ଜୁନ ୧୧ ତାରିଖ, ମଙ୍ଗଳବାର : କେଉଁ ରାଶି ପାଇଁ କେମିତି ରହିବ ଆଜିର ଦିନଟି ଜାଣନ୍ତୁ

Published By : Prameya-News7 Bureau | June 11, 2019 IST

ମେଷ – ଧୈର୍ଯ୍ୟ ରଖି ନ ପାରିଲେ କ୍ଷତି ସହି ପାରନ୍ତି । ସମ୍ମାନିତ ହେବା ଆଶାକରାଯାଏ । ବିଭିନ୍ନ ସ୍ତରରୁ ସାହାର୍ଯ୍ୟ ପାଇ ଆର୍ଥିକ ସ୍ଥିତିକୁ ଅଧିକ ଉନ୍ନତି କରିପାରନ୍ତି । ପ୍ରତିଯୋଗିତାରେ ବିଜୟୀ ହେବେ । ଜନ ସମର୍ଥନ ମିଳିବ ।

ବୃଷ – ବନ୍ଧୁ ମେଳରେ ଆନନ୍ଦ ଅନୁଭବ କରିବେ । ଇଚ୍ଛାଧୀନ କାର୍ଯ୍ୟ କରିବା କଷ୍ଟସାଧ୍ୟ ହୋଇପାରେ । ବିଳାସ ବ୍ୟସନ କରିପାରନ୍ତି । ଯାନବାହନ ସୁଖ ମିଳିପାରେ । କାବ୍ୟକର୍ତ୍ତା ହୋଇପାରନ୍ତି ।

ମିଥୁନ - ଯାନାଦି କ୍ରୟ କରିବାର ସୁଯୋଗ ଅଛି । କର୍ମକ୍ଷେତ୍ରରେ ଉତ୍ସାହ ବୃଦ୍ଧି ପାଇବ । କାର୍ଯ୍ୟରେ ଅପୂର୍ବ ସଫଳତା ମିଳିବ । ମନରେ ସେବା ଭାବନା ଜାଗ୍ରତ ହୋଇପାରେ । ଅର୍ତ ପ୍ରାପ୍ତିର ସୂଚନା ମିଳୁଛି ।

କର୍କଟ – ମାନସିକ ଶାନ୍ତି ଫେରି ପାଇବେ । ଆଶ୍ୱସ୍ତି ମିଳିବ । ଯାତ୍ରା କ୍ଳେଶକର ହୋଇପାରେ । ସମସ୍ୟା ଉପୁଜି ପାରେ । ଖର୍ଚ୍ଚାନ୍ତ ହେବେ । ପୁତ୍ର-କ୍ଷେତ୍ର ପ୍ରାପ୍ତିର ସୂଚନା ମିଳୁଛି ।

ସିଂହ – ଆପଣଙ୍କୁ ଶତ୍ରୁଚିନ୍ତା ଘାରିପାରେ । କର୍ମକ୍ଷେତ୍ରରେ ଉତ୍ସାହ ବୃଦ୍ଧି ପାଇବ । ଆନନ୍ଦ ଉଲ୍ଲାସରେ ସମୟ ବିତାଇ ପାରନ୍ତି । ଅର୍ଥ ଲାଭର ସୂଚନା ମିଳୁଛି । ସତ୍ୟ ପଥରେ ଯାଇ ଭଲ ଉପାର୍ଜନ କରିପାରନ୍ତି ।

କନ୍ୟା – ଗୃହରେ ବିବାଦ ଉପୁଜିବାର ସମ୍ଭାବନା ଅଛି । ପରିଶ୍ରମ କଷ୍ଟକର ହୋଇପାରେ । ଘାତଚନ୍ଦ୍ର ଭୋଗ ହେତୁ ପୀଡା ଅନୁଭବ କରିପାରନ୍ତି । କୀର୍ତ୍ତିମାନ ହୋଇପାରନ୍ତି । ବହୁ ବନ୍ଧୁଙ୍କ ସାନିଧ୍ୟ ମିଳିପାରେ ।

ତୁଳା – ଦକ୍ଷତାର ଉପଯୋଗ କରିପାରନ୍ତି । ଭ୍ରମଣ ଯୋଗ ଅଛି । କୌଣସି ସୂତ୍ରରୁ ଅର୍ଥ ଆସିପାରେ । ଶୁଭ ସମ୍ବାଦ ମିଳିବ । କାର୍ଯ୍ୟ ହାସଲ କରିବାରେ ସକ୍ଷମ ହେବେ । ସୌଭାଗ୍ୟ ବୃଦ୍ଧି ହେବ । ସୁଖୀ ହୋଇପାରନ୍ତି ।

ବିଛା – ମନ ଅସ୍ଥିର ରହିପାରେ । ଘାତଚନ୍ଦ୍ର ଓ ଅଷ୍ଟମ ଚନ୍ଦ୍ର ଏକତ୍ର ଭୋଗ ହେଉଥିବାରୁ ଖୁବ୍ ସତର୍କତାର ସହ ଚଳିବାକୁ ପଡିବ । ସ୍ୱାଭିମାନି ହୋଇପାରନ୍ତି । କେବଳ ଯୁଗ୍ମ ବ୍ୟବସାୟ ଲାଭଜନକ ହେବ ।

ଧନୁ – କର୍ମ ଚଞ୍ଚଳ ରହିବେ । ଦିନଟି ଭିତରେ ଶୁଭ ଅସୁଖ ମିଳିତ ଫଳ ମିଳିପାରେ । କର୍ମରେ ସଫଳତା ପାଇପାରନ୍ତି । ଗୃହ ପରିବେଶ ଆନନ୍ଦଦାୟକ ହେବ । ବନ୍ଧୁସ୍ନେହୀ ହୋଇପାରନ୍ତି । ଶତ୍ରୁନାଶ କରିବାରେ ସକ୍ଷମ ହେବେ ।

ମକର – ଦକ୍ଷତା ପ୍ରତିପାଦନ କରିପାରନ୍ତି । ଅଧିକ ଅଭିଜ୍ଞ ହୋଇପାରନ୍ତି । ଆତ୍ମୀୟମାନଙ୍କ ସହ ଯୋଗ ମିଳିପାରେ । ଗୃହରେ ଶାନ୍ତିର ବାତାବରଣ ସୃଷ୍ଟି ହୋଇପାରେ । ବ୍ୟବସାୟରେ ଢେର ଉନ୍ନତି ଘଟିବ । ସୁଖୀ ହେବେ ।

କୁମ୍ଭ  - କର୍ମ ଚଞ୍ଚଳ ରହିବେ । ପରାମର୍ଶ ଦାତା ହୋଇପାରନ୍ତି । ଉପୁଜିଥିବା ସମସ୍ୟା ଦୂର ହୋଇପାରେ । ଶାନ୍ତ,ସନ୍ତୋଷ ଲାଭ କରିପାରନ୍ତି । ବହୁ ଶୁଭଫଳ ମିଳିବାର ସୁଯୋଗ ଅଛି । ସମ୍ପତ୍ତିବାନ୍ ହୋଇପାରନ୍ତି ।

ମୀନ - ଅସୁସ୍ଥତା ଅନୁଭବ କରିପାରନ୍ତି । ପ୍ରତାରିତ ହେବାର ସୂଚନା ମିଳୁଛି । ରୋଗର ଉପଶମ ହୋଇପାରେ । ବାକକଟୁତା ଯୋଗୁଁ ସାମାଜିକ ସ୍ତରରେ ଲୋକମାନଙ୍କର ଆଦରଣୀୟ ହୋଇପାରନ୍ତି । ସୁଖୀ ହୋଇପାରନ୍ତି ।

News7 Is Now On WhatsApp Join And Get Latest News Updates Delivered To You Via WhatsApp

Copyright © 2024 - Summa Real Media Private Limited. All Rights Reserved.