ଜୁନ୍ ୨୯ ତାରିଖ, ଶନିବାର : କେଉଁ ରାଶି ପାଇଁ କେମିତି ରହିବ ଆଜିର ଦିନଟି ଜାଣନ୍ତୁ

Published By : Prameya-News7 Bureau | June 29, 2019 IST

ମେଷ – ଭବିଷ୍ୟତ କାର୍ଯ୍ୟ ପାଇଁ ଚିନ୍ତା କରିବେ । ଦ୍ରବ୍ୟ ଲାଭର ସୂଚନା ମିଳୁଛି । ପାରିବାରିକ ସୁଖ-ଶାନ୍ତି ଅବ୍ୟାହତ ରହିବ । ପରଧନରେ ଧନୀ ହୋଇପାରନ୍ତି । ଯୁବତୀମାନଙ୍କ ମନୋରଞ୍ଜନ କରିବେ । ରସିକ ଓ ବାଚାଳ ହେବେ ।

ବୃଷ – ବିପଦର ସମ୍ମୁଖୀନ ହୋଇପାରନ୍ତି । ସୁଖ-ସମ୍ମାନ ଲାବ କରିପାରନ୍ତି । ବହୁ ଦିନର ଆଶା ପୂରନ ହୋଇପାରେ । ଅର୍ଥ ପ୍ରାପ୍ତିର ସୂଚନା ମିଳୁଛି । ଧାର୍ମିକ ହେବେ । ଶିଳ୍ପୋଦ୍ୟୋଗୀ ହୋଇପାରନ୍ତି । ଚଞ୍ଚଳ ଚେଷ୍ଟିତ ହେବେ ।

ମିଥୁନ - ବହୁ ବ୍ୟୟରେ କାର୍ଯ୍ୟ ହାସଲ କରିବେ । ସେବା,ପୂଜାରେ ନିଜକୁ ନିୟୋଜିତ କରିପାରନ୍ତି । ଅଷ୍ଟମଚନ୍ଦ୍ର ଘାତଚନ୍ଦ୍ର ଭୋଗ ହେଉଥିବାରୁ ଉଚ୍ଚ ସ୍ଥାନ ଆରୋହଣ,ଯାନବାହନ ଚଳାଚଳରେ ସତର୍କତା ଅବଲମ୍ବନ କରିବେ ।

କର୍କଟ – ବିଭିନ୍ନ ସ୍ତରରେ ଉଦ୍ୟମ କରି ଆର୍ଥିକ ସ୍ଥିତିକୁ ବୃଦ୍ଧି କରିବେ । ଅଧିକାଂଶ ସ୍ତରରୁ ସହ ଯୋଗ ମିଳିବ । ସ୍ୱାସ୍ଥ୍ୟ ହାନିର ଆଶଙ୍କା ଅଛି । ଚିନ୍ତାଗ୍ରସ୍ତ ହୋଇପାରନ୍ତି । ଶାନ୍ତ,ନିପୁଣ ଓ ମେଧବୀ ହେବେ ।

ସିଂହ – ଶୁଭ ଖବର ପାଇ ଆନନ୍ଦ ଅନୁଭବ କରିବେ । ସୁଖ ସମ୍ମାନ ଲାଭ କରିବେ । ଆର୍ଥିକସ୍ଥିତି ସ୍ୱଚ୍ଛଳ ରହିବ । ବନ୍ଧୁ ସହ ଯୋଗ ପାଇ ଉତ୍ଫୁଲ୍ଲିତ ହେବେ । ଚାଲୁ ରହିଥିବା କାର୍ଯ୍ୟକୁ ସଂପୂର୍ଣ୍ଣ କରିପାରନ୍ତି । ଦାମ୍ପତ୍ୟ ସୁଖ ମିଳିବ ।

କନ୍ୟା – ନୂତନ କର୍ମକ୍ଷେତ୍ରରେ ନିଯୁକ୍ତି ସୁଯୋଗ ପାଇ ପାରନ୍ତି । ଏଥି ପାଇଁ ବିଭିନ୍ନ ସ୍ତରରୁ ସହ ଯୋଗ ମିଳିବ । ଧନ-ଜନ-ଗୋପ-ଲକ୍ଷ୍ମୀଙ୍କ ସହ ଯୋଗରୁ ଚତୁବର୍ଗ ପ୍ରାପ୍ତିର ଓ ଅର୍ଥ ସହ ପ୍ରୀତି ଲାଭ କରିପାରନ୍ତି । 

ତୁଳା – ଆର୍ଥାଭାବ ଦୂର କରିବେ । ମନ ଇଚ୍ଛା କିଛି ନ କରି ପରାମର୍ଶ ନେଇ କାର୍ଯ୍ୟ କରିବେ । ସୁସ୍ଥ ଓ ନିରାମୟ ଜୀବନ ଯାପନ କରିପାରନ୍ତି । ଉଚ୍ଚ ସମ୍ମାନର ସମ୍ମାନିତ ହେବେ । ସତ୍ ସଙ୍ଗୀ ହୋଇପାରନ୍ତି ।

ବିଛା – ମାଙ୍ଗଳିକ କାର୍ଯ୍ୟରେ ଯୋଗଦାନ କରିପାରନ୍ତି । ବିବାଦୀୟ ଘଟଣାରେ ବିଜୟୀ ହେବେ । ବ୍ୟବସାୟ ଲାଭଜନକ ହେବ । କାର୍ଯ୍ୟ କ୍ଷେତ୍ର ସହଜ ସୁଲଭ ହେବ । ଗୃହ ପରିବେଶ ମଙ୍ଗଳମୟ ହେବ ।

ଧନୁ – ନିିଜ ସମ୍ମାନକୁ ଜଗି ଚଳିବାକୁ ପଡିବ । ଘାତଚନ୍ଦ୍ର ଭୋଗ ହେତୁ, ଯାନ-ବାହନ ଚଳାଚଳରେ ସତର୍କତା ଅବଲମ୍ବନ କରିବାକୁ ପଡିବ । ଚିତ୍ତରେ ପ୍ରସନ୍ନତା ଦେଖା ଦେବ । ମାନ୍ୟତା ପ୍ରାପ୍ତ ହୋଇପାରନ୍ତି । ପ୍ରତିଯୋଗିତାରେ ବିଜୟୀ ହେବେ ।

ମକର – ସ୍ମରଣ ହାନି ଘଟିପାରେ । ନିରୁତ୍ସାହିତ ହୋଇପାରନ୍ତି । ବ୍ୟୟବୃଦ୍ଧି ହେବା ସହିତ ବିଭିନ୍ନ ଦିଗରୁ ଧନାଗମ ହୋଇପାରେ । ତ୍ୟାଗଶୀଳ ହେବେ । ନୀତିନିଷ୍ଠ ହୋଇପାରନ୍ତି । ଚଞ୍ଚଳମନା ହେବେ । କୀର୍ତ୍ତିମାନ୍ ଓ ସହିଷ୍ଣୁ ହେବେ ।

କୁମ୍ଭ  - କର୍ମକ୍ଷେତ୍ରରେ ଉତ୍ସାହ ଦ୍ୱିଗୁଣିତ ହୋଇପାରେ । ଆର୍ଥିକ ଲାଭର ସୂଚନା ମିଳୁଛି । ପାରିବାରିକ ଶାନ୍ତି ଯୋଗୁଁ ଆନନ୍ଦିତ ହେବେ । ଧନବାନ୍ ହେବେ । ଅପାର ଗୁଣର ଅଧିକାରୀ ହୋଇପାରନ୍ତି । ଉର୍ପାଜନ ଉଣା ହେବ ନାହିଁ ।

ମୀନ - ବେଳେବେଳେ ନିଜକୁ ଅସହାୟ ମନେ କରିପାରନ୍ତି । ଘାତଚନ୍ଦ୍ର ଭୋଗ ହେତୁ ଯାନବାହନ ଚଳାଚଳରେ ସତର୍କ ରହିବେ । ଏପରି କି ଝୁଣ୍ଟି ପଡି ଯାଇପାରନ୍ତି । ଭାଇମାନଙ୍କ ଉପରେ ସ୍ନେହ ଓ ଶ୍ରଦ୍ଧାଭାବ ରହିବ । ଖର୍ଚ୍ଚାନ୍ତ ହେବାର ସୂଚନା ମିଳୁଛି ।

News7 Is Now On WhatsApp Join And Get Latest News Updates Delivered To You Via WhatsApp

Copyright © 2024 - Summa Real Media Private Limited. All Rights Reserved.