ମେ ୨୩ ତାରିଖ, ଗୁରୁବାର : କେଉଁ ରାଶି ପାଇଁ କେମିତି ରହିବ ଆଜିର ଦିନଟି ଜାଣନ୍ତୁ

Published By : Prameya-News7 Bureau | May 23, 2019 IST

ମେଷ – ପାରିବାରିକ ଅଶାନ୍ତିର ଅନ୍ତଃ ଘଟିବ । ସେବା ମନୋଭାବ ପ୍ରକଟିତ ହେବ । ଭ୍ରମଣ ବିଳାସି ହୋଇପାରନ୍ତି । ସହାନୁଭୂତିଶୀଳ ହେବେ । ରୋଜଗାର ଆଶାନୁରୂପ ହେବ ।


ବୃଷ – ଆୟରେ ଢେର ଉନ୍ନତି ଘଟିବ । ସର୍ବକୁଶଳ ଆଶା କରାଯାଏ । ମନ ପ୍ରସନ୍ନ ରହିବ । ସମାଜ ସେବୀ ହେବେ । ସରକାରୀ ଅର୍ଥ ମିଳିବ । ଗୃହ ପରିବଶ ଉତ୍ତମ ମାନର ହେବ । କୀର୍ତ୍ତିମାନ୍ ହେବେ ।


ମିଥୁନ - ବିପଦରୁ ଉଧୁରୀ ଯାଇପାରନ୍ତି । କୌଣସି ଯୁକ୍ତିତର୍କରେ ଭାଗ ନ ନେଇ ମୌନ ରହିପାରନ୍ତି । ବିଳାସ ବ୍ୟସନର ସୁଯୋଗ ଅଛି । ଜନୈକା ମହିଳାଙ୍କ ଦ୍ୱାରା ଉପକୃତ ହୋଇପାରନ୍ତି ।


କର୍କଟ – ଉଚ୍ଚାଭିଳାସୀ ହୋଇପାରନ୍ତି । ଧୈର୍ଯ୍ୟବାନ୍ ହେବା ଆଶା କରାଯାଏ । ଅଷ୍ଟମ ଚନ୍ଦ୍ର ଓ ଘାତଚନ୍ଦ୍ର ଉକତ୍ର ଭୋଗ ହେଉଥିବାରୁ ଶାରିରୀକ ପୀଡା ଅନୁଭବ କରିପାରନ୍ତି । ଝର୍ଚ୍ଚାନ୍ତ ହେବେ ।


ସିଂହ – କାର୍ଯ୍ୟ ସମ୍ପାଦନ ପାଇଁ ପରିସ୍ଥିତି ଅନୁକୁଳ ରହିବ । ବନ୍ଧୁ ମିଳନ ଦ୍ୱାରା ବିଶେଷ ଉପକୃତ ହେବେ । ଶତ୍ରୁ ପରାଜୟ ବରଣ କରିବ । ସୁଖ-ସମ୍ଭୋଗରେ ଦିନଟି ଅତିବାହିତ କରିପାରନ୍ତି ।


କନ୍ୟା – ବିଶୃଙ୍ଖଳିତ କାର୍ଯ୍ୟକୁ ଶୃଙ୍ଖଳିତ କରିବାରେ ସକ୍ଷମ ହେବେ । ମନୋବଳ ଦୃଢ ରହିବ । ପାରିବାରିକ ସୁଖ ମିଳିବ । ଚକ୍ଷୁପୀଡା ଅନୁଭବ କରିପାରନ୍ତି । ଶତ୍ରୁବିନାଶ କରିବାରେ ସକ୍ଷମ ହେବେ ।


ତୁଳା – ସହକର୍ମୀମାନଙ୍କର ନେତୃତ୍ୱ ନେଇପାରନ୍ତି । ଚଞ୍ଚଳ ଚେଷ୍ଟିତ ହେବେ । ଧର୍ମ-କର୍ମ ସଂପାଦନ କରିବେ । ହର୍ଷଯୁକ୍ତ ହେବେ । ବିଶୁଦ୍ଧ ଭାଷୀ ହୋଇପାରନ୍ତି । ବହୁଧନର ଅଧିକାରୀ ହେବେ ।


ବିଛା – ନିଜ ସମ୍ମାନକୁ ଜଗି ଚଳିବାକୁ ପଡିବ । କାର୍ଯ୍ୟରେ ସଫଳତା ମିଳିବ । ବନ୍ଧୁଙ୍କ ସହ ମିଳିତ ହୋଇ ଖୁସି ହୋଇପାରନ୍ତି । ସମ୍ମାନିତ ହୋଇପାରନ୍ତି । ଯାନବାହନ ସୁଖ ମିଳିବ । ସୁଖୀ ହୋଇପାରନ୍ତି ।


ଧନୁ – ନିଜର ଜିଦ୍ରେ ଅଟଳ ରହିବେ । କାର୍ଯ୍ୟରେ ସଫଳତା ଲାଭ କରିବେ । ଚିନ୍ତାଧାରା ଉନ୍ନତମାନର ହେବ । ବହୁ ଶୁଭଫଳ ପାଇବାର ସୂଚନା ମିଳୁଛି । ପ୍ରତିଦ୍ୱନ୍ଦ୍ୱିତାରେ ବିଜୟୀ ହେବେ । ଅର୍ଥ ପ୍ରାପ୍ତ ହେବ ।


ମକର – ଦେବ-ଦେବ ମହାଦେବଙ୍କ ପୂଜାରେ ମନୋନିବେଶ କରିପାରନ୍ତି । ମଧ୍ୟମ ଧରଣର ଶୁଭଫଳ ମିଳିବ । ଭାଗ୍ୟବାନ୍ ହୋଇପାରନ୍ତି । ନୀତିନିଷ୍ଠ ଭାବେ ନିଜର ପରିଚୟ ସୃଷ୍ଟି କରିବେ । ଅତି ସୁଖୀ ହେବେ ।


କୁମ୍ଭ - କାର୍ଯ୍ୟ ଚାପରେ ବ୍ୟତିବ୍ୟସ୍ତ ହୋଇପାରନ୍ତି । ଶ୍ରୀ ଚନ୍ଦ୍ର ଭୋଗ ହେଉଥିବାରୁ କାର୍ଯ୍ୟର ସଫଳ ରୂପାୟନକରିବାରେ ସିଦ୍ଧହସ୍ତ ହେବେ । ଭାଗ୍ୟବାନ୍ ହେବେ । ଉଚ୍ଚାଭିଳାଷୀ ହୋଇପାରନ୍ତି ।


ମୀନ - ମୂଲ୍ୟବାନ୍ ଦ୍ରବ୍ୟ ଲାଭ ହେବ, ମାତ୍ର ଖର୍ଚ୍ଚ ପରିମାଣ ବୃଦ୍ଧି ପାଇବ । ମଧୁରଭାଷୀ ହେବେ । ପଥରୋଧର ସମ୍ମୁଖୀନ ହୋଇପାରନ୍ତି । ଘାତଚନ୍ଦ୍ର ଭୋଗ ହେଉଥିବାରୁ ସତର୍କତାର ସହ ଚଳିବାକୁ ପଡିବ ।

News7 Is Now On WhatsApp Join And Get Latest News Updates Delivered To You Via WhatsApp

Copyright © 2024 - Summa Real Media Private Limited. All Rights Reserved.