Prameya News7

Prameya News7, News7 Odia, Odisha Latest News, Odisha Current Headlines, Odisha News Online

ପ୍ରମୁଖ ଖବର
  • ଦେଶରେ ତଳମୁହାଁ କରୋନା ଗ୍ରାଫ୍: ଓଡ଼ିଶାରେ ମଧ୍ୟ ହ୍ରାସ ପାଇଛି ସଂକ୍ରମଣ
  • ||

ଜୁନ୍ ୨୮ ତାରିଖ, ଶୁକ୍ରବାର : କେଉଁ ରାଶି ପାଇଁ କେମିତି ରହିବ ଆଜିର ଦିନଟି ଜାଣନ୍ତୁ

28/06/2019 at 2:45 PM

ମେଷ – ବ୍ୟବସାୟ ଲାଭଜନକ ହେବ । ଜନ ସାଧାରଣଙ୍କ ଠାରୁ ଆଦର ସମ୍ମାନ ମିଳିପାରେ । କରିତ୍କର୍ମା ହେବେ । ସରକାରୀ ଅର୍ଥ ସହିତ ସମ୍ବର୍ଦ୍ଧିତ ହୋଇପାରନ୍ତି । ଦାମ୍ପତ୍ୟ ସୁଖ ମିଳିବ । ସୁସ୍ଥ ଓ ନିରାମୟ ରହିବେ ।

ବୃଷ – ଦ୍ୱନ୍ଦ୍ୱରେ ପଡିଲେ ବି ସୁଚାରୁରୂପେ କାର୍ଯ୍ୟ ସମ୍ପାଦନ କରିବେ । ଶ୍ରମ ସାଥକ୍ଷ୍ଣଳ ହେବ । ଅର୍ଥ ପ୍ରାପ୍ତିର ସୂଚନା ମିଳୁଛି । ବ୍ୟବସାୟ ଲାଭଜନକ ହେବ । ରାଜକୃପା ଲାଭ କରିପାରନ୍ତି । ଦୁଃଖୀ,ରଙ୍କୀ,ଦୁର୍ଗତଙ୍କୁ ଦାନ ଦେଇ ପାରନ୍ତି ।

ମିଥୁନ – ଆୟ ବୃଦ୍ଧିର ସୂଚନା ମିଳୁଛି । ଘାତଚନ୍ଦ୍ର ଭୋଗ ହେଉଥିବାରୁ ସତର୍କତା ସହ ଚଳିବକୁ ପଡିବ । ଭାଗ୍ୟର ପରିବର୍ତ୍ତନ ଘଟିବ । ଅର୍ଥ ପ୍ରାପ୍ତିର ସୁଯୋଗ ଜୁଟିଛି । ନୀରୋଗ ରହିପାରନ୍ତି । ଧାର୍ମିକ ପ୍ରବୃତ୍ତିର ହେବେ ।

କର୍କଟ – ଆପଣଙ୍କ ଗୋପନ କାର୍ଯ୍ୟ ସୁଖ ହାନି ଘଟିପାରେ । ସାମାନ୍ୟ ଅସୁସ୍ଥତା ଅନୁଭବ କରିପାରନ୍ତି । ଚିନ୍ତା ବୃଦ୍ଧି ହୋଇପାରେ । ସ୍ୱାଭିମାନୀ ହେବେ । ଯୁଗ୍ମ ବ୍ୟବସାୟ ଲାଭଜନକ ହେବ । ଜଳଯାତ୍ରା ମନା । ଯାନ-ବାହନରେ ସତର୍କ ରହିବେ ।

ସିଂହ – ପଡୋଶୀଙ୍କ ସହଯୋଗ ଲାଭ କରିବେ । କାର୍ଯ୍ୟ କ୍ଷେତ୍ରରେ ଉତ୍ସାହ ବୃଦ୍ଧି ପାଇବ । କର୍ମତତ୍ପର ହେବେ । ବନ୍ଧୁ ମେଳରେ ରହି ମନ ସ୍କାମନା ପୂରଣ କରିପାରନ୍ତି । ସୁସ୍ଥ ରହିବେ । ବଳବାନ୍ ହେବେ । ଶତ୍ରୁ ବିନାଶ କରି ଆଶ୍ୱସ୍ତ ହେବେ ।

କନ୍ୟା – ପାରିବାରିକ ଅଶାନ୍ତି ଆପଣାଛାଏଁ ଦୂରେଇ ଯିବ । ବନ୍ଧୁ ସୁଖ ମିଳିପାରେ । ଯେକୌଣସି ସୂତ୍ରରୁ ଅର୍ଥ ପ୍ରାପ୍ତିର ସୁଯୋଗ ଅଛି । ସୁସ୍ଥ ଓ ନିରାମୟ ରହିବେ । ଆଦର୍ଶବାଦୀ ହୋଇପାରନ୍ତି । ପ୍ରଭାବ ବିସ୍ତାର କରିପାରନ୍ତି ।

ତୁଳା – ଭାଇଙ୍କ ସହଯୋଗ ପାଇ କୃତଜ୍ଞ ହେବେ । ମନରେ ଗର୍ବଭାବ ବହନ କରିପାରନ୍ତି । ଉଚ୍ଚ ସମ୍ମାନ ପାଇ ଉତ୍ଫୁଲ୍ଲିତ ହେବେ । ସରକାରଙ୍କ ଦ୍ୱାରା ସୁପାରିସ ଲାଭ କରିପାରନ୍ତି । ହଠାତ୍ କିଛି ଅର୍ଥ ମିଳିପାରେ ।

ବିଛା – ମାନସିକ ବ୍ୟାକୁଳତା ବୃଦ୍ଧି ହୋଇପାରେ । ଦ୍ରବ୍ୟ ନଷ୍ଟ ହେବାର ସମ୍ବାବନା ଅଛି । ଗୃହ ପରିବେଶ ସୁସ୍ୱାସ୍ଥ୍ୟଦାୟକ ହେବ । ଯାନ-ବାହନ ସୁଖ ମିଳିପାରେ । ବିଭାଗୀୟ କାର୍ଯ୍ୟରେ ପ୍ରଶଂସାର ପାତ୍ର ହେବେ । ବ୍ୟବସାୟ ଲାଭପ୍ରଦ ହେବ ।

ଧନୁ – ପରିଶ୍ରମ ମୂଲ୍ୟାଙ୍କନ ହେବ । ମନରେ ଖୁସିର ଲହଡି ସୃଷ୍ଟି ହେବ । ସମ୍ମାନିତ ହୋଇପାରନ୍ତି । ନୀତିନିଷ୍ଠ ହେବେ । ବିବାଦରେ ବିଜୟ ଲାଭ କରିପାରନ୍ତି । ନିର୍ବାଚନ ଫଳା-ଫଳ ଆପଣଙ୍କ ସପକ୍ଷରେ ଯିବ । ଶାସ୍ତ୍ରଜ୍ଞ ହେବେ ।

ମକର – ମାନସିକ ଉତ୍ତେଜନା ଭୋଗି ପାରନ୍ତି । ମନରେ ଉଦ୍ବେଗ ଜାତ ହୋଇପାରେ । ଭାଗ୍ୟର ପରିବର୍ତ୍ତନ ଘଟିପାରେ । ଈର୍ଷାଳୁ ସ୍ୱଭାବର ହୋଇପାରନ୍ତି । ବିଭିନ୍ନ ଦିଗରୁ ଧନାଗମ ହୋଇପାରେ । ଯାନ-ବାହନ ସୁଖ ମିଳିବ ।

କୁମ୍ଭ  – ଆର୍ଥିକ ସ୍ଥିତି ସୁଦସ୍ତଙ୍ଘ ରହିବ । ରୁଚିକର ଭୋଜନରେ ଆପ୍ୟାୟିତ ହେବେ । ସରକାରୀ କିମ୍ବା ବନ୍ଧୁ ସହାୟତା ପାଇ ଲାଭବାନ୍ ହେବେ । ପାରିବାରିକ ଶାନ୍ତିର ବାତାବରଣ ସୃଷ୍ଟି ହେବ । ନୂଆ ବନ୍ଧୁଙ୍କ ଦ୍ୱାରା ଉପକୃତ ହୋଇପାରନ୍ତି ।

ମୀନ – ମନ ବ୍ୟାକୁଳ ରହିବ । ଖର୍ଚ୍ଚାନ୍ତ ହୋଇପାରନ୍ତି । ଚକ୍ଷୁରେ ଯନ୍ତ୍ରଣା ଅନୁଭବ କରିପାରନ୍ତି । ଜଣେ ନୀତିନିଷ୍ଠ ଭାବେ, ସମାଜିକ ସ୍ତରରେ ଜଣେ ଶୁଦ୍ଧପୁତ ବ୍ୟକ୍ତିଭାବେ ପୂଜନୀୟ ହୋଇପାରନ୍ତି । ମିଷ୍ଟଭାଷୀ ହୋଇପାରନ୍ତି ।

   Related Posts