Wednesday, June 26, 2019

News7

Prameya News7, News7 Odia, Odisha Latest News, Odisha Current Headlines, Odisha News Online

ଜୁନ ୧୩ ତାରିଖ, ଗୁରୁବାର : କେଉଁ ରାଶି ପାଇଁ କେମିତି ରହିବ ଆଜିର ଦିନଟି ଜାଣନ୍ତୁ

ମେଷ – ତୃପ୍ତିକର ଭୋଜନରେ ଆପ୍ୟାୟିତ ହେବେ । କଳହ ଠାରୁ ଦୂରେଇ ରହିବାକୁ ଚେଷ୍ଟା କରିପାରନ୍ତି । ବିଭିନ୍ନ ସ୍ତରରୁ ସାହାର୍ଯ୍ୟ ପାଇ ଆୟ ବୃଦ୍ଧି କରିବେ । ଗୃହ ପରିବେଶ ପ୍ରଦୂଷଣମୁକ୍ତ ହେବ । କୃଷି କର୍ମକାରୀ ହେବେ ।

ବୃଷ – ପରିବେଶରୁ ଲାଭବାନ୍ ହେବେ । କାର୍ଯ୍ୟ ହାସଲ କରିବାରେ ସିଦ୍ଧହସ୍ତ ହେବେ । ବନ୍ଧୁ ପ୍ରାପ୍ତି ସହ ଯାନବାହନ ଲାଭ ହୋଇପାରେ । ବିଳାସ ବ୍ୟସନ କରିପାରନ୍ତି । ଆନନ୍ଦ ଉପଭୋଗ କରିବେ ।

ମିଥୁନ – ଶତ୍ରୁମାନେ ଅବଦସ୍ତ ହୋଇ ପଛକୁ ଫେରି ଯିବେ । କାର୍ଯ୍ୟ ହାସଲ କରିବେ, ମାତ୍ର ବିଳମ୍ବରେ । ଦାମ୍ପତ୍ୟ ଜୀବନ ସୁଖପ୍ରଦ ହେବ । କର୍ମକ୍ଷେତ୍ରରେ ସଫଳତା ମିଳିବ । ସମାଜ ସେବା ପ୍ରତି ମନ ବଳାଇବେ ।

କର୍କଟ – ଚାକିରି କ୍ଷେତ୍ରରେ ପ୍ରଶଂସନୀୟ ହେବେ । ଶ୍ରୀଚନ୍ଦ୍ର ଭୋଗ ହେଉଥିବାରୁ ମିଷ୍ଟାନ୍ନ ଭୋଜନରେ ଆପ୍ୟାୟିତ ହେବେ । ସରକାରୀ ଓ ବନ୍ଧୁ ସହାୟତା ପାଇ ଲାଭବାନ୍ ହେବେ । ଦାମ୍ପତ୍ୟ ଜୀବନ ସୁଖପ୍ରଦ ହେବ ।

ସିଂହ – ଠାକୁରଙ୍କ ଦର୍ଶନ ଲାଭ କରି ଆନନ୍ଦ ଅନୁଭବ କରିବେ । ପ୍ରତାରିତ ହୋଇପାରନ୍ତି । ଅଧିକ ଖର୍ଚ୍ଚାନ୍ତ ହୋଇପାରନ୍ତି । ଜନସାଧାରଣଙ୍କ ପ୍ରିୟ ଭାଜନ ହେବେ । ଚକ୍ଷୁ ପୀଡା ଅନୁଭବ କରିବେ ।

କନ୍ୟା – ଧୀର-ସ୍ଥିର ଭାବେ କାର୍ଯ୍ୟ କରି ସଫଳତା ପାଇବେ । ମୂଲ୍ୟବାନ ଦ୍ରବ୍ୟ ଲାଭ କରିବେ । ଆନନ୍ଦ ଉଲ୍ଲାସରେ ଦିନଟି ବିତାଇ ପାରନ୍ତି । ନାନାବିଧ ସମ୍ମାନରେ ଅଧିକାରୀ ହେବେ । ଯାନ-ବାହନ ଲାଭ ହେବ ।

ତୁଳା – ଜମି-ବାଡି କିଣିବାର ସୁଯୋଗ ଅଛି । ପରିଶ୍ରମର ମୂଲ୍ୟାଙ୍କନ ହେବ । ଅର୍ଥ ପ୍ରାପ୍ତ ହେବ । କାର୍ଯ୍ୟ ହାଲସ କରିବାରେ ସକ୍ଷମ ହୋଇପାରନ୍ତି । ଶୁଭ ଖବର ପାଇ ଖୁସି ହେବେ । ସୌଭାଗ୍ୟ ବୃଦ୍ଧିର ସୂଚନା ମିଳୁଛି ।

ବିଛା – ବିପଦ ଦୂରେଇ ଯିବ । ସେବା-ପୂଜାରେ ମନୋନିବେଶ କରିପାରନ୍ତି । ସ୍ଥଗିତ କାର୍ଯ୍ୟକୁ ତ୍ୱରାନ୍ୱିତ କରିପାରନ୍ତି । ମନ ଫୂର୍ତ୍ତି ରହିବ । ପ୍ରତିଶୃତି ପାଳନ କରିବେ । ପାରିବାରିକ ସୁଖ-ଶାନ୍ତି ଅବ୍ୟାହତ ରହିବ ।

ଧନୁ – ସାମୂହିକ କାର୍ଯ୍ୟରେ ଆଗକୁ ବଢିବେ । ଧନକ୍ଷୟ ହୋଇପାରେ । ଅଯଥା ବ୍ୟୟ ହେବ । ବିବାଦର ସୂତ୍ରପାତ ହୋଇପାରେ । ସ୍ୱାଭିମାନୀ ହେବେ । ଯୁଗ୍ମ-ବ୍ୟବସାୟ ଲାଭଜନକ ହେବ । ଅଷ୍ଟମ ଚନ୍ଦ୍ର ଭୋଗ ହେଉଥିବାରୁ ସତର୍କତାର ସହ ଚଳିବେ ।

ମକର – ନିଜକୁ କଳହମୁକ୍ତ ରଖିବାକୁ ଚେଷ୍ଟା କରନ୍ତୁ । ଦୁଶ୍ଚିନ୍ତା ମଧ୍ୟ ଦେଇ ଗତି କରିପାରନ୍ତି । ଅତ୍ମୀୟମାନଙ୍କ ସହଯୋଗ ମିଳିବ । ଗୃହରେ ଶାନ୍ତିର ବାତାବରଣ ସୃଷ୍ଟି ହେବ । ବ୍ୟବସାୟରେ ଢେର ଉନ୍ନତି ଘଟିବ ।

କୁମ୍ଭ  – ସାମୂହିକ କାର୍ଯ୍ୟରେ ଆଗକୁ ବଢିପାରନ୍ତି । ଦୁଃସାହସିକ ପଦକ୍ଷେପ ନେଇ କାର୍ଯ୍ୟ କରିବେ । ଉପୁଜି ଥିବା ସାମସ୍ୟାର ସମାଧାନ ହେବ । ଶନ୍ତି ଓ ସନ୍ତୋଷ ଲାଭ କରିବେ । କର୍ମକ୍ଷେତ୍ରରେ ଢେର ଉନ୍ନତି ଘଟିବ ।

ମୀନ – କାର୍ଯ୍ୟରେ ଅସୁବିଧା ଉପୁଜି ପାରେ,ମାତ୍ର ବ୍ୟବସାୟରେ ପ୍ରଚୁର ଧନଲାଭ ହେବ । ଚଞ୍ଚଳ ଚେଷ୍ଟିତ ହୋଇପାରନ୍ତି । ମନ ଆନନ୍ଦ ଉଲ୍ଲାସରେ ଭରି ଉଠିବ । ବାକ୍ ପଟୁତା ପାଇ ସାମାଜିକ କ୍ଷେତ୍ରରେ ଆଦରଣୀୟ ହେବେ ।

125 Views

   ସମ୍ବନ୍ଧିତ ଖବର