Monday, September 16, 2019

Prameya News7

Prameya News7, News7 Odia, Odisha Latest News, Odisha Current Headlines, Odisha News Online

ମେ ୨୫ ତାରିଖ, ଶନିବାର : କେଉଁ ରାଶି ପାଇଁ କେମିତି ରହିବ ଆଜିର ଦିନଟି ଜାଣନ୍ତୁ

ମେଷ – ବନ୍ଧୁ ମିଳନ ଆନନ୍ଦ ଦାୟକ ହେବ । ଆୟ ବୃଦ୍ଧିର ସୂଚନା ମିଳୁଛି । ସରକାରୀ ଧନ ପାଇ ଖୁସୀ ହେବେ । ଉତ୍ତମ ଗୃହରେ ବାସ କରିପାରନ୍ତି । ସର୍ବଗୁଣ ସମ୍ପନ୍ନ ହୋଇପାରନ୍ତି ।


ବୃଷ – ବନ୍ଧୁ ସହଯୋଗ ପାଇ ଖୁସି ହୋଇପାରନ୍ତି । ବହୁ ପରିଶ୍ରମ ପଡିଲେ ବି ତା’ର ମୂଲ୍ୟ ମିଳିବ । ଧନବାନ୍ ହେବେ । ସୌଭାଗ୍ୟଶାଳୀ ହୋଇପାରନ୍ତି । ଦାମ୍ପତ୍ୟ ଜୀବନ ସୁଖପ୍ରଦ ହେବ ।


ମିଥୁନ – କାର୍ଯ୍ୟ ଫଳଦାୟକ ହେବ,ମାତ୍ର ବିଳମ୍ବିତ ହୋଇପାରେ । ପରିଶ୍ରମୀ ହୋଇପାରନ୍ତି । ଅସୁସ୍ଥତା ଅନୁଭବ କରିପାରନ୍ତି । ଖର୍ଚ୍ଚାନ୍ତ ହେବାର ସମ୍ଭାବନା ଅଛି । ଚୋର ଭୟ ପାଇଁ ସତର୍କତା ଆବଶ୍ୟକ ।


କର୍କଟ – ଋଣମୁକ୍ତ ହୋଇ ଆଶ୍ୱସ୍ତ ହେବେ । କାର୍ଯ୍ୟରେ ସଫଳତା ଲାଭ କରିବେ । ବ୍ୟବସାୟରେ କାରବାର ବୃଦ୍ଧି ହେବ । ବନ୍ଧୁ ବସୈଳ ହୋଇପାରନ୍ତି । ସ୍ୱର୍ଣ୍ଣାଦି ମୂଲ୍ୟବନ ଧାତୁ ଦ୍ରବ୍ୟ ପାଇ ପାରନ୍ତି ।


ସିଂହ – ବିବାଦୀୟ ଘଟଣାରୁ ନିଜକୁ ଦୂରେଇ ରହିବା ଆପଣଙ୍କ ପକ୍ଷେ ମଙ୍ଗଳଦାୟକ ହେବ । ଶତ୍ରୁ ଦମନ କରିବାରେ ସିଦ୍ଧହସ୍ତ ହେବେ । ବଳଶାଳୀ ହୋଇପାରନ୍ତି । ଚକ୍ଷୁପୀଡା ଅନୁଭବ କରିପାରନ୍ତି । ଭ୍ରାତୃଭାବ ଅତୁଟ ରହିବ ।


କନ୍ୟା – ନିଜର ଚିନ୍ତାଧାରାକୁ ଦୃଢୀଭୂତ କରିପାରନ୍ତି । କନ୍ୟା,ପୁତ୍ର,ପୌତ୍ର ଲାଭ କରିବାର ସୁଯୋଗ ଜୁଟୁଛି । ଚଞ୍ଚଳ ଚେଷ୍ଟିତ ହେବେ । ତେଜୀୟାନ ଓ ଉତ୍ତମ ବ୍ୟକ୍ତିତ୍ୱ ସମ୍ପନ୍ନ ହୋଇପାରନ୍ତି ।


ତୁଳା – ପର ପାଇଁ ଦାୟୀ ହୋଇପାରନ୍ତି । ସହଯୋଗ ମିଳିବା କଷ୍ଟକର ହୋଇପାରେ । କୃଷି କ୍ଷେତ୍ରରୁ ଭଲ ଆୟ ହେବାର ସୂଚନା ମିଳୁଛି । ଯାନବାହନ ସୁଖ ପାଇବେ । ପ୍ରଦୂଷଣମୁକ୍ତ ଗୃହରେ ବାସ କରିବେ ।


ବିଛା – ନୂତନ ଦ୍ରବ୍ୟ କ୍ରୟ କରି ଆନନ୍ଦ ଅନୁଭବ କରିପାରନ୍ତି । କାର୍ଯ୍ୟର ସଫଳ ରୂପାୟନ କରି ଆତ୍ମ ସନ୍ତୋଷ ଲାଭ କରିପାରନ୍ତି । ପ୍ରିୟଭାଷୀ ଓ ଧନ ଯାନବାହନ ଯୁକ୍ତ ହୋଇପାରନ୍ତି । ସୁବର୍ଣ୍ଣ ସମ୍ପଦର ଅଧିକାରୀ ହେବେ ।


ଧନୁ – କାର୍ଯ୍ୟର ସଫଳତା ଲାଭ କରିବେ । ଚଞ୍ଚଳମନା ହୋଇପାରନ୍ତି । କୀର୍ତ୍ତିମାନ୍ ଓ ସହିଷ୍ଣୁ ହେବେ । ପରୋପକାରି ହୋଇପାରନ୍ତି । ବିଶୃଙ୍ଖଳିତ କାର୍ଯ୍ୟକୁ ଶୃଙ୍କଳିତ କରିବାରେ ସିଦ୍ଧ ହସ୍ତ ହେବେ ।


ମକର – ଅନ୍ୟ ଲୋକ ପାଇଁ ଜାମିନ୍ଦାର ହୋଇପାରନ୍ତି । ଧନବାନ୍ ହେବେ । ଅପାର ଗୁଣର ଅଧିକାରୀ ହେବେ । ଉପାର୍ଜନକାରୀ ହେବା ଆଶା କରାଯାଏ । ବଳିଷ୍ଠ ହବେ । ସୁସ୍ୱାଦୁ ଭୋଜନରେ ଆପ୍ୟାୟିତ ହେବେ ।


କୁମ୍ଭ – ବ୍ୟୟ ବୃଦ୍ଧିର ସୂଚନା ମିଳୁଛି । ଥଣ୍ଡା ଜନ୍ଖଚ୍ଛ ସାମାନୟ ପୀଡା ଅନୁଭବ କରିପାରନ୍ତି । କୌଶଳରେ କାର୍ଯ୍ୟ ହାସଲ କରିବେ । ମିଠା କଥା କହି ଅଧସ୍ତନମାନଙ୍କର ମନକୁ ଆକୃଷ୍ଟ କରିପାରନ୍ତି । ଏକାନ୍ତ ପ୍ରିୟ ହେବେ ।


ମୀନ – ଲୋଭଗ୍ରସ୍ତ ହୋଇପାରନ୍ତି । ମୂଲ୍ୟବାନ୍ ଦ୍ରବ୍ୟ ଲାଭର ସୁଯୋଗ ଅଛି । ନାନା ବିଧି ସମ୍ମାନର ଅଧିକାରୀ ହେବେ । ଯାନ ବାହନ ଯୁକ୍ତ ହେବେ । କୀର୍ତ୍ତିମାନ୍ ହେବେ । ସୁଖୀ ହେବେ । ପ୍ରସନ୍ନତା ଲାଭ କରିପାରନ୍ତି ।

191 Views

   ସମ୍ବନ୍ଧିତ ଖବର