Prameya News7

Prameya News7, News7 Odia, Odisha Latest News, Odisha Current Headlines, Odisha News Online

ପ୍ରମୁଖ ଖବର
  • ଗତ ୨୪ ଘଣ୍ଟାରେ କରୋନାରୁ ଆରୋଗ୍ୟ ହେଲେ ୨୦୧୦ ସଂକ୍ରମିତ
  • ||
  • ମୋଦୀ ସରକାରଙ୍କ ବଡ ନିଷ୍ପତ୍ତି: ଜାମ୍ମୁ-କାଶ୍ମୀରରେ ଯେ କେହି ବି ଜାଗା କିଣି ପାରିବେ, ବିଜ୍ଞପ୍ତି ଜାରି କଲା ଗୃହ ମନ୍ତ୍ରଣାଳୟ
  • ||
  • ରାଜ୍ୟରେ ଆଉ ୧୩ କରୋନା ସଂକ୍ରମିତଙ୍କ ମୃତ୍ୟୁ, ୧୨୭୨ରେ ପହଞ୍ଚିଲା ମୃତକଙ୍କ ସଂଖ୍ୟା
  • ||
  • ରାଜ୍ୟରେ ଚିହ୍ନଟ ହେଲେ ୧୨୪୭ କରୋନା ସଂକ୍ରମିତ, ୨୮୩୯୪୨ରେ ପହଞ୍ଚିଲା ଆକ୍ରାନ୍ତଙ୍କ ସଂଖ୍ୟା
  • ||
  • ଢେଙ୍କାନାଳ : କେନାଲରୁ ମୃତଦେହ ଉଦ୍ଧାର, ଶୌଚ ହେବାକୁ ଯାଇ ବୁଡିଯାଇଥିବା ସନ୍ଦେହ
  • ||
  • ଢେଙ୍କାନାଳ : ସ୍ତ୍ରୀର ଚରିତ୍ରକୁ ସନ୍ଦେହ କରି ଠେଙ୍ଗାରେ ପିଟି ପିଟି ମାରିଦେଲା, ଅଭିଯୁକ୍ତ ସ୍ବାମୀ ଫେରାର
  • ||
  • ଅନୁଗୋଳ : ଶ୍ରମିକଙ୍କ ସନ୍ଦେହଜନକ ମୃତ୍ୟୁ, ବିଷାକ୍ତ ମଦ ପିଇ ମୃତ୍ୟୁ ଅଭିଯୋଗ
  • ||
  • କଳାହାଣ୍ଡି : ଯୁବକଙ୍କ କ୍ଷତ ବିକ୍ଷତ ମୃତଦେହ ଉଦ୍ଧାର, ହତ୍ୟା ଅଭିଯୋଗ ଆଣିଲେ ପରିବାର ଲୋକ
  • ||
  • ଜଲାପୁଟ ଜଳ ଭଣ୍ଡାରରେ ମାଛଧରା ଡଙ୍ଗା ବୁଡି ୩ ନିଖୋଜ, ଉଦ୍ଧାର କାର୍ଯ୍ୟ ଜାରି
  • ||
  • ପାକିସ୍ତାନ : ପେଶାଓ୍ୱାରରେ ବୋମା ବିସ୍ଫୋରଣରେ ୭ ମୃତ, ୫୫ ଆହତ
  • ||

ଜୁନ୍ ୩ ତାରିଖ, ସୋମବାର : କେଉଁ ରାଶି ପାଇଁ କେମିତି ରହିବ ଆଜିର ଦିନଟି ଜାଣନ୍ତୁ

3/06/2019 at 7:55 AM

ମେଷ – ଆଜି ସବୁ ଦୁଗରୁ ସୁଖ,ସୌଭାଗ୍ୟ ଲାଭ କରିପାରନ୍ତି । ଖର୍ଚ୍ଚଭାରର ଅଧିକ୍ୟ, ପୂର୍ବ ଶତ୍ରୁତାକୁ ନେଇ ଚିନ୍ତିତ ରହିପାରନ୍ତି । ଭାଇ,ପଡୋଶୀ କିମ୍ବା ନିକଟ ସମ୍ପର୍କୀୟମାନେ ନିଆଁରେ ଘିଅ ଢାଳିଲା ପରି କଟୁ କଥା କହି ମାନସିକ ଆଘାତ ଦେଇପାରନ୍ତି ।


ବୃଷ – ଯେଉଁ କାମରେ ମୁଣ୍ଡ ପୂରାଇଛନ୍ତି, ସେଥିରେ ବନ୍ଧୁବର୍ଗ ଓ ଆତ୍ମୀୟସ୍ୱଜନଙ୍କ ସାହାର୍ଯ୍ୟ ପୂର୍ଣ୍ଣ ମାତ୍ରାରେ ରହିବ । ଫଳରେ ଆପଣ ଯୋମିତି, ଯାହା ଚାହୁଁଛନ୍ତି ତାହା ତ ନିଶ୍ଚିତ ଭାବରେ ପାଇପାରିବେ ।


ମିଥୁନ – ପାପଗ୍ରହ ପ୍ରଭାବରୁ ଆପଣଙ୍କ ଭଲ କାମର ପ୍ରଶଂସା ବଦଳାରେ ନିନ୍ଦୁକ ଗୋଷ୍ଠୀ ଓ ଈର୍ଷାପରାୟଣ ବ୍ୟକ୍ତିମାନେ ନିନ୍ଦା ଗାଇ ବୁଲିବେ । ବାକି ରଖିଥିବା ଲୋକଟିକୁ ବଜେୟା ମାଗିବା କାରଣରୁ ପରିସ୍ଥିତି ଉତ୍ତେଜନା ମୂଳକ ହୋଇପାରେ ।


କର୍କଟ – ଆଜି କର୍ମଭାବରେ ଚନ୍ଦ୍ର ବିଳାସକାରକ ଗ୍ରହଯୁକ୍ତ ହେତୁ କର୍ମକ୍ଷେତ୍ର ଓ ପାରିବାରିକ ସ୍ଥିତି ବହୁତ ଭଲ ରହିବ । ମାତ୍ର ଅଫିସରେ ଅଖ୍ୱେଷା ନକ୍ଷତ୍ର ଅନ୍ୟମାନଙ୍କ ବେଖାତିର ମନୋଭାବ ହେତୁ ଟିକିଏ କଥାରେ ରଗିପାରନ୍ତି ।


ସିଂହ – କଥାବାର୍ତ୍ତାରେ ସଂଯମତା ଅଭାବରୁ ବର୍ତ୍ତମାନ ପରିସ୍ଥିତିରେ ଅନ୍ୟମାନଙ୍କ ସହ ଆକସ୍ମିକ ଶତ୍ରୁତା ସୃଷ୍ଟି ହୋଇପାରେ । ହଜି ଯାଇଥିବା ଟଙ୍କା କିମ୍ବା ଦରକାରୀ କାଗଜ ପତ୍ର କୌଣସି ।ଲଗାସ୍ଥାନରେ ରଖି ଚିନ୍ତିତ ଓ ବିରକ୍ତ ହୋଇପାରନ୍ତି ।


କନ୍ୟା – ଅଧିକାଂଶ ସମୟରେ ନିଜର ଭୁଲ୍ ବୁଝାମଣା ଜନିତ ବିଶୃଙ୍ଖଳିତ କାର୍ଯ୍ୟ ସମସ୍ୟା ସୃଷ୍ଟିର ମୂଳ କାରଣ ହେବାର ସୂଚନା ରହିଛି । ଈର୍ଷା ଓ ଅସୂର୍ଯ୍ୟ ମନୋଭାବ ଫୋଷଣ କରି ନିଜ ଲୋକମାନେ ଶତ୍ରୁତା ଆଚରଣ କରିପାରନ୍ତି ।


ତୁଳା – ଅତି ନିକଟରେ ରହି ଶତ୍ରୁତା କରୁଥିବା ଲୋକଟି ପ୍ରତି ସର୍ତକ ରୁହନ୍ତୁ । ନଚେତ୍ ଅସୁବିଧାରେ ପଡିପାରନ୍ତି । ଅନୟ ଦ୍ୱାରା ପ୍ରବାବିତ ହୋଇ ଭଲ ପାଉଥିବା ବନ୍ଧୁ କିମ୍ବା ପଡୋଶୀ ଭୁଲ୍ ଧାରଣା ପୋଷଣ କରିପାରନ୍ତି ।


ବିଛା – ନୂତନ କାମରେ ହାତ ଦେଇ ଏକ ପ୍ରକାର ମାନସିକ ପରିତୃପ୍ତି ଲାଭ କରିପାରନ୍ତି । ପ୍ରତ୍ୟେକ ଦିଗରୁ ଖର୍ଚ୍ଚ କମାଇବା ପାଇଁ ଚେଷ୍ଟା କଲେ ଉପକୃତ ହେବେ । ସାମୟିକ ଭାବରେ ଶାରିରୀକ ଅସୁସ୍ଥି ଅନୁଭବ କରିପାରନ୍ତି ।


ଧନୁ – କର୍ମକ୍ଷେତ୍ରରେ ସହକର୍ମୀମାନଙ୍କ କେବଳ ଉପଦେଶ ଶୁଣି ଶୁଣି ମନରେ ବିରକ୍ତି ଆସିପାରେ । ଶିଳ୍ପ, ବ୍ୟବସାୟରେ ଅର୍ଥ ସମ୍ପର୍କୀୟ ଟଣାଓଟରା ଲାଗିବାର ଆଶଙ୍କା ରହିଛି । ପାରିବାରିକ ସ୍ତରରେ ମନ ଭୁଲାଣିଆ କଥା କହି ପରିସ୍ଥିତିକୁ ସମ୍ଭାଳି ନେବେ ।


ମକର – ଉଚ୍ଚ ଚିନ୍ତା ଓ ସଂଯମିତ ଚିନ୍ତାଧାରା ପ୍ରଭାବରେ ପ୍ରତ୍ୟେକ ପରିସ୍ଥିତିକୁ ସୁଧାରି ନେଇପାରନ୍ତି । କାର୍ଯ୍ୟ ସିଦ୍ଧି ସାଙ୍ଗକୁ ଅର୍ଥ ଲାଭ ଓ ବନ୍ଧୁମିଳନରୁ ମଧ୍ୟ ମନ ଖୁସି ରହିବ । କର୍ମ କ୍ଷେତ୍ରରେ ଖଳ ଲୋକମାନଙ୍କ କୃତ ଅପମାନଜନକ ସ୍ଥିତିରୁ ସହସୀ ରକ୍ଷା ପାଇବେ ।


କୁମ୍ଭ – ପାରିବାରିକ ଅବସ୍ଥାରେ ବିଶେସ ଉନ୍ନତି ଦେଖା ନ ଦେଲେ ମଧ୍ୟ ପରିସ୍ଥିତି ଶାନ୍ତ ରହିବ । କୌଣସି କ୍ଷେତ୍ରରେ ଅଧୈର୍ଯ୍ୟ ହୁଅନ୍ତୁ ନାହିଁ,ବନ୍ଧୁଙ୍କ ସହାନୁଭ୍ୟତି ନିଶ୍ଚୟ ଲାଭ କରିବେ ।


ମୀନ – କର୍ମକ୍ଷେତ୍ରରେ ଫାଇଲ୍ କାମ ବୃଦ୍ଧି ପାଇବା କାରଣରୁ ଘରକଥା ବୁଝିବା ପାଇଁ ସମୟ ପାଇବେ ନାହିଁ । ବନ୍ଧୁ କିମ୍ବା ଗୁରୁଜନଙ୍କ ପ୍ରେରଣାରେ ନୂତନ କାର୍ଯ୍ୟରେ ହାତ ଦେବାକୁ ସ୍ଥିର କରି ସଫଳତା ହାସଲ କରିପାରିବେ ।

   Related Posts