ଜୁନ ୧୦ ତାରିଖ, ସୋମବାର : କେଉଁ ରାଶି ପାଇଁ କେମିତି ରହିବ ଆଜିର ଦିନଟି ଜାଣନ୍ତୁ

Published By : Prameya-News7 Bureau | June 10, 2019 IST

ମେଷ – ମାନସିକ ସ୍ତରରେ ମନଭାବ ଶାନ୍ତ ରହିବ । ପରିଶ୍ରମର ମୂଲ୍ୟାଙ୍କନ ହେବ । ପ୍ରସନ୍ନତା ଲାଭ କରିବେ । ଆସ୍ତିକ ସ୍ୱଭାବର ହେବେ । ମିଷ୍ଟଭାଷୀ ହୋଇପାରନ୍ତି । ଥଣ୍ଡା କଫରେ ଆକ୍ରାନ୍ତ ହେବେ । ପ୍ରେମୀ ଓ ସାହସୀ ହେବେ ।

ବୃଷ – ଆଶାବାଦି ହୋଇପାରନ୍ତି । ପରମ ସୌଭାଗ୍ୟଶାଳୀ ହେବେ ।ପରଦେଶବାସୀ,ମଧୁରଭାଷୀ,ସହନଶୀଳ,ଶାନ୍ତିପ୍ରିୟ ଓ ଉଦାର ବିଦ୍ୟାପ୍ରେମି ହେବେ । ସ୍ତ୍ରୀ ବିଳାସୀ ହେବେ । ମିତ୍ର ସୁଖ ଲାଭ କରିବେ ।


ମିଥୁନ - ଶ୍ରୀଚନ୍ଦ୍ର ଭୋଗ ହେଉଥିବାରୁ ରୁଚିକର ଭୋଜନରେ ଆପ୍ୟାୟିତ ହେବେ । ଐଶ୍ୱର୍ଯ୍ୟଯୁକ୍ତ ହେବେ । ବ୍ୟବସାୟମୁଖୀ ହୋଇପାରନ୍ତି । ଆୟ ପରିମାଣ ବୃଦ୍ଧି ପାଇବ । ମାଲିମୋକଦ୍ଦମାରେ ବିଜୟୀ ହୋଇ ଅର୍ଥ ପ୍ରାପ୍ତ ହେବ ।


କର୍କଟ – ଆର୍ଥିକ ସ୍ଥିତି ସ୍ୱଚ୍ଛଳ ରହିବ । ପ୍ରତାରଣାର ଶିକାର ହୋଇପାରନ୍ତି । ଥଣ୍ଡା-କଫ ଜନିତ ପୀଡା ଭୋଗ କରିପାରନ୍ତି । ଚଞ୍ଚଳ ସ୍ୱଭାବର ହେବେ । ବ୍ୟୟ ବୃଦ୍ଧିର ସୂଚନା ମିଳୁଛି । ମଧୁରଭାଷୀ ହେବେ । ଚକ୍ଷୁରେ ପୀଡା ଉପୁଜି ପାରେ ।


ସିଂହ – ମୂଲ୍ୟବାନ ଦ୍ରବ୍ୟ କ୍ରୟ କରିପାରନ୍ତି । ସୁସ୍ଥ ଓ ନିରାମୟ ଜୀବନ ଯାପନ କରିବେ । ଯଶସ୍ୱୀ ହେବେ । ଲୋକପ୍ରିୟତା ଅର୍ଜନ କରିବେ । ଚଞ୍ଚଳ ପ୍ରକୃତିର ହେବେ । ସରକାରୀ ସ୍ତରରେ ସମ୍ମାନିତ ହେବେ ।


କନ୍ୟା – ପାରିବାରିକ ଜୀବନ ସୁଖପ୍ରଦ ହେବ । ଘାତଚନ୍ଦ୍ର ଭୋଗ ହେଉଥିବାରୁ ସତର୍କତାର ସହ ଚଳିବାକୁ ପଡିବ । କୁଳ ଉଜ୍ଜ୍ୱଳକାରୀ ହୋଇପାରନ୍ତି । ମନ ପ୍ରସନ୍ନ ରହିବ । ସୁସ୍ଥ ରହିବେ । ଦୟାଳୁ ସ୍ୱଭାବର ହୋଇପାରନ୍ତି ।


ତୁଳା – ମୂଲ୍ୟବାନ୍ ଦ୍ରବ୍ୟ ଲାଭର ସୁଯୋଗ ଅଛି । ଭ୍ରମଣ ଯୋଗ ଅଛି । ପରୋପକାରୀ ହେବେ । ଭାଗ୍ୟଶାଳୀ ହୋଇପାରନ୍ତି । ଦିନଟି ଭୋଗ-ବିଳାସରେ ଅତିବାହିତ କରିପାରନ୍ତି । ସୁଖ-ସମୃଦ୍ଧିପୂର୍ଣ୍ଣ ଜୀବନ ଯାପନ କରିବେ ।


ବିଛା – କର୍ମ କ୍ଷେତ୍ରରେ ମାନ-ମନାନ୍ତର ଘଟିପାରେ । ସାମାନ୍ୟ ମାତ୍ରା ରେ ଶାରିରୀକ ପୀଡା ଅନୁଭବ କରିପାରନ୍ତି । ଈର୍ଷା ପରାୟଣ ହୋଇପାରନ୍ତି । ସ୍ୱାଭିମାନୀ ହେବେ । ଯୁଗ୍ମ ବ୍ୟବସାୟ ଲାଭଜନକ ହେବ ।


ଧନୁ – ବ୍ୟବସାୟରେ ଅଗ୍ରଗତି ଘଟିବ । ଆମୋଦ-ପ୍ରମୋଦରେ ଦିନଟି ଅତିବାହିତ କରିପାରନ୍ତି । ସମାଜ ସେବାପ୍ରତି ମନ ବଳାଇ ପାରନ୍ତି । ମନରେ ଅହଂଭାବ ଆସିପାରେ । ଶାନ୍ତ ଓ ଧୈର୍ଯ୍ୟବାନ୍ ହୋଇପାରନ୍ତି ।


ମକର – କାର୍ଯ୍ୟରେ ଆଗ୍ରହ ହରାଇ ପାରନ୍ତି । ଆଲୋଚନା ମାଧ୍ୟମରେ କାର୍ଯ୍ୟ କଲେ ସଫଳତା ମିଳିବ । ଭାଇମାନଙ୍କ ଉପରେ ସ୍ନେହ ଭାବ ରହିବ । ସୁସ୍ଥ ଓ ନିରାମୟ ଜୀବନ ଯାପନ କରିବେ । ବଳିଷ୍ଠ ଓ ଶତ୍ରୁହନ୍ତା ହେବେ ।


କୁମ୍ଭ - ବ୍ୟବସାୟରୁ ପ୍ରଚୁର ଲାଭ ମିଳିବ । ଚଞ୍ଚଳ ପ୍ରକୃତିର ହେବେ । ଆକସ୍ମିକ ଧନଲାଭର ସୂଚନା ମିଳୁଛି । ଲଟେରୀ ଉଠାଣର ଫଳ ଆପଣଙ୍କ ସପକ୍ଷରେ ଯାଇପାରେ । ଗୁପ୍ତ ବିଦ୍ୟା ପ୍ରତି ଆଗ୍ରହ ପ୍ରକାଶ କରିପାରନ୍ତି ।


ମୀନ - କର୍ମକ୍ଷେତ୍ରରେ ଦ୍ୱନ୍ଦରେ ପଡିପାରନ୍ତି । ଉଦାର ସ୍ୱବାବର ହେବେ । ଦାନ-ଧର୍ମରେ ଦୀକ୍ଷିତ ହୋଇପାରନ୍ତି । ସୁସ୍ଥ ଓ ନିରାମୟ ଜୀବନ ଯାପନ କରି କୃଷି କର୍ମ ଉପରେ ଧ୍ୟାନ ଦେବେ । ଜଳପ୍ରତି ଆଦର ପ୍ରେମୀ ଓ ବୁଦ୍ଧିମାନ ହେବେ ।

News7 Is Now On WhatsApp Join And Get Latest News Updates Delivered To You Via WhatsApp

Copyright © 2024 - Summa Real Media Private Limited. All Rights Reserved.