Friday, July 19, 2019

Prameya News7

Prameya News7, News7 Odia, Odisha Latest News, Odisha Current Headlines, Odisha News Online

ଜୁନ୍ ୨୫ ତାରିଖ, ମଙ୍ଗଳବାର : କେଉଁ ରାଶି ପାଇଁ କେମିତି ରହିବ ଆଜିର ଦିନଟି ଜାଣନ୍ତୁ

ମେଷ – ବନ୍ଧୁମାନଙ୍କ ଠାରୁ ସାହାର୍ଯ୍ୟ ମିଳିବ ନାହିଁ । କ୍ଳାନ୍ତି ବୋଧ କରିପାରନ୍ତି । ପରଧନରେ ଧନୀ ହୋଇପାରନ୍ତି । ପାଣ୍ଡିତ୍ୟର ପରିପ୍ରକାଶ ଘଟାଇ ଜନପ୍ରିୟ ହେବେ । ରସିକ ହେବେ । ପ୍ରିୟ ଭାଷୀ ଓ ଧନ ,ଯାନ-ବାହନଯୁକ୍ତ ହୋଇପାରନ୍ତି ।

ବୃଷ – ପାରିବାରିକ କ୍ଷେତ୍ରରେ ଶାନ୍ତି ପାଇବେ । ଧର୍ମପ୍ରିୟ ପଣ୍ଡିତ ଓ ଶିଳ୍ପ ପାରଦର୍ଶୀ ହେବେ । ହାସ୍ୟଯୁକ୍ତ ଯୁବତୀ ପ୍ରିୟ ଓ ଚଞ୍ଚଳ ଚେଷ୍ଟିତ ହେବେ । ଶାସ୍ତ୍ରଜ୍ଞ ହେବେ । ବହୁ ମିତ୍ରଙ୍କ ସାନ୍ନିଧ୍ୟ ମିଳିବ । ରାଜପୁଜା ମିଳିବାର ସୁଯୋଗ ଜୁଟିଛି ।

ମିଥୁନ – ନିଜ କାର୍ଯ୍ୟ ଆନନ୍ଦଦାୟକ ହୋଇପାରେ । ବନ୍ଧୁ ସୁଖ ମିଳିବ । ଥଣ୍ଡା, କଫରେ ପୀଡିତ ହୋଇପାରନ୍ତି । ଅଧିକ ଶ୍ରମ ସ୍ୱୀକାର କରିବାକୁ ବାଧ୍ୟ ହେବେ । ମନ ଆତୁରିତ ହୋଇପାରେ । କାର୍ଯ୍ୟ ହାସଲ ପାଇଁ ଲଢେଇ କରି ବିଜୟୀ ହେବେ ।

କର୍କଟ – ମନରେ ଅଶାନ୍ତି ଉପୁଜି ପାରେ । ଶତ୍ରୁଭୟ ରହିଛି । ନୃତ୍ୟ,ସଙ୍ଗୀତପ୍ରିୟ ହୋଇପାରନ୍ତି । ସତ୍କର୍ମରେ ନିଜକୁ ନିୟୋଜିତ କରିବେ । ଧର୍ମ ମାର୍ଗରେ ମନୋନିବେଶ କରିପାରନ୍ତି । ପରାମର୍ଶ ନେଇ କାର୍ଯ୍ୟ କଲେ ସଫଳତା ମିଳିବ ।

ସିଂହ – ପରିସ୍ଥିତି ବଦଲି ଯାଇପାରେ । ଚିନ୍ତା ଗ୍ରସ୍ତ ହୋଇପାରନ୍ତି । ସନ୍ତାନ,ସନ୍ତତି ଲାବ କରିପାରନ୍ତି । ଉତ୍ତମ ମିତ୍ର ବା ପୁତ୍ର ଲାଭର ସୁଯୋଗ ସୃଷ୍ଟି ହୋଇଛି । ମନ୍ତ୍ରଶାସ୍ତ୍ରାଦିକୁ ଆୟତ୍ତ କରିପାରିବେ । ବିଶୁଦ୍ଧ ଭାଷୀ ହେବେ ।

କନ୍ୟା – ଅଭାବ ମେଣ୍ଟାଇ ପାରନ୍ତି । ଶତ୍ରୁବୃଦ୍ଧି ହେଲେ ବି ତାକୁ ଦମନ କରିବାକୁ ସକ୍ଷମ ହେବେ । ବିବାଦୀୟ ପ୍ରତିଯୋଗିତାରେ ବିଜୟୀ ହେବେ । ବହୁ ସମ୍ମାନର ଅଧିକାରୀ ହୋଇପାରନ୍ତି । ଅର୍ଥ ପ୍ରାପ୍ତିର ସୂଚନା ମିଳୁଛି ।

ତୁଳା – ଆୟରେ ଢେର ଉନ୍ନତି ଘଟିବ । ଅତ୍ୟଧିକ ପରିଶ୍ରମ ଯୋଗୁଁ କ୍ଳାନ୍ତ ହୋଇପାରନ୍ତି । ତ୍ୟାଗଶୀଳ ହେବେ । ନୀତିଜ୍ଞ ହୋଇପାରନ୍ତି । ବିବିଧ ଧନଯୁକ୍ତ ହେବେ । ଚଞ୍ଚଳମନା ହୋଇପାରନ୍ତି । ସହିଷ୍ଣୁ ହେବେ ।

ବିଛା – କୃଷି କାର୍ଯ୍ୟରେ ଲାଗି ପଡିବେ । ଆଶାବାଦୀ ହୋଇପାରନ୍ତି । ଶ୍ରୀଚନ୍ଦ୍ର ଭୋଗ ହେତୁ ରୁଚିକର ଭୋଜନ ମିଳିବ । ସୁସ୍ଥ ଓ ନିରାମୟ ଜୀବନ ଯାପନ କରିପାରନ୍ତି । ପାରିବାରିକ ସୁଖ ଅବ୍ୟାହତ ରହିବ । ଧନବାନ୍ ହୋଇପାରନ୍ତି ।

ଧନୁ – କର୍ମକ୍ଷେତ୍ରରେ ପଦୋନ୍ନତି ଘଟିବ । ଖର୍ଚ୍ଚ ପରିମାଣ ବୃଦ୍ଧି ପାଇବ । ମଧୁର ସମ୍ଭାଷଣରେ ଅନ୍ୟମାନଙ୍କୁ ବଶ କରିବାରେ ସକ୍ଷମ ହୋଇପାରନ୍ତି । କେତେକ କ୍ଷେତ୍ରରେ ସାମୟିକ ବିରୋଧର ସମ୍ମୁଖୀନ ହୋଇପାରନ୍ତି ।

ମକର – ଚିନ୍ତାଗ୍ରସ୍ତ ହୋଇପାରନ୍ତି । ଆୟ ବୃଦ୍ଧିର ସୂଚନା ମିଳୁଛି । ନାନାବିଧ ସମ୍ମାନର ଅଧିକାରୀ ହେବେ । ସାମର୍ଥ୍ୟର ପରିପ୍ରକାଶ ଘଟାଇ ପାରନ୍ତି । ଧନାଗମର ସୂଚନା ମିଳୁଛି । ଉତ୍ତମ ବସ୍ତ୍ର,ରତ୍ନ ଓ ଯାନ ବାହନ ମିଳିବ ।

କୁମ୍ଭ  – କର୍ମକ୍ଷେତ୍ରରେ ଉପୁଜିଥିବା ଅଶାନ୍ତି ଦୂର କରିବାରେ ସକ୍ଷମ ହେବେ । ଧନପ୍ରାପ୍ତି ସହିତ ସମ୍ମାନ ପ୍ରାପ୍ତିର ସୂଚନା ମିଳୁଛି । ନାନା ବିଭବରେ ମଣ୍ଡିତ ହୋଇପାରନ୍ତି । ବହୁ ଜଟିଳ ସମସ୍ୟାର ସମାଧାନ କରିବାରେ ସଫଳ ହେବେ ।

ମୀନ – ଅଜଣା ବ୍ୟକ୍ତିଙ୍କ ଦ୍ୱାରା ଉପକୃତ ହୋଇପାରନ୍ତି । ପରୋପକାର କରି ଆତ୍ମସନ୍ତୋଷ ଲାଭ କରିବେ । ଉତ୍ତମ ଗୁଣ ଓ ନୀତିନିଷ୍ଠ ହେବେ । ବିନୀତ ସ୍ୱଭାବର ହେଲେ ବି, ଯୁଦ୍ଧପ୍ରିୟ ହେବେ ।

154 Views

   ସମ୍ବନ୍ଧିତ ଖବର