ମେ ୨୭ ତାରିଖ, ସୋମବାର : କେଉଁ ରାଶି ପାଇଁ କେମିତି ରହିବ ଆଜିର ଦିନଟି ଜାଣନ୍ତୁ

Published By : Prameya-News7 Bureau | May 27, 2019 IST

ମେଷ – ଦିନଟି ଆପଣଙ୍କ ଲାଗି ଲାଭପ୍ରଦ । ଜୀବନରେ କିଛି ପରିବର୍ତ୍ତନ ହେବ । ବ୍ୟାବସାୟିକ ଯାତ୍ରାରେ ବାହାରକୁ ଯାଇପାରନ୍ତି । ଚାକିରୀରେ କର୍ତ୍ତୃପକ୍ଷଙ୍କ ଠାରୁ ପ୍ରଶଂସା ଶୁଣିବାକୁ ମିଳିପାରେ । ଚାକିରିଆଙ୍କୁ ସଫଳତା ମିଳିପାରେ ।


ବୃଷ – ପୂଜାପାଠରେ ଅଧିକ ସମୟ ବିତିବ । ଧର୍ମସଂସ୍ଥାକୁ ଦାନ ଦେଇପାରନ୍ତି । କୋର୍ଟ କଚେରି ମାମଲା ଆପଣଙ୍କ ପକ୍ଷରେ ହୋଇପାରେ । ଆୟ ସାଧନାରେ ବୃଦ୍ଧି ହେବ ।


ମିଥୁନ - ଆତ୍ମସମୀକ୍ଷାରେ ଅଧିକ ସମୟ ବିତିବ । ବରିଷ୍ଠ ଅଧିକାରୀଙ୍କ ସହଯୋଗ ମିଳିପାରେ । ଆପଣଙ୍କର କୌଣସି ଇଚ୍ଛା ପୂରା ହେବ । ଛାତ୍ରଙ୍କ ଲାଗି ଦିନଟି ଭଲ ପରିଣାମ ନେଇ ଆସିବ ।


କର୍କଟ – ନୂଆ ଲୋକମାନଙ୍କ ସହିତ ଟିକେ ସାବଧନରେ ରହନ୍ତୁ । ବ୍ୟାବସାୟିକ କାମରେ ଦୂର ସ୍ଥାନକୁ ଯାତ୍ରାରେ ଯିବେ । ଖର୍ଚ୍ଚ ଉପରେ ନିୟନ୍ତ୍ରଣ ରଖିବାକୁ ଚେଷ୍ଟା କରନ୍ତୁ । ମହିଳାଙ୍କୁ ଆଜି ସୁନ୍ଦର ଉପହାର ମିଳିବ ।


ସିଂହ – କାର୍ଯ୍ୟ ବୃଦ୍ଧି ଲାଗି ସୁଅବସର ମିଳିବ । ଆର୍ଥିକ ସ୍ଥିତି ଠିକ୍ ରହିବ । ଭୂସଂପତ୍ତି ସମସ୍ୟା ସମାଧାନ ହୋଇଯିବ । ସରକାରୀ ଚାକିରୀଆଙ୍କୁ ଖୁସି ଖବର ମିଳିବ । ଜୀବନସାଥୀଙ୍କ ସହିତ ସମ୍ବନ୍ଧ ଭଲ ରହିବ ।


କନ୍ୟା – ଆଜି ଆପଣ ଖୁବ୍ ଉର୍ଜାବାନ୍ ଅନୁଭବ କରିବେ । ସାମାଜିକ କ୍ଷେତ୍ରରେ ଯଶ ମିଳିବ । ସରକାରୀ କାମରେ କୌଣସି ବଡ ବ୍ୟକ୍ତିଙ୍କ ସାହାର୍ଯ୍ୟ ପାଇବେ । ନୃତ୍ୟ ସଙ୍ଗିତରେ ରୁଚି ବଢିବ ।


ତୁଳା – ବ୍ୟବସାୟ ଓ ସାମାଜିକ କ୍ଷେତ୍ରରେ ଭଲ ପରିଣାମ ପାଇବେ । ସମ୍ମାନିତ ଲୋକଙ୍କ ସହିତ ମିଶିବେ । ଭାଇ ଭଉନୀଙ୍କ ସହିତ ସମ୍ବନ୍ଧରେ ପ୍ରେମ ବଜାୟ ରହିବ । ଘରକୁ କୌଣସି ବନ୍ଧୁ ଆସିପାରନ୍ତି ।


ବିଛା – କର୍ମକ୍ଷେତ୍ର ରେ ଆପଣ ଯୋଦ୍ଧାଙ୍କ ଭଳି ରହିବେ । ଆର୍ଥିକ ଲାଭ ହେବ । ସନ୍ତାନଙ୍କ ଦାୟିତ୍ୱ ପୂର୍ତ୍ତି ହେବ । ବ୍ୟବସାୟରେ ନୁଆ ଦିଶା ମିଳିବ । ଯାତାୟାତ ସମୟରେ ସାବଧାନତା ଅବଲମ୍ବନ କରନ୍ତୁ ।


ଧନୁ – ପରିଶ୍ରମର ସମସ୍ତଙ୍କ ହୃଦୟ ଜିଣିନେବେ । ମାନ ସମ୍ମାନରେ ବୃଦ୍ଧି ହେବ । ବ୍ୟବସାୟିକ ଯାତ୍ରା ଲାଭପ୍ରଦ ହେବ । ମହିଳାମାନେ ଖୁସିର ସହିତ ପରିଧାନ ଓ ଗହଣା କିଣିବେ ।


ମକର – ଆଜି ଆପଣ ଉର୍ଜାବାନ ଓ ସକ୍ରିୟ ରହିବେ । ବ୍ୟବସାୟ ଲାଗି କରି ଆସୁଥିବା ପ୍ରୟାସରେ ସଫଳ ହେବେ । ପରିବାରରେ ଏକତ୍ର ଓ ପ୍ରେମ ବଢିବ । ପ୍ରିୟ ବନ୍ଧୁଙ୍କ ସହିତ ସିନେମା ଦେଖିବାକୁ ଯିବେ ।


କୁମ୍ଭ - ଆତ୍ମଚିନ୍ତନରେ ଅଧିକ ସମୟ ବିତିବ । ପରିଶ୍ରମ ଅଧିକ କରନ୍ତୁ ସଫଳତା ମିଳିବାର ଯୋଗ ରହିଛି । ବୈଦିଶିକ ବେପାର ସମ୍ବନ୍ଧରେ ଭଲ ଖବର ପାଇବେ । ଜୀବନସାଥୀଙ୍କ ସହିତ ଆପଣଙ୍କ ସମ୍ବନ୍ଧ ମଧୁର ହେବ ।


ମୀନ - ଦିନଟି ଆପଣଙ୍କ ଲାଗି ବଢିଆ ରହିବ । ସାମାଜିକ କ୍ଷେତ୍ରରେ ସକ୍ରିୟତା ବଢିବ । ବ୍ୟବସାୟ ବୃଦ୍ଧି ଲାଗି ବରିଷ୍ଠଙ୍କ ସହିତ ଆଲୋଚନା କରିବେ । ଆର୍ଥିକ ରୂପେ ସବୁ କିଛି ଭଲ ରହିବ । ବାହନ କିଣିବା ଲାଗି ମନ ବଳିବ ।

News7 Is Now On WhatsApp Join And Get Latest News Updates Delivered To You Via WhatsApp

Copyright © 2024 - Summa Real Media Private Limited. All Rights Reserved.