ମେ ୨୦ ତାରିଖ, ସୋମବାର : କେଉଁ ରାଶି ପାଇଁ କେମିତି ରହିବ ଆଜିର ଦିନଟି ଜାଣନ୍ତୁ

Published By : Prameya-News7 Bureau | May 20, 2019 IST

ମେଷ – ଅଶ୍ୱିନୀ ଓ କୃତ୍ତିକା ନକ୍ଷତ୍ର ଜାତ ବ୍ୟକ୍ତି ପାରିବାରିକ କ୍ଷେତ୍ରରେ ଶାନ୍ତିର ବାତାବରଣ ସୃଷ୍ଟି ହେବ । ଘାତଚନ୍ଦ୍ର ଭୋଗ ହେତୁ ସତର୍କରେ ଚଳିବାକୁ ପଡିବ । ଝାଳବୁହା ନିଜକୁ ନିୟୋଜିତ କରିବେ ।


ବୃଷ – ମୃଗଶିରା ନକ୍ଷତ୍ର ଜାତ ବ୍ୟକ୍ତିଙ୍କର କାର୍ଯ୍ୟରେ ଢେର ଉନ୍ନତି ଘଟିବ । ଉତ୍ତମ ସାନ୍ନିଧ୍ୟ ମିଳିବ । ନୃତ୍ୟ-ସଙ୍ଗୀତ ପ୍ରିୟ ହେବେ । ସତ୍କର୍ମରେ ନିଜକୁ ନିୟୋଜିତ କରିବେ ।


ମିଥୁନ - ମୃଗଶିରା ନକ୍ଷତ୍ର ଜାତବ୍ୟକ୍ତି ସଫଳତାର ନିକଟବର୍ତ୍ତୀ ହୋଇପାରନ୍ତି । ଘରକରଣା ଦ୍ରବ୍ୟ କ୍ରୟ କରିବେ । ଅର୍ଥ ପ୍ରାପ୍ତିର ସୂଚନା ମିଳୁଛି । ପୁଣ୍ୟ କାର୍ଯ୍ୟର ପ୍ରବକ୍ତା ହେବେ ।


କର୍କଟ – ପୁଷ୍ୟା ନକ୍ଷତ୍ର ଜାତବ୍ୟକ୍ତି ସୁଖ-ସମ୍ମାନ ଲାଭ କରିପାରନ୍ତି । ଅସୁସ୍ଥତାର ଉପଶମ ହେବ । ଅର୍ଥ ପ୍ରାପ୍ତିର ସୁଯୋଗ ଅଛି । ଶାନ୍ତି- ସନ୍ତୋଷ ଲାଭ କରିପାରନ୍ତି । ପ୍ରଜ୍ଞାନୁରକ୍ତ ହେବେ ।


ସିଂହ – ମଘା ଓ ଉତ୍ତରା ଫାଲ୍ଗୁନୀ ନକ୍ଷତ୍ର ଜାତ ବ୍ୟକ୍ତିଙ୍କର ଲାଗି ରହିଥିବା ବିବାଦର ସମାଧାନର ସୂତ୍ର ମିଳିବ । ଭ୍ରମଣ ସୁଖକର ହେବ । ମାନସିକ ସ୍ତରରେ ଶାନ୍ତିର ବାତାବରଣ ସୃଷ୍ଟି ହେବ ।


କନ୍ୟା – ଉତ୍ତରା ଫାଲ୍ଗୁନୀ ଓ ଚିତ୍ରା ନକ୍ଷତ୍ର ଜାତ ବ୍ୟକ୍ତି ବହୁ ଧନ ପ୍ରାପ୍ତ ହେବେ । ପୁତ୍ର-ସୁଖ ପାଇ ପାରନ୍ତି । ଉତ୍ତମ ବଂଶରୁ କନ୍ୟା ପ୍ରାପ୍ତ ହେବେ । ସୁଖୀ ହେବେ । ହସ୍ତା ନକ୍ଷତ୍ର ଜାତବ୍ୟକ୍ତି ଖର୍ଚ୍ଚାନ୍ତ ହେବେ ।


ତୁଳା – ସ୍ୱାତୀ ଓ ସ୍ୱାତୀ ନକ୍ଷତ୍ର ଜାତବ୍ୟକ୍ତି ନିଜ କାର୍ଯ୍ୟକୁ ପଛରେ ପକାଇ ଅନ୍ୟ ପାଇଁ କାର୍ଯ୍ୟ କରିପାରନ୍ତି । ସୁଖ,ସମ୍ଭୋଗରେ ଦିନଟି ବିତାଇବେ । ମନରେ ପ୍ରସନ୍ନତା ଆସିବ । ଭଲ ଆୟ ହେବ ।


ବିଛା – ଅନୁରାଧା ନକ୍ଷତ୍ର ଜାତବ୍ୟକ୍ତି ଦୁର ବନ୍ଧୁଙ୍କ ଦ୍ୱାରା ଉପକୃତ ହେବେ । ଦୁଃସାହସିକ ପଦକ୍ଷେପ ନେଇ କାର୍ଯ୍ୟ ସଂପାଦନ କରିବେ । ପାରିବାରିକ ସୁଖ ମିଳିବ । ଅର୍ଥ ପ୍ରାପ୍ତିର ସୂଚନା ମିଳୁଛି ।


ଧନୁ – ମୂଳା ଓ ଉତ୍ତରାଷାଢା ନକ୍ଷତ୍ର ଜାତବ୍ୟକ୍ତିଙ୍କୁ ଆବଶ୍ୟକ ଥିବା ସହ ଯୋଗ ମିଳିପାରେ । ଗଣ୍ଡଗୋଳ ଘଟଣାରେ ଭାଗ ନ ନେଇ ନିରବ ଦ୍ରଷ୍ଟା ହୋଇପାରନ୍ତି । ଚେଷ୍ଟା ଶୁଭପ୍ରଦ ହେବ ।


ମକର – ଉତ୍ତରାଷାଢା ଓ ଧନିଷ୍ଠା ନକ୍ଷତ୍ର ଜାତବ୍ୟକ୍ତି ଦୀର୍ଘଦିନ ଧରି ଚଳାଇ ଥିବା ଅନୁସନ୍ଧାନରେ ସଫଳ ହେବ । କାର୍ଯ୍ୟ ଦକ୍ଷତା ବୃଦ୍ଧି ପାଇବ । ଐଶ୍ୱର୍ଯ୍ୟ ପ୍ରାପ୍ତିର ସୂଚନା ମିଳୁଛି । ପଦୋନ୍ନତି ମିଳିପାରେ ।


କୁମ୍ଭ - ଧନିଷ୍ଠା ଓ ଶତଭିକ୍ଷା ନକ୍ଷତ୍ର ଜାତବ୍ୟକ୍ତି ନିଜର ସାଧନା ବଳରେ ଅସାଧ୍ୟ ସାଧନା କରିପାରନ୍ତି । ଧର୍ମ- ଧାରଣାରେ ଅପାର ଆନନ୍ଦ ଲାଭ କରିବେ । ବିଭିନ୍ନ ପ୍ରକାରର ସୁନ୍ଦର ମୂଲ୍ୟବାନ୍ ଧାତୁ ଦ୍ରବ୍ୟ ଲାଭ କରିପାରନ୍ତି ।


ମୀନ - ଉତ୍ତର ଭାଦ୍ର ନକ୍ଷତ୍ରର ବ୍ୟବହାର କୁଶଳତା ସମସ୍ତଙ୍କ ପାଇଁ ଆନନ୍ଦଦାୟକ ହେବ । ଶୁଭ କାର୍ଯ୍ୟ ପାଇଁ ବାତାବରଣ ଅନୁକୁଳ ଅଛି । ତାମ୍ର,ପ୍ରବଳ,ସୁବର୍ଣ୍ଣାଦି ମୂଲ୍ୟାବାନ୍ ବସ୍ତୁ ଲାଭ କରିପାରନ୍ତି ।

News7 Is Now On WhatsApp Join And Get Latest News Updates Delivered To You Via WhatsApp

Copyright © 2024 - Summa Real Media Private Limited. All Rights Reserved.