ଜୁନ ୧୨ ତାରିଖ, ବୁଧବାର : କେଉଁ ରାଶି ପାଇଁ କେମିତି ରହିବ ଆଜିର ଦିନଟି ଜାଣନ୍ତୁ

Published By : Prameya-News7 Bureau | June 12, 2019 IST

ମେଷ – ବ୍ୟବସାୟକୁ ବଢାଇବା ପାଇଁ ଅଧିକ ଅର୍ଥ ବିନିଯୋଗ କରିବେ । ଉଦାର ପ୍ରକୃତିର ହେବେ । ଦାନଶୀଳ ହୋଇପାରନ୍ତି । ସୁଖ ମିଳିବ । ମହାନ୍ ବ୍ୟକ୍ତିତ୍ୱର ପରିଚୟ ଦେବେ । ସୁସ୍ଥ ଓ ନିରାମୟ ରହିବେ ।

ବୃଷ – ଉତ୍ସବାଦିରେ ଆପ୍ୟାୟିତ ହୋଇପାରନ୍ତି । ମନୋବଳ ଦୃଢ ରହିବ । ମନ ପ୍ରସନ୍ନ ରହିବ । ଆସ୍ତିକ ସ୍ୱଭାବର ହେବେ । ମଧୁରଭାଷୀ ହୋଇପାରନ୍ତି । ଥଣ୍ଡା-କଫଜନିତ ପୀଡା ଭୋଗ କରିପାରନ୍ତି ।

ମିଥୁନ - ଗୁରୁଜନଙ୍କ ପାଇଁ ଚିନ୍ତିତ ହେବେ । କାର୍ଯ୍ୟର ସଫଳତା ପାଇବାକୁ ହେଲେ ତରବର ନ ହୋଇ ଅପେକ୍ଷା କରିବାକୁ ପଡିବ । ଭାଗ୍ୟଶାଳୀ ହୋଇପାରନ୍ତି । ଶୋଭନ ବ୍ୟକ୍ତିତ୍ୱ ସମ୍ପନ୍ନ ହେବେ ।

କର୍କଟ – ଉଚ୍ଚ ଶିକ୍ଷା ପ୍ରତି ଆଗ୍ରହୀ ହୋଇପାରନ୍ତି । କର୍ମକ୍ଷେତ୍ରରେ ଉତ୍ସାହ ବୃଦ୍ଧି ପାଇବ । ଐଶ୍ୱର୍ଯ୍ୟଯୁକ୍ତ ହେବେ । ବ୍ୟବସାୟ ପାଇଁ ଉଦ୍ୟମ ଚଳାଇବେ । ଋଣାଙ୍ଗନରେ କୃତିତ୍ୱ ହାସଲ କରିବେ । ଧନଲାଭର ସୁଯୋଗ ଅଛି ।

ସିଂହ – ସାମର୍ଥ୍ୟର ଅଭାବ ଅନୁଭୂତ ହୋଇପାରେ । ଥଣ୍ଡା କଫରେ ଆକ୍ରାନ୍ତ ହୋଇପାରନ୍ତି । ଚଞ୍ଚଳ ସ୍ୱଭାବର ହେବେ । ମଧୁର କଥା କହି ପରକୁ ନିଜର କରିପାରନ୍ତି । ରଜ ଯୋଗ ଅଛି । ଖର୍ଚ୍ଚାନ୍ତ ହେବେ । ଧାର୍ମିକ ପ୍ରବୃତ୍ତିର ହେବେ ।

କନ୍ୟା – ଆୟ ଆଶାନୁରୂପ ହେବ । ସୁସ୍ଥ ଓ ନିରାମୟ ଜୀବନ ଯାପନ କରିବେ । ଯଶସ୍ୱୀ ହେବେ । ଲୋକ ପ୍ରିୟତା ଅର୍ଜନ କରିବେ । ଚଞ୍ଚଳ ପ୍ରକୃତିର ହେବେ । ସରକାରୀ ସ୍ତରରେ ସମ୍ମାନିତ ହେବେ । ଗୃହ ଓ ଯାନବାହନ ସୁଖ ମିଳିବ ।

ତୁଳା – ସାହସିକ ପଦକ୍ଷେପ ନେଇ କାର୍ଯ୍ୟ କରିପାରନ୍ତି । ବନ୍ଧୁ ସୁଖ ମିଳିବ । କୁଳ ଉଦ୍ଧାରକ ହେବେ । ମନ ପ୍ରସନ୍ନ ରହିବ । ସୁସ୍ଥ ଓ ନିରାମୟ ଜୀବନଯାପନ କରିବେ । ଦୟାଳୁ ସ୍ୱଭାବର ହେବା ଆଶା କରାଯାଏ ।

ବିଛା – ଭାଗ୍ୟଶାଳୀ ହୋଇପାରନ୍ତି । ଦିନଟି ଭୋଗ ବିଳାସରେ ଅତିବାହିତ କରିବେ । ସୁଖ-ସମୃଦ୍ଧିପୂର୍ଣ୍ଣ ଜୀବନ ଯାପନ କରିବେ । ଧର୍ମାତ୍ମା, ପ୍ରବାସ ପ୍ରିୟ ବିଦ୍ୱାନ୍, ସାହସୀ ଓ ସମ୍ପତ୍ତିବାନ୍ ହେବେ । ଉଦ୍ୟୋଗୀ ହେବେ ।

ଧନୁ – ସୁଖୀ ହେବେ । ସମ୍ମାନିତ ହୋଇପାରନ୍ତି । ଶାରିରୀକ ଅସୁସ୍ଥତା ଅନୁଭବ କରିପାରନ୍ତି । ଈର୍ଷା ପରାୟଣ ହେବେ । ସ୍ୱାଭିମାନି ହେବେ । ଯୁଗ୍ମ ବ୍ୟବସାୟ ଲାଭଜନକ ହେବ । ଅଷ୍ଟମ ଚନ୍ଦ୍ର ଭୋଗ ହେଉଥିବା ହେତୁ ସତର୍କତାର ସହ ଚଳିବାକୁ ପଡିବ ।

ମକର – କାର୍ଯ୍ୟରେ ଢେର ଉନ୍ନତି ଘଟିବ । ଘାତଚନ୍ଦ୍ର ଭୋଗ ହେଉଥିବାରୁ ସତର୍କତା ସହ ଚଳିବାକୁ ପଡିବ । ସମାଜ ସେବା ପ୍ରତି ମନ ବଳାଇପାରନ୍ତି । ମନରେ ଅହଂଭାବ ଜାଗ୍ରତ ହୋଇପାରେ । ଶାନ୍ତ ହେବେ । ପତ୍ନୀଙ୍କ କଥାରେ ଚାଲିବେ ।

କୁମ୍ଭ  - ଶୁଭ କାର୍ଯ୍ୟରେ ଯୋଗଦାନ କରିପାରନ୍ତି । ଦୃଢ ମନୋବଳ ନେଇ କାର୍ଯ୍ୟ କରି ଚାଲିବେ । ଭାଇମାନଙ୍କ ପ୍ରତି ସ୍ନେହ,ଶ୍ରଦ୍ଧା ଭାବ ରହିବ । ସୁସ୍ଥ ଓ ନିରାମୟ ଜୀବନ ଯାପନ କରିବେ । ବଳିଷ୍ଠ ଓ ଶତ୍ରୁହନ୍ତା ହେବେ ।

ମୀନ - ଜଞ୍ଜାଳରେ ଜଡିତ ହୋଇପାରନ୍ତି । ବିଭିନ୍ନ ଦିଗରୁ ସାହାର୍ଯ୍ୟ ପ୍ରାପ୍ତ ହେବେ । ଚଞ୍ଚଳ ପ୍ରକୃତିର ହୋଇପାରନ୍ତି । ଆକସ୍ମିକ ଧନ ଲାଭର ସୂଚନା ମିଳୁଛି । ବ୍ୟବସାୟରେ ପ୍ରଚୁର ଧନ ଲାଭ ହେବ । ଆର୍ଥିକ ସ୍ରୋତ ବିଭିନ୍ନ ଦିଗରୁ ଆସିବ ।

News7 Is Now On WhatsApp Join And Get Latest News Updates Delivered To You Via WhatsApp

Copyright © 2024 - Summa Real Media Private Limited. All Rights Reserved.