Tuesday, June 25, 2019

News7

Prameya News7, News7 Odia, Odisha Latest News, Odisha Current Headlines, Odisha News Online

ଜୁନ୍ ୫ ତାରିଖ, ବୁଧବାର : କେଉଁ ରାଶି ପାଇଁ କେମିତି ରହିବ ଆଜିର ଦିନଟି ଜାଣନ୍ତୁ

ମେଷ – ଅଶ୍ୱିନୀ ଓ କୃର୍ତ୍ତିକା ନକ୍ଷତ୍ର ଜାତ ବ୍ୟକ୍ତି ବ୍ୟବସାୟରେ ଲାଭବାନ୍ ହୋଇପାରନ୍ତି । ଆଶାବାଦୀ ହେବେ । ଦ୍ୱିଜା ନକ୍ଷତ୍ର ଜାତ ବ୍ୟକ୍ତି ସାମାନ୍ୟ ଶୁଭଫଳ ମିଳିବ । ହାତେ ମାପି ଚାଖଣ୍ଡେ ଚାଲିବାକୁ ପଡିବ । ଶିଳ୍ପୋଦ୍ୟୋଗୀ ହେବେ ।

ବୃଷ – ମୃଗଶିରା ନକ୍ଷତ୍ର ଜାତ ବ୍ୟକ୍ତିଙ୍କର ପାରିବାରିକ ସୁଖ ବୃଦ୍ଧି ହେବ । ଶ୍ରୀଚନ୍ଦ୍ର ଭୋହ ହେଉଥିବାରୁ ଆପ ଆଶାନୁରୂପ ହେବ । ମିଷ୍ଟାନ୍ନ ଭୋଜନ ମିଳିବ । ଦାମ୍ପତ୍ୟ ଜୀବନ ସୁଖପ୍ରଦ ହେବ । ସୁସ୍ଥ ଓ ନିରାମୟ ରହିବେ ।

ମିଥୁନ – ଆର୍ଦ୍ରା ନକ୍ଷତ୍ର ଜାତ ନ୍ୟକ୍ତି କାର୍ଯ୍ୟ ଶେଷ କରିବା ପାଇଁ ଉପାୟ ଚିନ୍ତା କରିବେ । ବ୍ୟୟ ବୃଦ୍ଧୀ ସମାନ୍ତରାଳରେ ଗତି କରିବ । ଭାଗ୍ୟବାନ୍ ହେବେ । ଏହି ବ୍ୟକ୍ତି ସ୍ୱଳ୍ପ ସୁଖ ଆଶା କରାଯାଏ ।

କର୍କଟ – ପୁଷ୍ୟା ନକ୍ଷତ୍ର ଜାତ ବ୍ୟକ୍ତିଙ୍କ ଚିନ୍ତାଧାରା ଉନ୍ନତମାନର ହେବ । ଅର୍ଥ ପ୍ରାପ୍ତିର ସୂଚନା ମିଳୁଛି । ବିବାଦୀୟ କ୍ଷେତ୍ରରେ ବିଜୟୀ ହେବେ, ସମୃଦ୍ଧି ପଥରେ ଆଗକୁ ବଢିବେ । ବହୁ ବନ୍ଧୁଙ୍କ ସାନ୍ନିଧ୍ୟ ମିଳିବ ।

ସିଂହ – ମଘା ଓ ଉତ୍ତରା ଫାଲଗୁନୀ ନକ୍ଷତ୍ର ଜାତ ବ୍ୟକ୍ତି ବନ୍ଧୁବର୍ଗଙ୍କ ଦ୍ୱାରା ସମ୍ମାନିତ ହେବେ । ସୁଖ ସମ୍ମାନ ଲାଭକରିପାରନ୍ତି । ସ୍ଥିତି ଶୁଭଙ୍କର ହେବ । ମୁଲ୍ୟବାନ ଦ୍ରବ୍ୟ ଲାଭ ହେବ । ଅର୍ଥ ପ୍ରାପ୍ତିର ସୂଚନା ମିଳୁଛି ।

କନ୍ୟା – ବ୍ୟବସାୟ ଲାଭଜନକ ହେବ । ସ୍ୱାଭିମାନୀ ହୋଇପାରନ୍ତି । ଶାରରୀକ ଦୁର୍ବଳତା ଅନୁଭବ କରିବେ । ଅଷ୍ଟମ ଚନ୍ଦ୍ର ଭୋଗ ହେତୁ ଯାନବାହନ ଚଳାଚଳ ସତର୍କ ରହିବେ । ମିତ୍ରମାନେ ସହ ଯୋଗ ପରିବର୍ତ୍ତ କର ଛାଡ ଦେଇପାରନ୍ତି ।

ତୁଳା – ସ୍ୱାତୀ ଓ ଚିତ୍ରା ନକ୍ଷତ୍ର ଜାତବ୍ୟକ୍ତି ବହୁଧନ,ପୁତ୍ର ଓ ଉତ୍ତମ ବଂଶରୁ କମ୍ୟା ଆଣି ପାରନ୍ତି । ସୁଖୀ ହେବେ । ହାସ୍ୟ ସୁଖ,ବିଶୁଦ୍ଧ ଭାଷୀ ହେବେ । ବିଶାଖା ନକ୍ଷତ୍ର ଜାତବ୍ୟକ୍ତି ଶାରିରୀକ ପୀଡା ଅନୁଭବ କରିପାରନ୍ତି ।

ବିଛା – ଅନରାଧା ନକ୍ଷତ୍ର ଜାତବ୍ୟକ୍ତି ପଦୋନ୍ନତି ପାଇବା ପାଇଁ ଚେଷ୍ଟା କରିବେ । ବନ୍ଧୁ ସୁଖ ମିଳିପାରେ । ଶାସ୍ତ୍ରପଟୁ ହୋଇପାରନ୍ତି । ସୁବର୍ଣ୍ଣ ପଦାର୍ଥ ଲାଭ ହୋଇପାରେ । ଦାତା,ଭୋକ୍ତା,ଗୁଣବାନ୍ ,ଧନୀ ଓ ମାନୀ ହୋଇପାରନ୍ତି ।

ଧନୁ – ମୂଲା ଓଉତ୍ତରାଷାଢା ନକ୍ଷତ୍ର ଜାତ ବ୍ୟଲ୍ତି ଚାକିରି କ୍ଷେତ୍ରରେ ଆଶାଫଳବତୀ ହେବ । ଶତ୍ରୁ ଆପଣା ଛାଏଁ ପଛ ଘୁଞ୍ଚା ଦେଇ ପାରନ୍ତି । ପାରିବାରିକ କ୍ଷେତ୍ରରେ ଆନନ୍ଦ ଅନୁଭବ କରିପାରନ୍ତି । କର୍ମକ୍ଷେତ୍ରରେ ସଫଳତା ମିଳିବ ।

ମକର – ଉତ୍ତରାଷାଢା ଓ ଧନିଷ୍ଠା ନକ୍ଷତ୍ର ଜାତବ୍ୟକ୍ତି ଗୃହର ବାତାବରଣ ଆନନ୍ଦଦାୟକ ହେବ । କାର୍ଯ୍ୟର ସଫଳ ରୂପାୟନ କରିବାରେ ସିଦ୍ଧହସ୍ତ ହେବେ । ନିଜର ସାମର୍ଥ୍ୟ ବଳରେ ବିଜୟୀ ହେବେ ।

କୁମ୍ଭ  – ଧନିଷ୍ଠା ଓ ଶତଭିକ୍ଷା ନକ୍ଷତ୍ର ଜାତବ୍ୟକ୍ତି ଚାକିରି କ୍ଷେତ୍ରରେ ଆଶା ଫଳବତୀ ହେବ । କର୍ମ ତତ୍ପରତା ପ୍ରକାଶ ପାଇବ । ଉତ୍ତମ ଓ ଶ୍ରେଷ୍ଠ ବ୍ୟକ୍ତିଭାବେ ନିଜର ପରିଚୟ ସୃଷ୍ଟି କରିବେ । ଧନଲାଭର ସୂଚନା ମିଳୁଛି ।

ମୀନ – ଉତ୍ତରା ଭାଦ୍ର ନକ୍ଷତ୍ର ଜାତ ବ୍ୟକ୍ତିର ଶ୍ରମ ସାର୍ଥକ ହେବ । ଅନ୍ୟର ମଙ୍ଗଳ କାମନା କଲେ ନିଜେ ଅନୁଗୃହିତ ହୋଇପାରନ୍ତି । ପରଧନରେ ଧନୀ ହୋଇପାରନ୍ତି । ରସିକ ହେବେ । ରେବତୀ ଓ ପୂର୍ବଭାଦ୍ର ନକ୍ଷତ୍ର ଜାତବ୍ୟକ୍ତିଙ୍କ ସାମାନ୍ୟ ଶୁଭଫଳ ।

140 Views

   ସମ୍ବନ୍ଧିତ ଖବର