Friday, July 19, 2019

Prameya News7

Prameya News7, News7 Odia, Odisha Latest News, Odisha Current Headlines, Odisha News Online

ଜୁନ୍ ୨୪ ତାରିଖ, ସୋମବାର : କେଉଁ ରାଶି ପାଇଁ କେମିତି ରହିବ ଆଜିର ଦିନଟି ଜାଣନ୍ତୁ

ମେଷ – କୌଣସି ଏକ ଜାଗାକୁ ନେଇ ଅଶାନ୍ତି ଉପୁଜି ପାରେ । ଶାରିରୀକ ପୀଡା ଅନୁଭବ କରିପାରନ୍ତି । ଅନ୍ୟର ମଙ୍ଗଳ କାମନା କଲେ ନିଜେ ଉପକୃତ ହେବେ । ସ୍ୱାଭିମାନୀ ହୋଇପାରନ୍ତି । ଅଷ୍ଟମ ଚନ୍ଦ୍ର ଭୋଗ ଯୋଗୁଁ ସତର୍କରେ ଚଳିବେ ।

ବୃଷ – ମୂଲ୍ୟବାନ୍ ଦ୍ରବ୍ୟ ମିଳିପାରେ । ବିଭିନ୍ନ ସ୍ତରରୁ ସହ ଯୋଗ ମିଳିବ । ଆରୋଗ୍ୟ ହେବେ । ବନ୍ଧୁମାନଙ୍କର ସ୍ନେହର ପାତ୍ର ହୋଇପାରନ୍ତି । ବସ୍ତ୍ର-ଭୂଷଣ ଲାଭ ହୋଇପାରେ । ବାକ୍ ପଟୁତା ଯୋଗୁଁ ବିବାଦୀୟ ସ୍ଥିତିରୁ ସୁଧାର ଆଣିବେ ।

ମିଥୁନ – କାର୍ଯ୍ୟକୁ ଶୃଙ୍ଖଳିତ କରିବାକୁ ସକ୍ଷମ ହୋଇପାରନ୍ତି । ଦୁଃସାହସିକ ପଦକ୍ଷେପ ନେଇ କାର୍ଯ୍ୟ କରିପାରନ୍ତି । ମାନ୍ୟତା ପ୍ରାପ୍ତ ହେବ । ଧନ ସଞ୍ଚୟ କରିବାର ସୁଯୋଗ ଅଛି । ଶୁଭ କାର୍ଯ୍ୟରେ ଯୋଗ ଦେବେ । ସର୍ବ ସୁଖ ମିଳିବ ।

କର୍କଟ – ଅଟକି ଥିବା ଅର୍ଥ ମିଳି ଯାଇପାରେ । ପରାମର୍ଶ ନେଇ କାର୍ଯ୍ୟ କଲେ ସଫଳତା ମିଳିବ । ଅର୍ଥ ସଞ୍ଚୟ କରିପାରନ୍ତି । ମାନ୍ୟତା ପ୍ରାପ୍ତ ହେବେ । କର୍ମକ୍ଷେତ୍ରରେ ଅପୂର୍ବ ସଫଳତା ମିଳିବ । ପାରିବାରିକ ସୁଖ ଅବ୍ୟାହତ ରହିବ ।

ସିଂହ – ଭ୍ରାତୃ ବିବାଦରେ ପଡି ପାରନ୍ତି । ଦ୍ରବ୍ୟ ହାନି ଘଟିପାରେ । କୃଷିକ୍ଷେତ୍ରକୁ ତ୍ୱରାନ୍ୱିତ କରିପାରନ୍ତି । ଯାନ-ବାହନ ସୁଖ ମିଳିପାରେ । ଗୃହ ପରିବେଶ ଠିକ୍ ରହିବ । ଯାତ୍ରା ଶୁଭଙ୍କର ହେବ । ବନ୍ଧୁ ସହାୟତା ପାଇ ଖୁସି ହୋଇପାରନ୍ତି ।

କନ୍ୟା – ପରୀକ୍ଷାରେ ସଫଳତା ମିଳିପାରେ । କାର୍ଯ୍ୟରେ ଆଶାନୁରୂପ ଫଳ ଲାଭ କରିବେ । ବିବାଦରେ ବିଜୟୀ ହେବା ସହିତ ଲୋକପ୍ରିୟତା ଅର୍ଜନ କରିବେ । ମନରେ ଉତ୍ସାହ,ଉଦ୍ଦିପନା ସୃଷ୍ଟି ହେବ । ସନ୍ତୁଷ୍ଟ ଚିତ୍ତ ହୋଇ ପାରନ୍ତି ।

ତୁଳା – ପରିବାରରୁ ଅଶାନ୍ତି ଭୋଗି ପାରନ୍ତି । ନିରବ ଭାବ ପ୍ରଦର୍ଶନ କରି ସବୁ କିଛି ସହି ଯିବେ । ଅର୍ଥ ଲାଭର ସୂଚନା ମିଳୁଛି । କାର୍ଯ୍ୟ ହାସଲକରିବାରେ ସକ୍ଷମ ହେବେ । ଶୁଭ ସମ୍ବାଦ ମିଳିବ । ସୁଖ-ସନ୍ତୋଷ ଲାଭ କରିବେ ।

ବିଛା – ମନରେ ସାହସ ବଢିବ । ସୁଖ-ସମ୍ମାନ ଲାଭ କରିପାରନ୍ତି । ମିଷ୍ଟାନ୍ନ ଭୋଜନରେ ଆପ୍ୟାୟି ହେବେ । ରୋଜଗାର ଆଶାନୁରୂପ ହେବ । ଉପହାର ପାଇ ଖୁସି ମନାଇବେ । ପାରିବାରିକ ସୁଖ ମିଳିବ । ଚିନ୍ତାଧାରା ଉନ୍ନତିମାନର ହେବ ।

ଧନୁ – ପାରିବାରିକ ଶାନ୍ତି ଅବ୍ୟାହତ ରହିବ । ବାଧା-ବିଘ୍ନ ଥାଇ ମଧ୍ୟ କାର୍ଯ୍ୟରେ ଆଗକୁ ବଢିପାରନ୍ତି । ମଧୁରଭାଷୀ ହେବେ । ଭ୍ରାତୃଭାବ ଅତୁଟ ରହିବ । ଖର୍ଚ୍ଚ ପରିମାଣ ବୃଦ୍ଧି ପାଇପାରେ । ସାମଜିକ କ୍ଷେତ୍ରରେ ପ୍ରତିଷ୍ଠା ଲାଭ କରିପାରନ୍ତି ।

ମକର – କୌଣସି ଏକ କାରଣକୁ ନେଇ ମନରେ ଅଶାନ୍ତି ସୃଷ୍ଟି ହୋଇପାରେ । ସୁଖ-ସମ୍ମାନ ଲାଭ କରିପାରନ୍ତି । ଆୟ ବୃଦ୍ଧି ହୋଇପାରେ । କର୍ମକ୍ଷେତ୍ରରେ ବହୁ ଶୁଭଫଳ ଆଶା କରାଯାଏ । ଭାଗ୍ୟବାନ୍ ହେବେ ।

କୁମ୍ଭ  – ପାରିବାରିକ ଶାନ୍ତି ଅବ୍ୟାହତ ରହିବ । ସୁଖ-ସମ୍ମାନ ଲାଭ କରିପାରନ୍ତି । ଭାଗ୍ୟବାନ୍ ହେବେ । ସର୍ବାଙ୍ଗୀଣ ଉନ୍ନତି ହେବ । ନାନା ବିଭବରେ ମଣ୍ଡିତ ହୋଇପାରନ୍ତି । ସୁଭାଷୀ ହେବେ । ସୁବିଦ୍ୟାଯୁକ୍ତ ହୋଇପାରନ୍ତି ।

ମୀନ – ଅଯାଚିତ୍ତ ସାହାର୍ଯ୍ୟ ପାଇ କୃତଜ୍ଞ ହେବେ । ସେବା ପୂଜାରେ ନିଜକୁ ନିୟୋଜିତ କରିପାରନ୍ତି । ଗୃହରେ ଶାନ୍ତିର ବାତାବରଣ ସୃଷ୍ଟି ହେବ । ଭାଗ୍ୟଶାଳୀ ହୋଇପାରନ୍ତି । ଶ୍ରେଷ୍ଠ ପଦ-ପଦବୀ ମିଳିପାରେ । ଉତ୍ତମ ଗୁଣର ଅଧିକାରୀ ହେବେ ।

119 Views

   ସମ୍ବନ୍ଧିତ ଖବର