ଜୁନ ୧୭ ତାରିଖ, ସୋମବାର : କେଉଁ ରାଶି ପାଇଁ କେମିତି ରହିବ ଆଜିର ଦିନଟି ଜାଣନ୍ତୁ
17/06/2019 at 7:44 AM

ମେଷ – କର୍ମ ସଂସ୍ଥାନରେ ସ୍ଥାନାନ୍ତରିତ ହୋଇପାରନ୍ତି । ମନରେ ଗର୍ବଭାବ ବହନ କରିବେ । ଆୟ ବୃଦ୍ଧି ହୋଇପାରେ । କଳହ ଯୋଗ ଅଛି । ପ୍ରଭାବଶାଳୀ ହେବେ । ନାନ ବିଭବରେ ମଣ୍ଡିତ ହେବେ ।
ବୃଷ – ଶାରିରୀକ ପୀଡା ଅନୁଭବ କରିପାରନ୍ତି । ଘାତଚନ୍ଦ୍ର ଭୋଗ ହେଉଥିବାରୁ ସତର୍କତାର ସହ ଚଳିବାକୁ ପଡିବ । କନ୍ୟା, ପୁତ୍ର, ପୌତ୍ର, ପପୌତ୍ରାଦି ଲାଭ କରିପାରନ୍ତି । ସତ୍ୟବାଦୀ ହେବେ । ଭାଗ୍ୟବାନ୍ ହେବେ ।
ମିଥୁନ – ସୁସ୍ଥ ଓ ନିରାମୟ ଜୀବନଯାପନ କରିପାରନ୍ତି । ଦ୍ରବ୍ୟ ନଷ୍ଟ ହୋଇପାରେ । କୃଷି କାର୍ଯ୍ୟ ପାଇଁ ତତ୍ପର ହେବେ । ଯାନବାହନ ସୁଖ ମିଳିପାରେ । ଗୃହ ପରିବେଶ ଠିକ୍ ରହିବ । ଶାନ୍ତ,ନିପୁଣ ଓ ମେଧାବୀ ହୋଇପାରନ୍ତି ।
କର୍କଟ – ନୂତନ କାର୍ଯ୍ୟରେ ଯୋଗଦାନ କରିପାରନ୍ତି । ଶ୍ରମ ସଫଳ ହେବ । ସୁଖୀ ହେବେ । କାବ୍ୟ ଶାସ୍ତ୍ରାନୁରକ୍ତ ହେବେ । ଉତ୍ତମ ମିତ୍ରଯୁକ୍ତ ହେବେ । ପୁତ୍ର ଲାଭର ସୂଚନା ମିଳୁଛି । ଧନ,ବାହନଯୁକ୍ତ ହେବେ ।
ସିଂହ – ଖର୍ଚ୍ଚ ବଢିବାରୁ ବ୍ୟସ୍ତ ହୋଇପାରନ୍ତି । ପ୍ରାୟ ସବୁବେଳେ ନିରବ ରହିବେ । ସର୍ବ ସୁଖ ମିଳିପାରେ । ବନ୍ଧୁ ସହଯୋଗ ପାଇ ଖୁସି ହୋଇପାରନ୍ତି । ସମ୍ମାନିତ ହେବେ । ତ୍ୟାଗଶୀଳ ହେବେ ।
କନ୍ୟା – ରୋଜଗାର ଆଶାନୁରୂପ ହେବ । ସରକାରୀ ବା ବନ୍ଧୁ ସହାୟତା ପାଇ ଲାଭବାନ୍ ହୋଇପାରନ୍ତି । ଉତ୍ତମ ଭୋଜନରେ ଆପ୍ୟାୟିତ ହେବେ । ଦାମ୍ପତ୍ୟ ଜୀବନ ସୁଖପ୍ରଦ ହେବ । ସ୍ୱାସ୍ଥ୍ୟ ଅତୁଟ ରହିବ ।
ତୁଳା – ନିଜର କାର୍ଯ୍ୟ ଆନନ୍ଦଦାୟକ ହେବ । ମନରେ ଅସ୍ଥିରତା ଦେଖା ଦେଇପାରେ । ଅର୍ଥ ପ୍ରାପ୍ତିର ସୂଚନା ମିଳୁଛି । କାର୍ଯ୍ୟ ହାସଲ କରିବାରେ ସକ୍ଷମ ହେବେ । ଶୁଭ ସମ୍ବାଦ ପାଇ ଖୁସି ହୋଇପାରନ୍ତି ।
ବିଛା – କର୍ମକ୍ଷେତ୍ରକୁ ଉଜ୍ଜ୍ୱଳମୟ କରିପାରନ୍ତି । ମନ ପ୍ରସନ୍ନ ରହିବ । ସ୍ଥଗିତ କାର୍ଯ୍ୟକୁ ତ୍ୱରାନ୍ୱିତ କରି ଖୁସି ହେବେ । ମନ ଫୂର୍ତ୍ତି ରହିବ । ପ୍ରତିଶ୍ରୁତି ପାଳନ କରିବେ । ପାରିବାରିକ ସୁଖ-ଶାନ୍ତି ଅବ୍ୟାହତ ରହିବ ।
ଧନୁ – ବନ୍ଧୁ ମେଳରେ ସମୟ ଅତିବାହିତ କରିପାରନ୍ତି । ଶ୍ରମ ସାର୍ଥକ ହେବ । ଆଶା ପୂରନ ହେବ । ସମ୍ମାନ ପ୍ରାପ୍ତିର ସୁଯୋଗ ଅଛି । ସରକାରୀ ଅର୍ଥ ପାଇ ଖୁସି ହୋଇପାରନ୍ତି । ଉତ୍ତମ ଗୃହରେ ବସତି ସ୍ଥାପନ କରିବେ ।
ମକର – ଗୃହ କାର୍ଯ୍ୟରେ ବ୍ୟସ୍ତ ରହିବେ । ଦାନ-ଧର୍ମରେ ଦୀକ୍ଷିତ ହୋଇପାରନ୍ତି । ଆୟ ବୃଦ୍ଧିର ସୂଚନା ମିଳୁଛି । କର୍ମକ୍ଷେତ୍ରରେ ବହୁ ଶୁଭଫଳ ପାଇବେ । ସର୍ବାଙ୍ଗିଣ ଉନ୍ନତି ହେବ । ସୌଭାଗ୍ୟ ବୃଦ୍ଧି ହେବା ସହିତ ଗୃହରେ ଶାନ୍ତିର ବାତାବରଣ ସୃଷ୍ଟି ହେବ ।
କୁମ୍ଭ – ମନ ଚଞ୍ଚଳ ରହିବ । ଧନକ୍ଷୟ ହୋଇପାରେ । ଶାରିରୀକ ଅସୁସ୍ଥତା ଅନୁଭବ କରିପାରନ୍ତି । ସ୍ୱାଭିମାନୀ ହେବେ । ଆର୍ଥିକ ସ୍ଥିିତି ସୁଦସ୍ତଙ୍ଘ ରହିବ । ଆଶା କରୁଥିବା ଗୁରୁତ୍ୱପୂର୍ଣ୍ଣ କାର୍ଯ୍ୟରେ ସଠିକ୍ ନିଷ୍ପତ୍ତି ନେଇ ପାରନ୍ତି ।
ମୀନ – କାର୍ଯ୍ୟରେ ସଫଳତା ପାଇ ପ୍ରଶଂସିତ ହୋଇପାରନ୍ତି । ଅସୁସ୍ଥତା ଉପଶମ ହେବ । ଆନନ୍ଦ ଉଲ୍ଲାସରେ ମନ ଭରି ଉଠିବ । ଜଣେ ସୁବକ୍ତା ଭାବେ ଜନ-ମନ ରଞ୍ଜନ କରିପାରନ୍ତି । ବନ୍ଧୁ ସହାୟତା ପାଇ ଖୁସି ହେବେ ।