ଜୁନ୍ ୨୧ ତାରିଖ, ଶୁକ୍ରବାର : କେଉଁ ରାଶି ପାଇଁ କେମିତି ରହିବ ଆଜିର ଦିନଟି ଜାଣନ୍ତୁ

Published By : Prameya-News7 Bureau | June 21, 2019 IST

ମେଷ – ଭ୍ରାତୃ ବିବାଦର ସମାପ୍ତ ହେବ । ଆମୋଦ-ପ୍ରମୋଦରେ ଦିନଟି ଅତିବାହିତ କରିପାରନ୍ତି । ଦିନଟି ହସ ଖୁସିରେ ଯିବ । ସମସ୍କାମନା ପୂରଣ ହେବ । ବିଭିନ୍ନ ଦିଗରୁ ଆଶା କରୁଥିବା ସାହାର୍ଯ୍ୟ ପାଇବେ । ପରାମର୍ଶଦାତା ହେବେ ।

ବୃଷ – କାର୍ଯ୍ୟରେ ଆଗେଇବେ । ମନୋବଳ ଦୃଢ ରହିବ । ଭାବୁଥିବା କାର୍ଯ୍ୟ ପୂରଣ କରିବେ । ଆରୋଗ୍ୟ ହେବେ । ବହୁ ସୁଖର ଅଧିକାରୀ ହୋଇପାରନ୍ତି । ବସ୍ତ୍ର-ଭୂଷଣ ଲାଭ ହୋଇପାରେ । ସ୍ୱାଧୀନ ହେତୁ ସୁଖୀ ହେବେ ।

ମିଥୁନ - କର୍ମକ୍ଷେତ୍ରରେ ମନ ଦ୍ୱିଧାଗ୍ରସ୍ତ ହୋଇପାରେ । ପରଚର୍ଚ୍ଚା କରିପାରନ୍ତି । ମାନ୍ୟତା ପ୍ରାପ୍ତ ହେବେ । ଅର୍ଥ ସଞ୍ଚୟ କରିପାରନ୍ତି । ସର୍ବ ଶୁଭ ଆଶା କରାଯାଏ । ସନ୍ତାନମାନେ ବିପଦ ମୁକ୍ତ ରହିବେ । ସତ୍ କର୍ମ ବିରୋଧୀ ହେବେ ।

କର୍କଟ – ଧୈର୍ଯ୍ୟଶୀଳ ହେବା ଆବଶ୍ୟକ । ଭୟର ଆଶଙ୍କା ରହିଛି । ବହୁମିତ୍ରଙ୍କ ସାନ୍ନିଧ୍ୟ ମିଳିବ । ପୁତ୍ର-କନ୍ୟା ଲାଭ ହୋଇପାରେ । ରାଜ ସିଂହାସନରେ ବସିବା ଭଳି ସୁଖ ଅନୁଭବ କରିପାରନ୍ତି । ଦୃଢ ବିଶ୍ୱାସର ସହ କାର୍ଯ୍ୟ କରିପାରନ୍ତି ।

ସିଂହ – ଦିନ ସାରା ସତର୍କତା ସହ ଚଳିବାକୁ ପଡିବ । ପରିଶ୍ରମର ମୂଲ୍ୟ ମିଳିବ । ସମ୍ମାନିତ ହୋଇପାରନ୍ତି । ବିଭିନ୍ନ ଦିଗରୁ ସହ ଯୋଗ ମିଳିବ । କର୍ମକ୍ଷେତ୍ରରେ ଉତ୍ସାହ ବୃଦ୍ଧି ପାଇବ । ବିବାଦରେ ବିଜୟୀ ହେବେ ।

କନ୍ୟା – ବିଭିନ୍ନ ଦିଗରୁ ଅର୍ଥ ପ୍ରାପ୍ତିର ସୂଚନା ମିଳୁଛି । ମନରେ ଉଦ୍ବେଗ ଜାତ ହୋଇପାରେ । କାର୍ଯ୍ୟରେ ସଫଳତା ଲାଭ କରିବେ । ଆତ୍ମ ସନ୍ତୋଷ ଲାଭ କରିପାରନ୍ତି । କାର୍ଯ୍ୟରେ ଉତ୍ସାହ ବୃଦ୍ଧି ପାଇବ । ଭାଗ୍ୟବାନ୍ ହେବେ ।

ତୁଳା – ଉତ୍ସାହିତ ହୋଇ କାର୍ଯ୍ୟ ସଂପାଦନ କରିବେ । ମହିଳାମାନଙ୍କୁ ସହାୟତା ଦେବେ । ଉତ୍ତମ ଭୋଜନ ପାଇ ଖୁସି ହେବେ । ବ୍ୟବସାୟରେ ଅଧିକ ଲାଭବାନ୍ ହେବେ । ଦାମ୍ପତ୍ୟ ଜୀବନ ଯାପନ ସୁଖପ୍ରଦ ହେବ । ଚିନ୍ତାଧାରା ଉନ୍ନତ ହେବ ।

ବିଛା – ଧନ ଲାଭର ସୂଚନା ମିଳୁଛି । କାର୍ଯ୍ୟରେ ବାଧବିଘ୍ନ ଉପୁଜିବାର ସମ୍ଭାବନା ଅଛି । ଅଟକି ରହିଥିବା କାର୍ଯ୍ୟ ଅଗ୍ରଗତି ଘଟାଇ ପାରନ୍ତି । ପାରିବାରିକ ସୁଖ ଶାନ୍ତି ଅବ୍ୟାହତ ରହିବ । ଖର୍ଚ୍ଚ ପରିମାଣ ବୃଦ୍ଧି ପାଇପାରେ ।

ଧନୁ – ମନରେ ସ୍ଥିରତା ସୃଷ୍ଟି ହେବ । ମୂଲ୍ୟବାନ୍ ଦ୍ରବ୍ୟ ଲାଭ ହୋଇପାରେ । ଅର୍ଥ ପ୍ରାପ୍ତ ହେବ । ଅଭୀଷ୍ଟ ସିଦ୍ଧିର ସୂଚନା ମିଳୁଛି । ଉତ୍ତମ ଭୋଜନରେ ଆପ୍ୟାୟିତ ହୋଇପାରନ୍ତି । ସରକାରୀ କୃପା ଲାଭ କରିବେ । କୀର୍ତ୍ତିମାନ୍ ହେବେ ।

ମକର – ବ୍ୟବସାୟ ଲାଭଜନକ ହେବ । ଉଦାର ସ୍ୱଭାବର ହୋଇପାରନ୍ତି । ଆଶା ପୂରଣ ହୋଇପାରେ । ସମ୍ମାନିତ ହେବାର ସୂଚନା ମିଳୁଛି । ଗୃହ ପରିବେଶ ପ୍ରଦୂଷଣମୁକ୍ତ ହେବ । ସରକାରୀ କୃପା ଲାଭ କରିପାରନ୍ତି ।

କୁମ୍ଭ - ସାମାଜିିକ କାର୍ଯ୍ୟରେ ବ୍ୟସ୍ତ ରହିବେ । ଦାନ-ଧର୍ମକୁ ଆଦରି ନେଇ ପାରନ୍ତି । ଅନେକ କ୍ଷେତ୍ରରେ କ୍ରୋଧ ସମ୍ବରଣ କରି କାର୍ଯ୍ୟ ହାସଲ କରିବେ । ଉଦାର ସ୍ୱଭାବ ପ୍ରଦର୍ଶନ କରିପାରନ୍ତି । ଅର୍ଥ ପ୍ରାପ୍ତିର ସୂଚନା ମିଳୁଛି ।

ମୀନ - ଅଶାନ୍ତି ଦୂରେଇ ଯିବ । ଧନକ୍ଷୟ ହେବାର ସମ୍ଭାବନା ଅଛି । ମନରେ ଆକୁଳତା ଅନୁଭବ କରିପାରନ୍ତି । ସାମାନ୍ୟ ଅସୁସ୍ଥତା ଅନୁଭବ କରିବେ । ଯୁଗ୍ମ ବ୍ୟବସାୟ ଲାଭଜନକ ହେବ । ସ୍ୱାଭିମାନୀ ହେବେ ।

News7 Is Now On WhatsApp Join And Get Latest News Updates Delivered To You Via WhatsApp

Copyright © 2024 - Summa Real Media Private Limited. All Rights Reserved.