେଁ । ଶୁଭକାର୍ଯ୍ୟ ସ୍ଥଗିତ ରଖିବେ । ସ୍ୱାଭିମାନୀ ହେବେ । ଯୁଗ୍ମ ବ୍ୟବସାୟ ଲାଭଜନକ ହୋଇପାରେ ।
କର୍କଟ – ପାରିବାରିକ ଶାନ୍ତି ଅବ୍ୟାହତ ରହିବ । ବନ୍ଧୁ ମିଳନ ଘଟିପାରେ । ଅର୍ଥ ସଞ୍ଚୟ କରିବେ । ମାନ୍ୟତା ପ୍ରାପ୍ତ ହେବେ । କାର୍ଯ୍ୟରେ ସଫଳତା ଲାଭ କରିପାରନ୍ତି । ଅବିବାହିତଙ୍କର ମନୋରମା କନ୍ୟା ସହିତ ବିବାହ ସମ୍ବନ୍ଧ ସ୍ଥିର ହେବ ।
ସିଂହ – ଆଶା-ଆଶଙ୍କାରେ ଦିନ ବିତାଇ ପାରନ୍ତି । ଘାତଚନ୍ଦ୍ର ଭୋଗ ହେତୁ ସତର୍କରେ କାର୍ଯ୍ୟ କରିବେ । ନିରୀହ ପ୍ରକୃତିର ହେବେ । ଧର୍ମ ବିଧାନରେ ଦକ୍ଷତା ପ୍ରତିପାଦନ କରିପାରନ୍ତି । ଶତ୍ରୁନାଶ କରିବାରେ ସକ୍ଷମ ହେବେ ।
କନ୍ୟା – ଧନପ୍ରାପ୍ତିର ସୂଚନା ମିଳୁଛି । ଧର୍ମିକ ପ୍ରକୃତିର ହେବେ । ବିଜ୍ଞ ହୋଇପାରନ୍ତି । ବହୁ ମିତ୍ରଙ୍କ ସାନ୍ନିଧ୍ୟ ମିଳିବ । ଜନ- ସାଧାରଣଙ୍କ ପ୍ରିୟପାତ୍ର ହୋଇପାରନ୍ତି । ସନ୍ ମାର୍ଗୀ ହେବେ । ବିନୟୀ ସ୍ୱଭାବର ହେବେ ।
ତୁଳା – ପରିବେଶ ସୁରକ୍ଷା ପାଇଁ କାର୍ଯ୍ୟ କରିବେ । ମନରେ ସେବାଭାବ ଜାଗ୍ରତ ହୋଇପାରେ । ସୁପରାମର୍ଶ ଦାତା ହେବେ । ଉଚ୍ଚ ସମ୍ମାନ ଲାଭ କରିପାରନ୍ତି । ସତ୍ ସଙ୍ଗୀ ହେବେ । ଅନ୍ୟର ମଙ୍ଗଳ କାମନା କରି ନିଜେ ଅନୁଗୃହିତ ହେବେ ।
ବିଛା – ପରିଶ୍ରମର ମୂଲ୍ୟ ମିଳିବ । କର୍ମକ୍ଷେତ୍ରରେ ଉନ୍ନତି ଘଟିବ । ଗୃହରେ ମାଙ୍ଗଳିକ କାର୍ଯ୍ୟର ଶୁଭାରମ୍ଭ ହେବ । ବ୍ୟବସାୟ ଲାଭଜନକ ହେବ । ବିବାଦରେ ବିଜୟୀ ହେବେ । ପ୍ରତିଯୋଗିତାରେ ଫଳ ଆପଣଙ୍କ ସପକ୍ଷରେ ଯିବ ।
ଧନୁ – କାର୍ଯ୍ୟରେ ଅଗ୍ରଗତି ଘଟିବ । ମାତ୍ର ବିଳମ୍ବିତ ହୋଇପାରେ । ଅପେକ୍ଷା କଲେ ବହୁ ସୁଫଳର ଅଧିକାରୀ ହୋଇପାରନ୍ତି । ତ୍ୟାଗ-ପୂତ ମନୋବୃତ୍ତି ଗ୍ରହଣ କରିପାରନ୍ତି । ନୀତିନିଷ୍ଠ ହେବେ । ଧନାଦିଯୁକ୍ତ ହୋଇପାରନ୍ତି ।
ମକର – ବିପଦ ଦୂରେଇ ଯିବ । ଅମୋଦ-ପ୍ରମୋଦରେ ଦିନଟି ଅତିବାହିତ ହେବ । ଆୟ ବୃଦ୍ଧିର ସୂଚନା ମିଳୁଛି । ପାରିବାରର ପାରସ୍ପରିକ ସ୍ନେହ, ସହାନୁଭୂତି ବଜାୟ ରହିବ । କର୍ମକ୍ଷେତ୍ରରେ ଶୁଭଫଳ ମିଳିବ । ସୁଖାଦ୍ୟ ମିଳିବ ।
କୁମ୍ଭ - କର୍ମକ୍ଷେତ୍ରରେ ଅଗ୍ରଗତି ଘଟିବ । ଆନନ୍ଦ ଉତ୍ସବରେ ଦିନଟି ଅତିବାହିତ କରିପାରନ୍ତି । ଆର୍ଥିକ ସ୍ଥିତିରେ ସ୍ୱଚ୍ଛଳତା ଦେଖା ଦେବ । ପାରିବାରିକ ଶାନ୍ତି ଅବ୍ୟାହତ ରହିବ । ଅଧିକ ବ୍ୟୟର ସମ୍ମୁଖୀନ ହୋଇପାରନ୍ତି ।
ମୀନ - କର୍ମକ୍ଷେତ୍ରରେ ଉତ୍ସାହ ବୃଦ୍ଧି ହେବ । ଭାଗ୍ୟବାନ୍ ହେବେ । ନାନାବିଧ ସମ୍ମାନର ଅଧିକାରୀ ହେବେ । ଯାନ- ବାହନ ସୁଖ ମିଳିବ । କୀର୍ତ୍ତିମାନ ହୋଇପାରନ୍ତି । ଗୁଣବାନ୍ ହେବେ । ପ୍ରସନ୍ନତା ଲାଭ କରିବେ । ସୁଖ ମିଳିବ ।

News7 Is Now On WhatsApp Join And Get Latest News Updates Delivered To You Via WhatsApp

Copyright © 2024 - Summa Real Media Private Limited. All Rights Reserved.