Tuesday, June 25, 2019

News7

Prameya News7, News7 Odia, Odisha Latest News, Odisha Current Headlines, Odisha News Online

ଜୁନ୍ ୪ ତାରିଖ, ମଙ୍ଗଳବାର : କେଉଁ ରାଶି ପାଇଁ କେମିତି ରହିବ ଆଜିର ଦିନଟି ଜାଣନ୍ତୁ

ମେଷ – ଶ୍ରୀଚନ୍ଦ୍ର ଭୋଗ ହେଉଥିବାରୁ ଆୟ ଆଶାନୁରୂପ ହେବ । ରୁଚିପୂର୍ଣ୍ଣ ଭୋଜନ ମିଳିବ । ଦାମ୍ପତ୍ୟ ଜୀବନ ସୁଖପ୍ରଦ ହେବ । ମୋକଦ୍ଦମାରେ ବିଜୟୀ ହୋଇ ଧନ ଲାଭ କରିବେ । ରାଜକୃପା ପାଇ ସନ୍ତୁଷ୍ଟ ହେବେ ।


ବୃଷ – ଜଣକୁ ସାହାର୍ଯ୍ୟ କରି ଅପଦସ୍ତ ହୋଇପାରନ୍ତି । ଥଣ୍ଡା-କଫ ଜନିତ ପୀଡା ଅନୁଭବ କରିପାରନ୍ତି । ଚଞ୍ଚଳ ସ୍ୱଭାବର ହେବେ । ଚକ୍ଷୁପୀଡା ଅନୁଭବ କରିପାରନ୍ତି । ମଧୁରଭାଷୀ ହେବେ । ଖର୍ଚ୍ଚ ପରିମାଣ ବୃଦ୍ଧି ହୋଇପାରେ ।


ମିଥୁନ – ନୂତନ ଭାବେ କର୍ମ ନିଯୁକ୍ତି ପାଇପାରନ୍ତି । ଆୟ ଯଥେଷ୍ଟ ପରିମାଣର ହେବ । କାର୍ଯ୍ୟରେ ସଫଳତା ଲାଭ କରିବେ । ସରକାରୀ ସ୍ତରରେ ସମ୍ମାନିତ ହେବା ସହିତ,ଧନ ଲାଭର ସୂଚନା ମିଳୁଛି ।


କର୍କଟ – ମହିଳା ଓ ବିଦ୍ୟାର୍ଥିମାନେ ସମ୍ବେଦନଶୀଳ ହୋଇପାରନ୍ତି । କୁଳଦୀପକ ହେବେ । ମନ ପ୍ରସନ୍ନ ରହିବ । ସୁସ୍ଥ ଓ ନିରାମୟ ଜୀବନ-ଯାପନ କରିବେ । ଦୟାଲୁ ସ୍ୱଭାବର ହେବେ । ବ୍ୟବସାୟ ଲାଭଜନକ ହେବ ।


ସିଂହ – ସୃଜନଶୀଳ ପ୍ରତିଭାର ବିକାଶ ଘଟିବ । ଭାଗ୍ୟଶାଳୀ ହୋଇପାରନ୍ତି । ଦିନଟି ଭୋଗ ବିଳାସରେ ଅତିବାହିତ କରିପାରନ୍ତି । ସୁଖ-ସମୃଦ୍ଧିପୂର୍ଣ୍ଣ ଜୀବନ ଜୀବନ ଯାପନ କରିବେ । ଦାମ୍ପତ୍ୟ ଜୀବନ ସୁଖପ୍ରଦ ହେବ ।


କନ୍ୟା – ବ୍ୟବସାୟ ଲାଭଜନକ ହେବ । ସ୍ୱାଭିମାନୀ ହୋଇପାରନ୍ତି । ଶାରରୀକ ଦୁର୍ବଳତା ଅନୁଭବ କରିବେ । ଅଷ୍ଟମ ଚନ୍ଦ୍ର ଭୋଗ ହେତୁ ଯାନବାହନ ଚଳାଚଳ ସତର୍କ ରହିବେ । ମିତ୍ରମାନେ ସହ ଯୋଗ ପରିବର୍ତ୍ତ କର ଛାଡ ଦେଇପାରନ୍ତି ।


ତୁଳା – ଯଶସ୍ୱୀ ହେବେ । ଦୁଃସାହସିକ ପଦକ୍ଷେପ ନେଇ ଅସାଧ୍ୟ କାର୍ଯ୍ୟକୁ ସାଧନ କରିବାରେ ସକ୍ଷମ ହେବେ । କୁଳ ଉଜ୍ଜ୍ୱଳକାରୀ ହୋଇପାରନ୍ତି । ବ୍ୟବସାୟ ଲାଭଜନକ ହେବ । ସମାଜ ସେବୀ ହେବେ । ଶାନ୍ତଶିଷ୍ଟ ହେବେ ।


ବିଛା – ଦକ୍ଷତା ଦ୍ୱିଗୁଣିତ ହୋଇପାରେ । ଦୃଢମନୋବଳ ନେଇ ନିର୍ବିଘ୍ନରେ କାର୍ଯ୍ୟ ସଂପାଦନ କରିବେ । ଭାଇମାନଙ୍କ ପ୍ରତି ସ୍ନେହଭାବ ରହିବ । ସୁସ୍ଥ ଓ ନିରାମୟ ଜୀବନ ଯାପନ କରିପାରନ୍ତି । ଚାକିରୀରେ ସୁନାମ ମିଳିବ ।


ଧନୁ – ମନରେ ଭକ୍ତି ଭାବନା ଜାଗ୍ରତ ହୋଇପାରେ । ଚଞ୍ଚଳ ପ୍ରକୃତିର ହୋଇପାରନ୍ତି । ଆକସ୍ମିକ ଧନ ଲାଭର ସୂଚନା ମିଳୁଛି । ଲଟେରି ଫଳ ଆପଣଙ୍କ ସପକ୍ଷରେ ଯାଇପାରେ । ତନ୍ତ୍ର-ମନ୍ତ୍ରାଦି ଗୁପ୍ତ ବିଦ୍ୟା ପ୍ରତି ଆଗ୍ରହ ରହିବେ ।


ମକର – ଧୈର୍ଯ୍ୟ ଧରି କାର୍ଯ୍ୟ କଲେ ସଫଳ ହେବେ । କେତେକ କ୍ଷେତ୍ରରେ ମାନ-ମନାନ୍ତର ଘଟିପାରେ । ଉଦାର ପ୍ରକୃତିର ହୋଇପାରନ୍ତି । ଦାନଶୀଳ ହେବେ । ଶୋଭନ ବ୍ୟକ୍ତିତ୍ୱର ନିଦର୍ଶନ ହେବେ । କୃଷି କର୍ମକାରୀ ହେବେ ।


କୁମ୍ଭ – ସାହସିକ ପଦକ୍ଷେପ ନେଇ କାର୍ଯ୍ୟ କରିପାରନ୍ତି । କାର୍ଯ୍ୟକ୍ଷେତ୍ରରେ ଉତ୍ସାହ ବୃଦ୍ଧି ପାଇବ । ମନ ପ୍ରସନ୍ନ ରହିବ । ଆସ୍ତିକ ଓ ମଧୁରଭାଷୀ ହୋଇପାରନ୍ତି । ଭାଇମାନଙ୍କ ଠାରୁ ଆଦର ମିଳିବ । ଥଣ୍ଡା-କଫଜଜିତ ପୀଡା ଅନୁଭବ କରିପାରନ୍ତି ।


ମୀନ – କାର୍ଯ୍ୟ ଦକ୍ଷତା ବୃଦ୍ଧି ହେବ । ପେମ ଭାଗ୍ୟଶାଳୀ ହେବେ । ପରଦେଶବାସୀ ମଧୁରଭାଷୀ,ସହନଶୀଳ,ଶାନ୍ତିପ୍ରିୟ ଓ ଉଦାର ବିଦ୍ୟାପ୍ରେମୀ ହେବେ । ବିଭିନ୍ନ ଦିଗରୁ ଧନାଗମ ହେବ । ସ୍ତ୍ରୀ ବିଳାସୀ ହେବେ । ମିତ୍ର ସୁଖ ଲାଭ କରିବେ ।

116 Views

   ସମ୍ବନ୍ଧିତ ଖବର