ଜୁନ ୧୪ ତାରିଖ, ଶୁକ୍ରବାର : କେଉଁ ରାଶି ପାଇଁ କେମିତି ରହିବ ଆଜିର ଦିନଟି ଜାଣନ୍ତୁ
14/06/2019 at 12:00 PM

ମେଷ – ଇଚ୍ଛା ବିରୁଦ୍ଧରେ ମୋହବତ୍ ରେ ପଡି କାର୍ଯ୍ୟ କରିବେ । ପରଚର୍ଚ୍ଚା କରିପାରନ୍ତି । କର୍ମକ୍ଷେତ୍ରକୁ ଶାନ୍ତିମୟ କରିପାରନ୍ତି । ବିଭିନ୍ନ ସ୍ତରରୁ ସାହାର୍ଯ୍ୟ ମିଳିବ । ସନ୍ତାନ ଲାଭର ସୂଚନା ମିଳୁଛି । ପରଧନରେ ଧନୀ ହେବା ଆଶା କରାଯାଏ ।
ବୃଷ – ପରିବାରରେ ବିଶୃଙ୍ଖଳା ଘଟିପାରେ । ଧର୍ମ ପ୍ରିୟ ହେବେ । ପାଣ୍ଡିତ୍ୟ ପ୍ରମାଣ ଦେବେ । ଶିଳ୍ପ ପାରଦର୍ଶୀ ହୋଇପାରନ୍ତି । ହାସ୍ୟ ମୁଖ ହେବେ । ଯୁବତୀ ପ୍ରିୟ ହୋଇପାରନ୍ତି । ଚଞ୍ଚଳ ଚେଷ୍ଟିତ ହେବେ । ଶାସ୍ତ୍ରାଭ୍ୟାସୀ ହେବେ ।
ମିଥୁନ – ପରିବାରର ଲୋକେ ଅସୁସ୍ଥତା ଅନୁଭବ କରିପାରନ୍ତି । କାର୍ଯ୍ୟ ହାସଲ କରିବାରେ ସକ୍ଷମ ହୋଇପାରନ୍ତି । କାର୍ଯ୍ୟ ହାସଲ କରିବାରେ ସକ୍ଷମ ହୋଇପାରନ୍ତି । ସକଳ ଗୁଣଯୁକ୍ତ ଓ ସୁଖୀ ହେବେ । କାବ୍ୟ ଶାସ୍ତ୍ରାନୁରକ୍ତ ହୋଇପାରନ୍ତି ।
କର୍କଟ – ବିଦ୍ୟାର୍ଥୀମାନେ ଆନନ୍ଦ ଅନୁଭବ କରିପାରନ୍ତି । ଧୈର୍ଯ୍ୟ ହାନି ଘଟିପାରେ । ବହୁ ଶୁଭଫଳ ଆଶା କରାଯାଏ । ବିଭିନ୍ନ ଦିଗରୁ ଧନାଗମ ହେବ । ତ୍ୟାଗଶୀଳ ଓ ନୀତିଜ୍ଞ ହେବେ । ବିବିଧ ଧନଯୁକ୍ତ ଚଞ୍ଚଳମନା ,ହୃଷ୍ଟ ଚିତ୍ତ ଅତି ସୁଖୀ ହେବେ ।
ସିଂହ – ନିଜ କାର୍ଯ୍ୟରୁ ଆନନ୍ଦ ପାଇବେ । ରୋଜଗାର ଆଶାନୁରୂପ ହେବ । ସରକାରୀ ଓ ବନ୍ଧୁ ସହାୟତା ପ୍ରାପ୍ତ ହେବେ । ଉତ୍ତମ ଭୋଜନ ମିଳିବ । ଚିନ୍ତାଧାରା ଉନ୍ନତମାନର ହେବ । ଦାମ୍ପତ୍ୟ ଜୀବନ ସୁଖପ୍ରଦ ହେବ । ସୁସ୍ଥ ଓ ନିରାମୟ ରହିବେ ।
କନ୍ୟା – ପୈତୃକ ସମ୍ପତ୍ତିକୁ ନେଇ ଅଶାନ୍ତି ଉପୁଜି ପାରେ । ପଥରୋଧର ସମ୍ମୁଖୀନ ହୋଇପାରନ୍ତି । ଖର୍ଚ୍ଚାନ୍ତ ହେବାର ସୂଚନା ମିଳୁଛି । ମିଠା କଥା କହି ପର ଆପଣାର କରିପାରନ୍ତି । ଭ୍ରାତୃସ୍ନେହ ଅତୁଟ ରହିବ ।
ତୁଳା – ବନ୍ଧୁ ସହାୟତା ପାଇ ଖୁସି ହୋଇପାରନ୍ତି । ମୂଲ୍ୟବାନ ଦ୍ରବ୍ୟ କ୍ରୟ କରି ଆନନ୍ଦ ଅନୁଭବ କରିବେ । ଶୁଭ ସମ୍ବାଦ ପାଇ ଖୁସି ହୋଇପାରନ୍ତି । ବିଭିନ୍ନ ଦିଗରୁ ଧନାଗମ ହେବ । ସରକାରି କୃପା ଲାଭ କରିବେ । ସାଧନାରେ ସିଦ୍ଧିପ୍ରାପ୍ତ ହେବ ।
ବିଛା – ମୂଲ୍ୟବାନ୍ ଧାତୁ ପଦାର୍ଥ ମିଳିପାରେ । କର୍ମ ଚଞ୍ଚଳ ରହିବେ । କାର୍ଯ୍ୟ ତ୍ୱରାନ୍ୱିତ କରିପାରନ୍ତି । ପ୍ରତିଶ୍ରୁତି ପାଳନ କରିବେ । ପାରିବାରିକ ସୁଖ ଶାନ୍ତି ଅବ୍ୟାହତ ରହିବ । ସରକାରିସ୍ତରରୁ ଅର୍ଥ ପ୍ରାପ୍ତିର ସୂଚନା ମିଳୁଛି ।
ଧନୁ – ସଦା-ସର୍ବଦା ମନ ପ୍ରଫୁଲ୍ଲ ରହିବ । ପରୋପକାର କରି ଆତ୍ମସନ୍ତୋଷ ଲାଭ କରିବେ । ଅର୍ଥ ପ୍ରାପ୍ତିର ସୂଚନା ମିଳୁଛି । ଆଶା ପୂରଣ ହେବ । ସମ୍ମାନିତ ହେବେ । ଦାମ୍ପତ୍ୟ ଜୀବନ ସୁଖପ୍ରଦ ହେବ । ଭାଗ୍ୟଶାଳୀ ହୋଇପାରନ୍ତି ।
ମକର – ଶୁଭବାର୍ତ୍ତା ମିଳିପାରେ । ଶାରିରୀକ ପୀଡା ଅନୁଭବ କରିପାରନ୍ତି । ଅଷ୍ଟମ ଚନ୍ଦ୍ର ,ଘାତଚନ୍ଦ୍ର ଏକତ୍ର ଭୋଗ ହେଉଥିବାରୁ ଦେହମନରେ କ୍ଳେଶ ଉପୁଜି ପାରେ । ଯୁଗ୍ମ ବ୍ୟବସାୟ ଲାଭଜନକ ହେବ ।
କୁମ୍ଭ – ସବୁବେଳେ ମନ ଓ ହୃଦୟ ପ୍ରଫୁଲ୍ଲ ରହିବ । କର୍ମକ୍ଷେତ୍ରରେ ଉତ୍ସାହ ବୃଦ୍ଧି ପାଇବ । ବନ୍ଧୁଙ୍କ ପରାମର୍ଶ ଉପାଦେୟ ହେବ । କାର୍ଯ୍ୟରେ ଢେର ଉନ୍ନତି ଘଟିବ । ଉପୁଜିଥିବା ସମସ୍ୟାର ସମାଧାନ ହେବ । ବ୍ୟବସାୟ ଲାଭଜନକ ହେବ ।
ମୀନ – ଦ୍ରବ୍ୟ ହାନି ଘଟିପାରେ । ଶତ୍ରୁ ସହିତ ମୁହାଁମୁହିଁ ହୋଇପାରନ୍ତି । ସୁସ୍ଥ ଓ ନିରାମୟ ଜୀବନ ଯାପନ କରିବେ । ବଳିଷ୍ଠ ହେବେ । ଶତ୍ରୁହନ୍ତା ହୋଇପାରନ୍ତି । ମନ ଉଲ୍ଲାସିତ ହୋଇପାରେ । ସାମାଜିକ ସ୍ତରରେ ଆଦର ମିଳିବ ।