ଜୁନ୍ ୨୩ ତାରିଖ, ରବିବାର : କେଉଁ ରାଶି ପାଇଁ କେମିତି ରହିବ ଆଜିର ଦିନଟି ଜାଣନ୍ତୁ

Published By : Prameya-News7 Bureau | June 23, 2019 IST

ମେଷ – ବନ୍ଧୁ ସହଯୋଗ ନ ମିଳିପାରେ । ଭୋଜନରେ ତୃପ୍ତି   ମିଳିବ ନାହିଁ । ଈର୍ଷାଳୁ ସ୍ୱଭାବର ହୋଇପାରନ୍ତି । ସ୍ୱାଭିମାନୀ ହେବେ । ଶାରୀରିକ ଦୁର୍ବଳତା ଅନୁଭବ କରିପାରନ୍ତି । ସହ ଯୋଗୀ ବ୍ୟବସାୟରେ ଲାଭବାନ୍ ହେବେ ।

ବୃଷ – ଉଦ୍ୟମରେ ପ୍ରଗତି ଘଟିବ । ମିତ୍ର ଲାଭର ସୁଯୋଗ ଅଛି । ବ୍ୟବସାୟ ଲାଭଜନକ ହେବ । ସମାଜ ସେବା ପ୍ରତି ଆଗ୍ରହୀ ହେବେ । ମନରେ ଅହଂଭାବ ଜାଗ୍ରତ ହେବ । ଶାନ୍ତ,ଶିଷ୍ଟ ସ୍ୱଭାବର ହୋଇପାରନ୍ତି । ଧୈର୍ଯ୍ୟବାନ୍ ହେବେ ।

ମିଥୁନ - ଇଚ୍ଛା କରୁଥିବା ସାହାର୍ଯ୍ୟ ମିଳିବ । ଭାଇମାନଙ୍କ ଉପରେ ସ୍ନେହଭାବ ରହିବ । ସୁସ୍ଥ ଓ ନିରାମୟ ଜୀବନ ଯାପନ କରିପାରନ୍ତି । ବଳିଷ୍ଠ ହେବେ । ଶତ୍ରୁହନ୍ତା ହୋଇପାରନ୍ତି । ଚାକିରି କ୍ଷେତ୍ରରେ ଉଚ୍ଚ କର୍ତ୍ତୃପକ୍ଷଙ୍କ ଦ୍ୱାରା ପ୍ରଶଂସିତ ହେବେ ।

କର୍କଟ – ଗୃହ ଉଡକରଣ ସଂଗ୍ରହ କରିବେ । ଚଞ୍ଚଳ ପ୍ରକୃତିର ହେବେ । ଆକସ୍ମିକ ଧନଲାଭ ହୋଇପାରେ । ଲଟେରୀ ଉଠାଣରେ ବିଜୟୀ ହେବେ । ତନ୍ତ୍ର-ମନ୍ତ୍ରାଦି ଗୁପ୍ତ ବିଦ୍ୟା ପ୍ରତି ରୁଚି ରହିବ । ଆର୍ଥିକ ସ୍ରୋତ ବିଭିନ୍ନ ଦିଗରୁ ଆସିବ ।

ସିଂହ – ଉଦାର ପ୍ରକୃତିର ହୋଇପାରନ୍ତି । ଦାନଶୀଳ ହେବେ । ବ୍ୟକ୍ତିବିଶେଷ ଭାବେ ସାମାଜିକ କ୍ଷେତ୍ରରେ ଆଦର ଲାଭ କରିବେ । ସୁସ୍ଥ ଓ ନିରାମୟ ଜୀବନ ଯାପନ କରିପାରନ୍ତି । ଉଦାର ପ୍ରେମୀ ଓ ବୁଦ୍ଧିମାନ୍ ହେବେ ।

କନ୍ୟା – ଅନୁପସ୍ଥିତ ଥାଇ ମଧ୍ୟ କାର୍ଯ୍ୟରେ ସଫଳତା ପାଇବାକୁ ହକ୍ଦାର ହେବେ । ମନ ପ୍ରସନ୍ନ ରହିବ । ଆସ୍ତିକ ମନୋବୃତ୍ତିର ହୋଇପାରେ । ମଧୁରଭାଷୀ ହେବେ । ଥଣ୍ଡା-କଫରେ ଜଡିତ ହୋଇପାରନ୍ତି । ବିବାଦୀୟ ଘଟଣାରେ ବିଜୟୀ ହେବେ ।

ତୁଳା – ଭ୍ରମଣ ଯୋଗ ଅଛି । ଆଶାବାଦୀ ହେବେ । ପରମ ଭାଗ୍ୟଶାଳୀ ହେବେ । ବ୍ୟକ୍ତିତ୍ୱର ବିକାଶ ଘଟାଇବାରେ ପାରଙ୍ଗମ ହେବେ । ପରଦେଶବାସୀ, ମଧୁରଭାଷୀ, ସହନଶୀଳ, ଶାନ୍ତିପ୍ରିୟ ଓ ଉଦାର ବିଦ୍ୟାପ୍ରେମୀ ହେବେ ।

ବିଛା – ପାରିବାରିକ ଜୀବନ ଆନନ୍ଦଦାୟକ ହେବ । ଶ୍ରୀଚନ୍ଦ୍ର ଭୋଗ ହେଉଥିବାରୁ ଉତ୍ତମ ଭୋଜନରେ ଆପ୍ୟାୟିତ ହେବେ । ସରକାରୀ ଓ ବେସରକାରୀ ସାହାର୍ଯ୍ୟ ପାଇପାରନ୍ତି । ମାଲିମୋକଦ୍ଦମାରେ ବିଜୟୀ ହେବେ ।

ଧନୁ – ମାଙ୍ଗଳିକ କାର୍ଯ୍ୟରେ ଯୋଗଦାନ କରିପାରନ୍ତି । ଅଧିକ ବ୍ୟୟର ସମ୍ମୁଖୀନ ହେବେ । ଚଞ୍ଚଳ ସ୍ୱଭାବର ହୋଇପାରନ୍ତି । ଏକାନ୍ତ ପ୍ରିୟ ହେବେ । ଚକ୍ଷୁରେ ସାମାନ୍ୟ ପୀଡା ଅନୁଭବ କରିପାରନ୍ତି । ମଧୁର କଥା କହି ଅନ୍ୟମାନଙ୍କର ମନ କିଣି ପାରନ୍ତି ।

ମକର – ଭୋଜନାଦିରୁ ତୃପ୍ତି ମିଳିବ । ସୁସ୍ଥ ଓ ନିରାମୟ ଜୀବନଯାପନ କରିବେ । ଯଶସ୍ୱୀ ହେବେ । ଲୋକପ୍ରିୟତା ଅର୍ଜନ କରିବେ । ଚଞ୍ଚଳ ପ୍ରକୃତିର ହେବେ । ସରକାରୀ ସ୍ତରରେ ସମ୍ମାନିତ ହେବେ । ଧନଲାଭର ସୂଚନା ମିଳୁଛି ।

କୁମ୍ଭ  - ମାଙ୍ଗଳିକ କାର୍ଯ୍ୟରେ ଯୋଗଦାନ କରିପାରନ୍ତି । କର୍ମ ତତ୍ପରତା ପ୍ରକାଶ ପାଇବ । କୁଳ ଉଜ୍ଜ୍ୱଳକାରୀ ହେବେ । ମନ ପ୍ରସନ୍ନ ରହିବ । ସୁସ୍ଥ ଓ ନିରାମୟ ଜୀବନ ଯାପନ କରିବେ । ଦୟାଳୁ ସ୍ୱଭାବର ହେବେ । ବ୍ୟବସାୟ ଲାଭଜନକ ହେବ ।

ମୀନ - ବିଶ୍ୱାସୀ ହେବ । ନିରବ ଚିନ୍ତକ ହେବେ ।  ଭାଗ୍ୟଶାଳୀ ହେବେ । ଦିନଟି ଭୋଗ-ବିଳାସରେ ଅତିବାହିତ କରିପାରନ୍ତି । ସୁଖ ସମୃଦ୍ଧିପୂର୍ଣ୍ଣ ଜୀବନ ଯାପନ କରିବେ । ଦାମ୍ପତ୍ୟ ଜୀବନ ସୁଖପ୍ରଦ ହେବ । ଉଦ୍ୟୋଗୀ ହୋଇପାରନ୍ତି ।

News7 Is Now On WhatsApp Join And Get Latest News Updates Delivered To You Via WhatsApp

Copyright © 2024 - Summa Real Media Private Limited. All Rights Reserved.