ଜୁନ ୧୬ ତାରିଖ, ରବିବାର : କେଉଁ ରାଶି ପାଇଁ କେମିତି ରହିବ ଆଜିର ଦିନଟି ଜାଣନ୍ତୁ

Published By : Prameya-News7 Bureau | June 16, 2019 IST

ମେଷ – ଦିନଟି ଆପଣଙ୍କର ଉନ୍ନତିର ରହିବ । ଅଫିସରେ ନୂଆ ଦାୟିତ୍ୱକୁ ଭଲଭାବେ ନିର୍ବାହ କରିବେ । ବେପାରିମାନଙ୍କୁ ବଡ ଲାଭ ମିଳିବ । ପ୍ରିୟ ବନ୍ଧୁଙ୍କ ସହିତ ସମୟ ବିତାଇବେ ।


ବୃଷ – ବ୍ୟବସାୟ ଓ ଚାକିରିରେ ପୁରୁଣା ବିବାଦ ସମାପ୍ତ ହେବ । କୌଣସି କଂପାନିର ଅଫର ଲେଟର ଆସିପାରେ । ରାଜନୀତିରେ ଆର୍ଥିକ ଲାଭ ହେବ । ଜୀବନସାଥୀ ଠାରୁ ଭଲ ଉପହାର ପାଇବେ ।


ମିଥୁନ - ଦୁନିଆକୁ କିଣି ନେବାର ଉତ୍ସାହ ଆପଣଙ୍କ ଭିତରେ ରହିବ । ମିଠା କଥା କହି, ରହି ଥିବା କାମ ସହଜରେ କରି ନେବେ । ଅଫିସରେ ଦିନଟି ଭଲରେ କଟିବ । ବିଦେଶ ଯାତ୍ରା,ସାଙ୍ଗ ସାଥୀମାନଙ୍କ ସହିତ ରହିଛି ।


କର୍କଟ – ଦିନଟି ଆପଣଙ୍କର ଅତି ଭଲ ରହିବ । ଭାବି ଥିବା କାମ ପୂରା କରିବେ । ଆର୍ଥିକ ପକ୍ଷ ପୂର୍ବ ଅପେକ୍ଷା ମଜଭୂତ ହେବ । ସନ୍ଧ୍ୟାରେ ବନ୍ଧୁମାନଙ୍କୁ ସହିତ ହସ ଖୁସିରେ ସମୟ କଟିବ ।


ସିଂହ – ଆଜି ଦିନଟି ଖୁସିରେ ରହିବେ । କୌଣସି ଅଶାନ୍ତି ଆପଣଙ୍କ ପାଖକୁ ଆସିବ ନାହିଁ । ଭାବିଥିବା କାମ ପୂରା କରିବାରେ ମିତ୍ରଙ୍କ ସାହାଯ୍ୟ ପାଇବେ । ସମାଜରେ ଆପଣଙ୍କର ପ୍ରତିଷ୍ଠା ବଜାୟ ରହିବ ।


କନ୍ୟା – ଧାର୍ମିକ କାର୍ଯ୍ୟରେ ସହ ଯୋଗ କରନ୍ତୁ,ବ୍ୟବସାୟରେ ଲାଭ ମିଳିବ । ଅଫିସ କାମରେ ଦୂର ଯାତ୍ରା କରିପାରନ୍ତି । ସାଥିଙ୍କ ପ୍ରତି ସ୍ନେହ ଓ ପ୍ରେମଭାବ ରହିବ । ଘରକୁ ଅଥିତି ଆସିବା ଯିବା ରହିବ ।


ତୁଳା – ଦିନଟି ଆପଣଙ୍କ ଲାଗି ଅନୁକୂଳ ରହିବ । ଯାହା ବି ଫଇସଲା କରନ୍ତୁ, ଆପଣଙ୍କ ଲାଗି ଲାଭପ୍ରଦ ରହିବ । ରାଜନୀତିରେ ମହତ୍ୱାକାଂକ୍ଷା ପୂରା ହେବ । ପାରିବାରିକ ଜୀବନ ସୁଖପ୍ରଦ ହେବ ।


ବିଛା – ଦିନଟି ଆପଣଙ୍କ ଲାଗି ଅନୁକୁଳ ରହିବ । ଯାହା ବି କାମ କରିବେ,ସଫଳତା ହାସଲ କରିବେ । କିଛି ଲୋକମାନଙ୍କୁ ସାହାର୍ଯ୍ୟ ମାଗି ପାରନ୍ତି । ଦୂର ଯାତ୍ରାର ସମ୍ଭାବନା ଅଛି ।


ଧନୁ – ପୂଜା ପାଠରେ ସମୟ ବିତିବ । ଦୀର୍ଘ ଦିନ ଧରି ଅଟକି ଥିବା କାମ ପୂରା ହେବ । ବ୍ୟବସାୟରେ ଲାଭ ହେବ । ପ୍ରେମ ସଂପର୍କରେ ମଧୁରତା ଆସିବ । ଚାକିରୀ କ୍ଷେତ୍ରରେ ସୁଯୋଗ କୁ ହାତ ଛଡା କରନ୍ତୁ ନାହିଁ ।


ମକର – ଈଷ୍ଟ ଦେବଙ୍କ ଆରାଧନା କରନ୍ତୁ । ସମ୍ଭାବ୍ୟ ସଂକଟ ଦୁର ହେବ । ଅଫିସରେ ମହତ୍ୱ ପୂର୍ଣ୍ଣ ବ୍ୟକ୍ତିଙ୍କ ସହିତ ସାକ୍ଷାତ୍ ଆଲୋଚନା ହେବ । ଆପଣଙ୍କର କୌଣସି ଇଚ୍ଛା ପୂରା ହେବ । ବ୍ୟବସାୟରେ ବୃଦ୍ଧି ହେବ ।


କୁମ୍ଭ - ଆପଣଙ୍କ ବିଚାର ସକାରତ୍ମକ ରହିବ । ନିଜର ଲକ୍ଷ ହାସଲ ଲାଗି ଚେଷ୍ଟା କରିବେ । ବ୍ୟବସାୟରେ ଉନ୍ନତି ଓ ଧନଲାଭ ହେବ । ପ୍ରେମୀ ଯୁଗଳଙ୍କ ଲାଗି ଦିନଟିି ବଢିଆ ରହିବ ।


ମୀନ - ପ୍ରତିଟି କ୍ଷେତ୍ରରେ ଭାଗ୍ୟ ଆପଣଙ୍କୁ ସାହାର୍ଯ୍ୟ କରିବ । ପରିବାରରେ ଲାଗି ରହିଥିବା ସମସ୍ୟା ର ସମାଧାନ ହେବ । ବ୍ୟବସାୟରେ ବଡ ବଡ ଲୋକଙ୍କ ସହ ବ୍ୟବସାୟ ଆରମ୍ଭ କରିବେ । ପ୍ରେମରେ ସଫଳତା ମିଳିବ ।

News7 Is Now On WhatsApp Join And Get Latest News Updates Delivered To You Via WhatsApp

Copyright © 2024 - Summa Real Media Private Limited. All Rights Reserved.