ଜୁନ୍ ୧ ତାରିଖ, ଶନିବାର : କେଉଁ ରାଶି ପାଇଁ କେମିତି ରହିବ ଆଜିର ଦିନଟି ଜାଣନ୍ତୁ

Published By : Prameya-News7 Bureau | June 01, 2019 IST

ମେଷ – ଶ୍ରୀଚନ୍ଦ୍ର ଭୋଗ ହେଉଥିବାରୁ ଆୟ ଆଶାନୁରୂପ ହେବ । ରୁଚିପୂର୍ଣ୍ଣ ଭୋଜନ ମିଳିବ । ଦାମ୍ପତ୍ୟ ଜୀବନ ସୁଖପ୍ରଦ ହେବ । ମୋକଦ୍ଦମାରେ ବିଜୟୀ ହୋଇ ଧନ ଲାଭ କରିବେ । ରାଜକୃପା ପାଇ ସନ୍ତୁଷ୍ଟ ହେବେ ।

ବୃଷ – ଜଣକୁ ସାହାର୍ଯ୍ୟ କରି ଅପଦସ୍ତ ହୋଇପାରନ୍ତି । ଥଣ୍ଡା କଫ ଜନିତ ପୀଡା ଅନୁଭବ କରିପାରନ୍ତି । ଚଞ୍ଚଳ ସ୍ୱଭାବର ହେବେ । ଚକ୍ଷୁପୀଡା ଅନୁଭବ କରିପାରନ୍ତି । ମଧୁରଭାଷୀ ହେବେ । ଖର୍ଚ୍ଚ ପରିମାଣ ବୃଦ୍ଧି ହୋଇପାରେ ।

ମିଥୁନ - ନୂତନ ଭାବେ କର୍ମ ନୁଯୁକ୍ତି ପାଇପାରନ୍ତି । ଆୟ ଯଥେଷ୍ଟ ପରିମାଣର ହେବ । କାର୍ଯ୍ୟରେ ସଫଳତା ଲାଭ କରିବେ । ସରକାରୀ ସ୍ତରରେ ସମ୍ମାନିତ ହେବା ସହିତ,ଧନ ଲାଭର ସୁଚନା ମିଳୁଛି । ସୁସ୍ଥ ରହିବେ ।

କର୍କଟ – ମହିଳା ଓ ବିଦ୍ୟାର୍ଥୀମାନେ ସମ୍ବେଦନଶୀଳ ହୋଇପାରନ୍ତି । କୁଳ ଦୀପକ ହେବେ । ମନ ପ୍ରସନ୍ନ ରହିବ । ସୁସ୍ଥ ଓ ନିରାମୟ ଜୀବନ ଯାପନ କରିବେ । ଦୟାଳୁ ସ୍ୱଭାବର ହେବେ । ବ୍ୟବସାୟ ଲାଭଜନକ ହେବ । ପାରିବାରିକ ସୁଖ ମିଳିବ ।

ସିଂହ – ସୃଜନଶୀଳ ପ୍ରତିଭାର ବିକାଶ ଘଟିବ । ଭାଗ୍ୟଶାଳୀ ହୋଇପାରନ୍ତି । ଦିନଟି ଭୋଗ-ବିଳାସରେ ଅତିବାହିତ କରିପାରନ୍ତି । ସୁଖ-ସମୃଦ୍ଧିପୂର୍ଣ୍ଣ ଜୀବନ ଯାପନ କରିବେ । ଦାମ୍ପତ୍ୟ ଜୀବନ ସୁଖପ୍ରଦ ହେବ । ଧର୍ମାତ୍ମା ହେବେ ।

କନ୍ୟା – ବ୍ୟବସାୟ ଲାଭଜନକ ହେବ । ସ୍ୱାଭିମାନୀ ହୋଇପାରନ୍ତି । ମିତ୍ରମାନେ ସହ ଯୋଗ ପରିବର୍ତ୍ତେ  କରଛଡା ଦେଇପାରନ୍ତି । ଶାରିରୀକ ଦୁର୍ବଳତା ଅନୁଭବ କରିବେ । ଅଷ୍ଟମ ଚନ୍ଦ୍ର ଭୋଗ ହେତୁ ଯାନବାହନ ଚଳାଚଳରେ ସତର୍କ ରହିବେ ।

ତୁଳା – ଯଶସ୍ୱୀ ହେବେ । ଦୁଃସାହସିକ ପଦକ୍ଷେପ ନେଇ ଅସାଧ୍ୟ କାର୍ଯ୍ୟକୁ ସାଧନ କରିବାରେ ସକ୍ଷମ ହେବେ । କୁଳ ଉଜ୍ଜ୍ୱଳକାରୀ ହୋଇପାରନ୍ତି । ବ୍ୟବସାୟ ଲାଭଜନକ ହେବ । ସମାଜ ସେବୀ ହେବେ । ଶାନ୍ତଶିଷ୍ଟ ହେବେ ।

ବିଛା – ଦକ୍ଷତା ଦ୍ୱିଗୁଣିତ ହୋଇପାରେ । ଦୃଢ ମନୋବଳ ନେଇ ନିର୍ବିଘ୍ନରେ କାର୍ଯ୍ୟ ସଂପାଦନ କରିବେ । ଭାଇମାନଙ୍କ ପ୍ରତି ସ୍ନେହଭାବ ରହିବ । ସୁସ୍ଥ ଓ ନିରାମୟ ଜୀବନ ଯାପନ କରିପାରନ୍ତି । ବଳିଷ୍ଠ ଓ ଶତ୍ରୁନାଶ କରିପାରନ୍ତି ।

ଧନୁ – ମନରେ ଭକ୍ତି ଭାବନା ଜାଗ୍ରତ ହୋଇପାରେ । ଚଞ୍ଚଳ ପ୍ରକୃତିର ହୋଇପାରନ୍ତି । ଆକସ୍ମିକ ଧନ ଲାଭର ସୂଚନା ମିଳୁଛି । ଲଟେରି ଫଳ ଆପଣଙ୍କ ସପକ୍ଷରେ ଯାଇପାରେ । ତନ୍ତ୍ର-ମନ୍ତ୍ରାଦି ଗୁପ୍ତ ବିଦ୍ୟା ପ୍ରତି ଆଗ୍ରହ ରହିବ ।

ମକର – ଧୈର୍ଯ୍ୟଧରି କାର୍ଯ୍ୟ କଲେ ସଫଳ ହେବେ । କେତେକ କ୍ଷେତ୍ରରେ ମାନ-ମନାନ୍ତର ଘଟିପାରେ । ଉଦାର ପ୍ରକୃତିର ହୋଇପାରନ୍ତି । ଦାନଶୀଳ ହେବେ । ଶୋଭନ ବ୍ୟକ୍ତିତ୍ୱର ନିଦର୍ଶନ ହେବେ ।

କୁମ୍ଭ  - ସାହସିକ ପଦକ୍ଷେପ ନେଇ କାର୍ଯ୍ୟ କରିପାରନ୍ତି । କାର୍ଯ୍ୟ କ୍ଷେତ୍ରରେ ଉତ୍ସାହ ବୃଦ୍ଧି ପାଇବ । ମନ ପ୍ରସନ୍ନ ରହିବ । ଆସ୍ତିକ ଓ ମଧୁରଭାଷୀ ହୋଇପାରନ୍ତି । ଥଣ୍ଡା –କଫଜନିତ ପୀଡା ଅନୁଭବ କରିପାରନ୍ତି ।

ମୀନ - କାର୍ଯ୍ୟ ଦକ୍ଷତା ବୃଦ୍ଧି ହେବ । ପରମ ଭାଗ୍ୟଶାଳୀ ହେବେ । ପରଦେଶବାସୀ ମଧୁରଭାଷୀ,ସହନଶୀଳ,ଶାନ୍ତିପ୍ରିୟ ଓ ଉଦାର ବିଦ୍ୟାପ୍ରେମୀ ହେବେ । ବିଭିନ୍ନ ଦିଗରୁ ଧନାଗମ ହେବ । ସ୍ତ୍ରୀ ବିଳାସୀ ହେବେ ।

News7 Is Now On WhatsApp Join And Get Latest News Updates Delivered To You Via WhatsApp

Copyright © 2024 - Summa Real Media Private Limited. All Rights Reserved.