ଜୁନ୍ ୮ତାରିଖ,ଶନିବାର : କେଉଁ ରାଶି ପାଇଁ କେମିତି ରହିବ ଆଜିର ଦିନଟି ଜାଣନ୍ତୁ

Published By : Prameya-News7 Bureau | June 08, 2019 IST

ମେଷ – ଅଶ୍ୱିନୀ ଓ କୃର୍ତ୍ତିକା ନକ୍ଷତ୍ର ଜାତ ବ୍ୟକ୍ତି ବ୍ୟବସାୟରେ ଲାଭବାନ ହୋଇପାରନ୍ତି । ଆଶାବାଦୀ ହେବେ । ହାତେ ମାପି ଚାଖଣ୍ଡେ ଚାଲିବାକୁ ପଡିବ । ଶୀଳ୍ପୋଦ୍ୟୋଗୀ ହେବେ । ଚଞ୍ଚଳ ଚେଷ୍ଟିତ ହେବେ ।

ବୃଷ – ମୃଗଶିରା ନକ୍ଷତ୍ର ଜାତ ବ୍ୟକ୍ତିଙ୍କର ପାରିବାରିକ ସୁଖ ବୃଦ୍ଧି ହେବ । ଶ୍ରୀଚନ୍ଦ୍ର ଭୋଗ ହେଉଥିବାରୁ ଆୟ ଆଶାନୁରୂପ ହେବ । ମିଷ୍ଟାନ୍ନ ଭୋଜନ ମିଳିବ । ଦାମ୍ପତୟ ଜୀବନ ସୁଖପ୍ରଦ ହେବ । ରୋହିଣୀ ନକ୍ଷତ୍ରର ସାମାନ୍ୟ ଶୁଭ ।

ମିଥୁନ - ମୃଗଶିରା ଓ ଆର୍ଦ୍ରା ନକ୍ଷତ୍ର ଜାତ ବ୍ୟକ୍ତି କାର୍ଯ୍ୟ ଶେଷ କରିବା ପାଇଁ ଉପାୟ ଚିନ୍ତା କରିବେ । ବ୍ୟୟ ବୃଦ୍ଧି ସମାନ୍ତରାଳରେ ଗତି କରିବ । ଭାଗ୍ୟବାନ୍ ହେବେ । ପୁର୍ନବସୁ ନକ୍ଷତ୍ର ଜାତ ବ୍ୟକ୍ତି ସୂଳ୍ପ ସୁଖ ଆଶା କରାଯାଏ ।

କର୍କଟ – ପୁଷ୍ୟ ନକ୍ଷତ୍ର ଜାତ ବ୍ୟକ୍ତି ଚିନ୍ତାଧାରା ଉନ୍ନତମାନର ହେବ । ଅର୍ଥ ପ୍ରାପ୍ତିର ସୂଚନା ମିଳୁଛି । ବିବାଦିୟ କ୍ଷେତ୍ରରେ ବିଜୟୀ ହେବେ । ସମୃଦ୍ଧି ପଥରେ ଆଗକୁ ବଢିବେ । ବହୁ ବନ୍ଧୁଙ୍କ ସାନ୍ନିଧ୍ୟ ମିଳିବ ।

ସିଂହ – ମଘା ଓ ଉତ୍ତରାତ୍ତରା ଫାଲ୍ଗୁନୀ ନକ୍ଷତ୍ର ଜାତ ବ୍ୟକ୍ତି ବନ୍ଧୁବର୍ଗଙ୍କ ଦ୍ୱାରା ସମ୍ମାନିତ ହେବେ । ସୁଖ ସମ୍ମାନ ଲାଭ କରିପାରନ୍ତି । ସ୍ଥିତି ଶୁଭଙ୍କର ହେବ । ମୂଲ୍ୟବାନ ଦ୍ରବ୍ୟ ଲାଭ ହେବ । ଅର୍ଥ ପ୍ରାପ୍ତିର ସୂଚନା ମିଳୁଛି ।

କନ୍ୟା – ଉତ୍ତରାଷାଢ ଓ ଧନିଷ୍ଠା ନକ୍ଷତ୍ର ଜାତବ୍ୟକ୍ତି ପଦୋନ୍ନତି ପାଇବା ପାଇଁ ଚେଷ୍ଟା କରିବେ । ବନ୍ଧୁ ସୁଖ ମିଳିପାରେ । ଶାସ୍ତ୍ରପଟୁ ହୋଇପାରନ୍ତି । ସୁବର୍ଣ୍ଣ ପଦାର୍ଥ ଲାଭ ହୋଇପାରେ । ବିଶାଖା ନକ୍ଷତ୍ରର ସାମାନ୍ୟ ଶୁଭ ।

ତୁଳା – ସ୍ୱାତୀ ଓ ଚିତ୍ରା ନକ୍ଷତ୍ର ଜାତବ୍ୟକ୍ତି ବହୁଧନ,ପୁତ୍ର ଓ ଉତ୍ତମ ବଂଶରୁ କନ୍ୟା ଆଣି ପାରନ୍ତି । ସୁଖୀ ହେବେ । ହାସ୍ୟ ସୁଖ,ବିଶୁଦ୍ଧ ଭାଷୀ ହେବେ । ବିଶାଖା ନକ୍ଷତ୍ର ଜାତବ୍ୟକ୍ତି ଶାରିରୀକ ପୀଡା ଅନୁଭବ କରିପାରନ୍ତି ।

ବିଛା – ଅନୁରାଧା ନକ୍ଷତ୍ର ଜାତବ୍ୟକ୍ତି ପଦୋନ୍ନତି ପାଇବା ପାଇଁ ଚେଷ୍ଟା କରିବେ । ବନ୍ଧୁ ସୁଖ ମିଳିପାରେ । ଶାସ୍ତ୍ରପଟୁ ହୋଇପାରନ୍ତି । ସୁବର୍ଣ୍ଣ ପଦାର୍ଥ ଲାଭ ହୋଇପାରେ । ଦାତା,ଭୋକ୍ତା,ଗୁଣବାନ୍,ଧନୀ ଓ ମାନୀ ହୋଇପାରନ୍ତି ।

ଧନୁ – ମୂଳା ଓ ଉତ୍ତରାଷାଢା ନକ୍ଷତ୍ର ଜାତ ବ୍ୟକ୍ତି ଚାକିରି କ୍ଷେତ୍ରରେ ଆଶାଫଳବତୀ ହେବ । ଶତ୍ରୁ ଆପଣା ଛାଏଁ ପଛଘୁଞ୍ଚା ଦେଇ ପାରନ୍ତି । ପାରିବାରିକ କ୍ଷେତ୍ରରେ ଆନନ୍ଦ ଅନୁଭବ କରିପାରନ୍ତି । କର୍ମକ୍ଷେତ୍ରରେ ସଫଳତା ମିଳିବ ।

ମକର – ଉତ୍ତରାଷାଢା ଓ ଧନିଷ୍ଠା ନକ୍ଷତ୍ର ଜାତବ୍ୟକ୍ତି ଗୃହର ବାତାବରଣ ଆନନ୍ଦଦାୟକ ହେବ । କାର୍ଯ୍ୟର ସଫଳ ରୂପାୟନ କରିବାରେ ସିଦ୍ଧହସ୍ତ ହେବେ । ନିଜର ସାମର୍ଥ୍ୟ ବଳରେ ବିଜୟୀ ହେବେ ।

କୁମ୍ଭ  - ଧନିଷ୍ଠା ଓ ଶତଭିକ୍ଷା ନକ୍ଷତ୍ର ଜାତବ୍ୟକ୍ତି ଚାକିରି କ୍ଷେତ୍ରରେ ଆଶା ଫଳବତୀ ହେବ । କର୍ମ ତତ୍ପରତା ପ୍ରକାଶ ପାଇବ । ଉତ୍ତମ ଓ ଶ୍ରେଷ୍ଠ ବ୍ୟକ୍ତିଭାବେ ନିଜର ପରିଚୟ ସୃଷ୍ଟି କରିବେ । ଧନଲାଭର ସୂଚନା ମିଳୁଛି ।

ମୀନ - ଉତ୍ତରା ଭାଦ୍ର ନକ୍ଷତ୍ର ଜାତ ବ୍ୟକ୍ତିର ଶ୍ରମ ସାର୍ଥକ ହେବ । ଅନ୍ୟର ମଙ୍ଗଳ କାମନା କଲେ ନିଜେ ଅନୁଗୃହିତ ହୋଇପାରନ୍ତି । ପରଧନରେ ଧନୀ ହୋଇପାରନ୍ତି । ରସିକ ହେବେ । ରେବତୀ ଜାତବ୍ୟକ୍ତିଙ୍କ ସାମାନ୍ୟ ଶୁଭଫଳ ।

News7 Is Now On WhatsApp Join And Get Latest News Updates Delivered To You Via WhatsApp

Copyright © 2024 - Summa Real Media Private Limited. All Rights Reserved.