Prameya News7

Prameya News7, News7 Odia, Odisha Latest News, Odisha Current Headlines, Odisha News Online

ପ୍ରମୁଖ ଖବର
  • ଇଣ୍ଡିଆନ ପ୍ରିମିୟର ଲିଗ୍ (IPL)ରେ ସାମିଲ ହେଲେ ଆଉ ୨ଟି ନୂଆ ଟିମ । ୨ ଟିମ ଅହମ୍ମଦାବାଦ ଏବଂ ଲକ୍ଷ୍ନୌ ଆସନ୍ତାବର୍ଷ ହେବାକୁ ଥିବା ଆଇପିଏଲରେ ଅଂଶଗ୍ରହଣ କରିବେ ।
  • ||
  • ରାଜ୍ୟରେ ସୁସ୍ଥ ହେଲେ ଆଉ ୩୬୦ କରୋନା ଆକ୍ରାନ୍ତ, ଖୋର୍ଦ୍ଧାରୁ ସର୍ବାଧିକ ୧୮୦ ଡିସଚାର୍ଜ
  • ||
  • ସତ ହେଲା ଧୋନୀଙ୍କ ଭବିଷ୍ୟବାଣୀ, ୫ ବର୍ଷ ତଳେ କହିଥିଲେ- ଦିନେ ଏମିତି ହେବ…
  • ||
  • ରାଜ୍ୟରେ କମୁଛି କରୋନା ଗ୍ରାଫ୍: କୋଭିଡ୍ ନେଲା ଆଉ ୩ ଜଣଙ୍କ ଜୀବନ
  • ||
  • ଉପରତଳ ହେଉଛି କରୋନା ଗ୍ରାଫ୍ : ୨୪ ଘଣ୍ଟାରେ ବାହାରିଲେ ୪୨୫ କୋଭିଡ୍ ପଜିଟିଭ୍
  • ||
  • ପଡୋଶୀ ଘରୁ ମିଳିଲା ଯୁବକଙ୍କ ଝୁଲନ୍ତା ମୃତଦେହ, ହତ୍ୟା ନା ଆତ୍ମହତ୍ୟା ?
  • ||
  • ୨ ପରିବାର ମଧ୍ୟରେ ରକ୍ତାକ୍ତ ସଙ୍ଘର୍ଷ : ୮ ଗୁରୁତର, ବୁଲିଲା ଟାଙ୍ଗିଆ ଓ କଟୁରୀ
  • ||
  • କାର୍ତ୍ତିକ ମାସର ପ୍ରଥମ ସୋମବାର : ଧବଳେଶ୍ୱର ପୀଠରେ ୧୪୪ ଧାରା, ମନ୍ଦିର ଖାଁ ଖାଁ
  • ||
  • ୫ ଦିନ ଯାଏଁ ଖସିବନି ପାରଦ, ୨୮ରୁ କାଁ ଭାଁ ବର୍ଷା
  • ||

ଜୁନ୍ ୯ତାରିଖ,ରବିବାର : କେଉଁ ରାଶି ପାଇଁ କେମିତି ରହିବ ଆଜିର ଦିନଟି ଜାଣନ୍ତୁ

9/06/2019 at 10:08 AM

ମେଷ – ଗୃହ କାର୍ଯ୍ୟରେ ନିୟୋଜିତ ହେବେ । କର୍ମକ୍ଷେତ୍ରରେ ଉନ୍ନତି ଘଟିପାରେ । ଆୟ ବୃଦ୍ଧିର ସୁଯୋଗ ସୃଷ୍ଟି ହୋଇଛି । ଭିନ୍ନ ଦିଗରୁ ସହଯୋଗ ମିଳିବ । ଗୃହରେ ଶାନ୍ତିର ବାତାବରଣ ସୃଷ୍ଟି ହୋଇପାରେ ।

ବୃଷ – ବାଧା ବିଘ୍ନ ଥାଇ ବି କାର୍ଯ୍ୟ କରି ଚାଲିବେ । ମନ ପ୍ରସନ୍ନ ରହିବ । କାର୍ଯ୍ୟରେ ସ୍ୱଚ୍ଛତା ଆସିବ । ସଫଳତାର ସହ କାର୍ଯ୍ୟ ସମ୍ପାଦନ କରିପାରନ୍ତି । ଯାନବାହନ ସୁଖ ମିଳିବାର ସୁଯୋଗ ରହିଛି । ବନ୍ଧୁ ପ୍ରାପ୍ତର ସମୟ ଉପସ୍ଥିତ ।

ମିଥୁନ – ମାନସିକ ସ୍ତରରେ ଅଶାନ୍ତି ଉପୁଜିପାରେ । କାର୍ଯ୍ୟରେ ଧନ୍ଦି ହୋଇପାରନ୍ତି । ଦାମ୍ପତ୍ୟ ଜୀବନ ସୁଖପ୍ରଦ ହେବ । ଗୃହରେ ଶାନ୍ତିର ବାତାବରଣ ସୃଷ୍ଟି ହୋଇପାରେ । କର୍ମକ୍ଷେତ୍ରରେ ଅପୂର୍ବ ସଫଳତା ମିଳିବ ।

କର୍କଟ – ସ୍ୱାସ୍ଥ୍ୟ ଚିନ୍ତାଜନକ ହୋଇପାରେ । ପଥରୋଧର ସମ୍ମୁଖୀନ ହୋଇପାରନ୍ତି । ଯାତ୍ରା କ୍ଳେଶକର ହୋଇପାରେ । ସମୃଦ୍ଧିର ମୂଳଦୁଆ ପଡିବ । କୋଟି ନିଧି ପ୍ରାପ୍ତ ହେବେ । ଭାଗ୍ୟବାନ୍ ହେବେ । ସମ୍ମାନିତ ହେବା ଆଶା କରାଯାଏ ।

ସିଂହ – ଅଯାଚିତ ସାହାର୍ଯ୍ୟ ମିଳିପାରେ । ଆୟତ୍ତ ପରିମାଣ ଅତ୍ୟଧିକ ହେବ । ବର୍ତ୍ତମାନର ସ୍ଥିତି ଶୁଭପ୍ରଦ ହେବ । ମୂଲ୍ୟବାନ୍ ଦ୍ରବ୍ୟ ଲାଭର ସୂଚନା ମିଳୁଛି । ଅର୍ଥ ଲାଭ ଆନନ୍ଦଦାୟକ ହେବ । ପତ୍ନୀଙ୍କ ଦ୍ୱାରା ପରିଚାଳିତ ହେବେ ।

କନ୍ୟା – ପାଇଥିବା ସାହାର୍ଯ୍ୟର ଉପଯୋଗ କରିବେ । ପରୋପକାରରେ ନିଜକୁ ନିୟୋଜିତ କରିପାରନ୍ତି । ବିନୟୀଭାବ ପ୍ରଦର୍ଶନ କରିପାରନ୍ତି । ଜଣେ ମହାନ୍ ବ୍ୟକ୍ତି ଭାବେ ସାମାଜିକ ସ୍ତରରେ ନିଜର ପରିଚୟ ସୃଷ୍ଟି କରିବେ ।

ତୁଳା – ବୃଥାଟାରେ ଅପବ୍ୟୟ ଘଟିପାରେ । ଦାନ-ଧର୍ମରେ ଦୀକ୍ଷିତ ହୋଇପାରନ୍ତି । ମନରେ ଅଶାନ୍ତି ଦେଖାଦେଇ ପାରେ । ସ୍ୱାଭିମାନୀ ହୋଇପାରନ୍ତି । ଯୁଗ୍ମ ବ୍ୟବସାୟ ଲାଭଜନକ ହେବ । ରାଜକୃପା ମିଳିବ ।

ବିଛା – ଚିନ୍ତାଗ୍ରସ୍ତ ହୋଇପାରନ୍ତି । ଘାତଚନ୍ଦ୍ର ଭୋଗ ହେତୁ ସତର୍କରେ ଚଳିବାକୁ ପଡିବ । ମନଫୂର୍ତ୍ତି ରହିବ । ହର୍ଷଯୁକ୍ତ ହୋଇପାରନ୍ତି । କଥାର ଶୈଳୀ ଉଦ୍ରୋଚିତ୍ତ ହେବ । ଧନଶାଳୀ ହୋଇପାରନ୍ତି ।

ଧନୁ – ଯାନବାହନ କିଣିବାର ସୁଯୋଗ ଅଛି । ଘାତଚନ୍ଦ୍ର ଭୋଗ ହେତୁ ସତର୍କରେ ଚଳିବାକୁ ପଡିବ । ଗୃହରେ ଆନ୍ଦ,ଉତ୍ସବ ଲାଗି ରହିବ । କର୍ମକ୍ଷେତ୍ରରେ ଅପୂର୍ବ ସଫଳତା ମିଳିବ । ଆପଣଙ୍କର କେହି ଶତ୍ରୁ ରହିବେ ନାହିଁ ।

ମକର – ମାନସିକ ସ୍ତରରେ ବ୍ୟସ୍ତତା ବଢିପାରେ । ମନରେ ଅହଂଭାବ ଜାଗ୍ରତ ହେବ । ଆତ୍ମୀୟମାନଙ୍କ ସହଯୋଗ ମିଳିବ । ଗୃହରେ ଶାନ୍ତିର ବାତାବରଣ ସୃଷ୍ଟି ହେବ । ବ୍ୟବସାୟରେ ଢେର ଉନ୍ନତି ଘଟିବ ।

କୁମ୍ଭ  – ଯାନବାହନ କ୍ରୟ ଯୋଗ ଅଛି । ବିଭିନ୍ନ ସ୍ତରରୁ ସହ ଯୋଗ ମିଳିବ । କର୍ମ ତତ୍ପରତା ପ୍ରକାଶ ପାଇବ । ସୁଭାଷୀ ହେବେ । ଉତ୍ତମ ବିଦ୍ୟାର ଅଧିକାରୀ ହୋଇପାରନ୍ତି । ଦର୍ଶନୀୟ ଭୋଗୀ ଓ ତେଜ୍ୟୀାନ ହୋଇପାରନ୍ତି ।

ମୀନ – ଉତ୍ସବାଦିରେ ଯୋଗଦାନ କରିପାରନ୍ତି । ସାଙ୍ଗଠନିକ କାର୍ଯ୍ୟରେ ନେତୃତ୍ୱ ନେବେ । ମାନ-ଅପମାନ ସବୁ କିଛି ସହି କାର୍ଯ୍ୟ କରି ଚାଲିବେ । ବ୍ୟୟ ବୃଦ୍ଧିର ସୂଚନା ମିଳୁଛି । କବି କୀର୍ତ୍ତି ଅର୍ଜନ କରିପାରନ୍ତି ।

   Related Posts