ଜୁନ୍ ୧୯ ତାରିଖ, ବୁଧବାର : କେଉଁ ରାଶି ପାଇଁ କେମିତି ରହିବ ଆଜିର ଦିନଟି ଜାଣନ୍ତୁ

Published By : Prameya-News7 Bureau | June 19, 2019 IST

ମେଷ – ପୈତୃକ ସମ୍ପତ୍ତିକୁ ନେଇ ଗଣ୍ଡଗୋଳ ଉପୁଜି ପାରେ । ବନ୍ଧୁ ମିଳନରେ ସମାଧାନର ସୂତ୍ର ବାହାରିବ । ବ୍ୟବସାୟ ଲାଭଜନକ ହେବ । ସମାଜସେବୀ ହୋଇପାରନ୍ତି । ଶାନ୍ତ ଓ ଧୈର୍ଯ୍ୟବାନ୍ ହେବେ ।

ବୃଷ – ସ୍ୱାସ୍ଥ୍ୟରେ ଉନ୍ନତି ଘଟିବ । ଅଜାରଶତ୍ରୁ ହୋଇପାରନ୍ତି । ଭାଇମାନଙ୍କ ପ୍ରତି ସ୍ନେହଭାବ ରହିବ । ଚକ୍ଷୁରେ ପୀଡା ଅନୁଭବ କରିପାରନ୍ତି । ବଳିଷ୍ଠ ହେବେ । ଚାକିରିରେ ଉଚ୍ଚ କର୍ତ୍ତୃପକ୍ଷଙ୍କ ପ୍ରିୟଭାଜନ ହୋଇପାରନ୍ତି ।

ମିଥୁନ - ପରିବେଶ ଆପଣଙ୍କ ପାଇଁ ଆନନ୍ଦଦାୟକ ହେବ । ଚିନ୍ତାଗ୍ରସ୍ତ ହୋଇପାରନ୍ତି । ଚଞ୍ଚଳ ପ୍ରକୃତିର ହୋଇପାରନ୍ତି । ଆକସ୍ମିକ ଧନଲାଭର ସୂଚନା ମିଳୁଛି । ବ୍ୟବସାୟରେ ପ୍ରଚୁର ଧନଲାଭ ହୋଇପାରେ ।

କର୍କଟ – ଅଜାଣତରେ କ୍ଷତି ସହି ପାରନ୍ତି । ଉଦାର ପ୍ରକୃତିର ହେବେ । ଦାନଶୀଳ ହେବା ଆଶା କରାଯାଏ । ଜଣେ ବ୍ୟକ୍ତିବିଶେଷ ଭାବେ ସାମାଜିକ କ୍ଷେତ୍ରରେ ନିଜର ପରିଚୟ ସୃଷ୍ଟି କରିବେ । କୃଷି କର୍ମକାରୀ ହେବେ ।

ସିଂହ – ସତର୍କ ନ ରହିଲେ କାର୍ଯ୍ୟରେ ପ୍ରମାଦ ଘଟିବ । ଅଞ୍ଚଳରେ ପ୍ରାଧାନ୍ୟ ବିସ୍ତାର କରିପାରନ୍ତି । ମନ ପ୍ରସନ୍ନ ରହିବ । ଧର୍ମ-ଧାରଣାରେ ରହି ଶୁଭ କାର୍ଯ୍ୟ କରିପାରନ୍ତି । ମଧୁରଭାଷୀ ହୋଇପାରନ୍ତି । ପ୍ରେମୀ ଓ ସାହସୀ ହେବେ ।

କନ୍ୟା – ଷଢଯନ୍ତ୍ରରୁ ଉଧୁରି ଯିବେ । ଉଚ୍ଚଆଶା ଫଳବତୀ ହେବ । ସୌଭାଗ୍ୟଶାଳୀ ହୋଇପାରନ୍ତି । ପରଦେଶବାସୀ, ମଧୁରଭାଷୀ, ସହନଶୀଳ, ଶାନ୍ତିପ୍ରିୟ ଓ ଉଦାର ବିଦ୍ୟାପ୍ରେମୀ ହୋଇପାରନ୍ତି । ସ୍ତ୍ରୀ ବିଳାସୀ ହେବେ ।

ତୁଳା – ଶ୍ରୀଚନ୍ଦ୍ର ଭୋଗ ହେଉଥିବାରୁ ମିଷ୍ଟାନ୍ନ ଭୋଜନରେ ଆପ୍ୟାୟିତ ହେବେ । ରୋଜଗାର ଆଶାନୁରୂପ ହେବ । ସରକାରୀ କୃପା ଲାବ କରିବେ । ଐଶ୍ୱର୍ଯ୍ୟଯୁକ୍ତ ହୋଇପାରନ୍ତି । ମକଦ୍ଦମାରେ ବିଜୟୀ ହୋଇ ଧନଲାଭ କରିବେ ।

ବିଛା – ବିଳାସ ଦ୍ରବ୍ୟ ମିଳିପାରେ । ଗତିରୋଧର ସମ୍ମୁଖୀନ ହୋଇପାରନ୍ତି । ଚଞ୍ଚଳ ସ୍ୱଭାବର ହେବେ । ଥଣ୍ଡା କଫ ଜନିତ ସାମାନ୍ୟ ପୀଡା ଅନୁଭବ କରିପାରନ୍ତି । ମିଷ୍ଟାଭାଷୀ ହେବେ । ଧାର୍ମିକ ପ୍ରବୃତ୍ତିର ହେବେ ।

ଧନୁ – ବ୍ୟବସାୟରେ ଅଗ୍ର ଗତି ଘଟିବ । ଧନ ପ୍ରାପ୍ତିର ସୂଚନା ମିଳୁଛି । ସୁସ୍ଥ ଓ ନିରାମୟ ଜୀବନ ଯାପନ କରିବେ । ଯଶସ୍ୱୀ ହେବେ । ଲୋକପ୍ରିୟତା ଅର୍ଜନ କରିବେ । ଚଞ୍ଚଳ ପ୍ରକୃତିର ହେବେ । ସରକାରୀ ସ୍ତରରେ ସମ୍ମାନିତ ହେବେ ।

ମକର – ମାନସିକ ଶାନ୍ତି ହରାଇ ପାରନ୍ତି । ପରୋପକାରୀ ହେବେ । କୁଳଦୀପକ ହୋଇପାରନ୍ତି । ମନ ସର୍ବଦା ପ୍ରସନ୍ନ ରହିବ । ସୁସ୍ଥ ଓ ନିରାମୟ ରହିବେ । ଦୟାଳୁ ସ୍ୱଭାବର ହୋଇପାରନ୍ତି । ବ୍ୟବସାୟ ଲାଭଜନକ ହେବ ।

କୁମ୍ଭ - ବିବାଦରେ ବିଜୟୀ ହେବେ । ଈଶ୍ୱର ନିଷ୍ଠା ଆପଣଙ୍କୁ ମହାନ୍ କରିପାରେ । ଭାଗ୍ୟଶାଳୀ ହେବେ । ଦିନଟି ଭୋଗ ବିଳାସରେ କଟାଇ ପାରନ୍ତି । ସୁଖ ସମୃଦ୍ଧିପୂର୍ଣ୍ଣ ଜୀବନ ଯାପନ କରିବେ । ଧର୍ମାତ୍ମା,ପ୍ରବାସପ୍ରିୟ ବିଦ୍ୱାନ ସାହସୀ ଓ ସମ୍ପତ୍ତିବାନ୍ ହେବେ ।

ମୀନ - ବ୍ୟବସାୟ କ୍ଷେତ୍ରରେ ଲାଭ ଆଶାରେ କର୍ମ ତତ୍ପର ହୋଇ ପାରନ୍ତି । ଶାରିରୀକ ଅସୁସ୍ଥତା ଅନୁଭବ କରିବେ । ସ୍ୱାଭିମାନୀ ହେବେ । ସର୍ଦି ଓ କଫରେ ପୀଡିତ ହୋଇପାରନ୍ତି । ସ୍ୱାଭିମାନୀ ହେବେ । ଉଚ୍ଚସ୍ଥାନ ଆରୋହଣ ଓ ଜଳ ଯାତ୍ରା ନିଷେଧ ।

News7 Is Now On WhatsApp Join And Get Latest News Updates Delivered To You Via WhatsApp

Copyright © 2024 - Summa Real Media Private Limited. All Rights Reserved.