ମେ ୨୮ ତାରିଖ, ମଙ୍ଗଳବାର : କେଉଁ ରାଶି ପାଇଁ କେମିତି ରହିବ ଆଜିର ଦିନଟି ଜାଣନ୍ତୁ

Published By : Prameya-News7 Bureau | May 28, 2019 IST

ମେଷ – ପ୍ରେମ ଜନିତ କାର୍ଯ୍ୟରେ ଦିନ ବିତାଇ ପାରନ୍ତି । ଭାଗ୍ୟଶାଳୀ ହେବେ । ଭୋଗ-ବିଳାସରେ ହୃଷ୍ଟମନା ହେବେ । ସୁଖ-ସମୃଦ୍ଧିପୂର୍ଣ୍ଣ ଜୀବନ କଟାଇପାରନ୍ତି । ଧର୍ମାତ୍ମା ପ୍ରବସ ପ୍ରିୟ ଓ ବିଦ୍ୱାନ ବ୍ୟକ୍ତି ଭାବେ ପରିଗଣିତ ହେବେ ।

ବୃଷ – ଗୃହରେ ପ୍ରିୟ ଲୋକଙ୍କ ସମାଗମ ହେବ । ଈର୍ଷାଳୁ ସ୍ୱଭାବର ହୋଇପାରନ୍ତି । ସ୍ୱାଭିମାନୀ ହେବେ । ଶାରିରୀକ ଦୁର୍ବଳତା ଅନୂଭବ କରିବେ । ଯୁଗ୍ମ ବ୍ୟବସାୟ ଲାଭଜନକ ହେବ । ଅଷ୍ଟମ ଚନ୍ଦ୍ର ଭୋଗ ହେତୁ ସତର୍କ ରହିବେ ।

ମିଥୁନ - ପଡୋଶୀଙ୍କ ପାଇଁ ଚିନ୍ତାଗ୍ରସ୍ତ ହୋଇପାରନ୍ତି । ବ୍ୟବସାୟ ଲାଭଜନକ ହେବ । ସମାଜ ସେବା ପ୍ରତି ମନ ବଳାଇ ପାରନ୍ତି । ମନରେ ଅହଂଭାବ ସୃଷ୍ଟି ହୋଇପାରେ । ଶାନ୍ତ ଓ ଧୈର୍ଯ୍ୟବାନ୍ ହେବେ ।

କର୍କଟ – ଆତ୍ମୀୟ ଲୋକ ବିରୁଦ୍ଧାଚରଣ କରିପାରନ୍ତି । ସୁସ୍ଥ ଓ ନିରାମୟ ଜୀବନ ଯାପନ କରିବେ । ବିଳିଷ୍ଠ ଓ ଶତ୍ରୁହନ୍ତା ହେବେ । ଚକ୍ଷୁ ଯନ୍ତ୍ରଣା ଅନୁଭବ କରିପାରନ୍ତି । ଭାଇମାନଙ୍କ ଉପରେ ସ୍ନେହ-ମମତା ରହିବ ।

ସିଂହ – ବିଶେଷ ଆୟ କରିବାର ସୂତ୍ର ମିଳିପାରେ । ଚଞ୍ଚଳ ପ୍ରକୃତିର ହେବେ । ଆସନ୍ନ ପ୍ରସବା ଥିଲେ କନ୍ୟା ସନ୍ତାନ ଜାତ ହୋଇପାରେ । ଆକସ୍ମିକ ଧନଲାଭ ହୋଇପାରେ । ବ୍ୟବସାୟରୁ ପ୍ରଚୁର ଧନ ଲାଭ ହେବ ।

କନ୍ୟା – ମାଙ୍ଗଳିକ କାର୍ଯ୍ୟରେ ଯୋଗ ଦେଇ ଖୁସି ରହିପାରନ୍ତି । ନିଜକୁ କଳହମୁକ୍ତ ରଖିବାକୁ ଚେଷ୍ଟା କରିବେ । ଉଦାର ସ୍ୱଭାବର ହେବେ । ଦାନ-ଧର୍ମକୁ ମହତ୍ କାର୍ଯ୍ୟ ବୋଲି ଆଦରି ନେବେ । ଭାଇମାନଙ୍କ ମଧ୍ୟରେ ଶ୍ରେଷ୍ଠ ହେବେ ।

ତୁଳା – ବିବାଦୀୟ ଘଟଣାରେ ବିଜୟ ଲାଭ କରିବେ । ପରିଶ୍ରମ ଫଳପ୍ରସୂ ହେବ । ମନ ପ୍ରସନ୍ନ ରହିବ । ଆସ୍ତିକ ହେବେ । ମିଷ୍ଟାଭାଷୀ ହୋଇପାରନ୍ତି । ଥଣ୍ଡା କଫରେ ପୀଡିତ ହୋଇପାରନ୍ତି ।

ବିଛା – କର୍ମକ୍ଷେତ୍ରରେ ସହାୟତା ମିଳିବ । ଆଶାବାନ୍ଦୀ ହୋଇପାରନ୍ତି । ପରମ ଭାଗ୍ୟଶାଳୀ ହେବେ । ଶୋଭନ ବ୍ୟକ୍ତିତ୍ୱ ପାଇଁ ସବୁ କ୍ଷେତ୍ରରେ ଆଦରଣୀୟ ହେବେ । ଯେ କୌଣସି ସୂତ୍ରରୁ ଧନାଗମ ହେବ ।

ଧନୁ – ଚାକିରିରେ ଅଯଥା ଚିନ୍ତା କରିବାର କାରଣ ନାହିଁ । ଶ୍ରୀଚନ୍ଦ୍ର ଭୋଗ ହେଉଥିବାରୁ ଆୟ ଅଧିକ ହେବ । ପ୍ରୀତି ଭୋଜନ ମିଳିବ । ବଳଶାଳୀ ହୋଇପାରିବ । ଐଶ୍ୱର୍ଯ୍ୟଯୁକ୍ତ ହେବେ । ସୈନିକ ମାନେ ରଣାଙ୍ଗନରେ ଲରିତ୍କର୍ମା ହେବେ ।

ମକର – ବିଶ୍ୱାସ ଘାତକମାନଙ୍କ ଠାରୁ ଦୂରେଇ ରହନ୍ତୁ । ଥଣ୍ଡା କଫଜନିତ ପୀଡା ଅନୁଭବ କରିପାରନ୍ତି । ଚଞ୍ଚଳ ସ୍ୱଭାବର ହେବେ । ମଧୁର ସମ୍ଭାଷଣରେ ଶ୍ରୋତାଙ୍କ ମନ କିଣି ପାରନ୍ତି । ସାହସୀ ଓ ଜ୍ଞାନୀ ହେବେ ।

କୁମ୍ଭ - ପରିଶ୍ରମ ଫଳଦାୟକ ହେବ । ଆୟ ଆଶାନୁରୁପ ହେବ । ସୁସ୍ଥ ଓ ନିରାମୟ ଜୀବନ ଯାପନ କରିବେ । ଯଶସ୍ୱୀ ହେବେ । ଲୋକ ପ୍ରିୟତା ଅର୍ଜନ କରିବେ । ଚଞ୍ଚଳ ପ୍ରକୃତିର ହୋଇପାରନ୍ତି ।

ମୀନ - ହଜିଥିବା ଦ୍ରବ୍ୟ ପୁଣି ହାତକୁ ଆସିବ । କୁଳ ମର୍ଯ୍ୟାଦା ରକ୍ଷା କରି ପ୍ରଶଂସାର ପାତ୍ର ହେବେ । ମନ ପ୍ରସନ୍ନ ରହିବ । ସୁସ୍ଥ ଓ ନିରାମୟ ରହିବେ । ଦୟାଳୁ ସ୍ୱଭାବର ହେବେ । ବ୍ୟବସାୟ ଲାଭଜନକ ହେବ ।

News7 Is Now On WhatsApp Join And Get Latest News Updates Delivered To You Via WhatsApp

Copyright © 2024 - Summa Real Media Private Limited. All Rights Reserved.