ମେ ୧୮ ତାରିଖ, ଶନିବାର : କେଉଁ ରାଶି ପାଇଁ କେମିତି ରହିବ ଆଜିର ଦିନଟି ଜାଣନ୍ତୁ

Published By : Prameya-News7 Bureau | May 18, 2019 IST

ମେଷ – ଅସୁବିଧାରେ ପଡି ଅଧିକ ବ୍ୟୟ କରିପାରନ୍ତି । ଚଞ୍ଚଳ ସ୍ୱଭାବର ହେବେ । ଥଣ୍ଡା କଫରେ ଆକ୍ରାନ୍ତ ହୋଇପାରନ୍ତି । କୌଶଳପୂର୍ଣ୍ଣ ମଧୁର ବଚନରେ ପରକୁ ଆପଣାର କରିବେ ।


ବୃଷ – ଅହମିକା ଯୋଗୁଁ ଗୋଟିଏ ସ୍ଥାନରେ ଅପଦସ୍ତ ହୋଇପାରନ୍ତି । ବିଭିନ୍ନ ସୂତ୍ରରୁ ଧନ ପ୍ରାପ୍ତିର ସୂଚନା ମିଳୁଛି । ଏପରିକି ସରକାରୀ ଅର୍ଥ ମିଳିପାରେ ।


ମିଥୁନ - ଆୟରେ ଉନ୍ନତି ଘଟିବ । କର୍ମ ଚଞ୍ଚଳ ରହିବେ । କୁଳଦୀପକ ହେବେ । ମନ ପ୍ରସନ୍ନ ରହିବ । ସୁସ୍ଥ ଓ ନିରାମୟ ଜୀବନ ଯାପନ କରିବେ ।


କର୍କଟ – ଲୋକପ୍ରିୟତା ଅର୍ଜନ କରିବେ । ସେବା ପୂଜାରେ ମନୋନିବେଶ କରିପାରନ୍ତି । ଭାଗ୍ୟଶାଳୀ ହେବେ । ଦିନଟି ଭୋଗ ବିଳାସରେ ଅତିବାହିତ କରିପାରନ୍ତି ।


ସିଂହ – ଆୟ ବୃଦ୍ଧିର ସୂଚନା ମିଳୁଛି । ଶାରିରୀକ ଅସୁସ୍ଥତା ଅନୁଭବ କରିପାରନ୍ତି । ଈର୍ଷାଳୁ ସ୍ୱଭାବର ହୋଇପାରନ୍ତି । ସ୍ୱାଭିମାନୀ ହେବେ । ଜଳଯାତ୍ରା ନିଶେଧ ।


କନ୍ୟା – ସବୁ ବାଶା-ବିଘ୍ନକୁ ଏଡାଇ ଆଗକୁ ବଢି ପାରନ୍ତି । ବନ୍ଧୁ ଗହଣରେ ନିଜକୁ ହଜାଇ ଦେଇ ସୁଖ ଅନୁଭବ କରିବେ । ବ୍ୟବସାୟ ଲାଭଜନକ ହେବ ।


ତୁଳା – ଧନ-ସମ୍ପଦ ବୃଦ୍ଧିର ସୂଚନା ମିଳୁଛି । ମନରେ ଗର୍ବଭାବ ବହନ କରିପାରନ୍ତି । ଭାଇମାନଙ୍କ ପ୍ରତି ସ୍ନେହଭାବ ଅତୁଟ ରହିବ । ସୁସ୍ଥ ଓ ନିରାମୟ ଜୀବନ ଯାପନ କରିପାରନ୍ତି ।


ବିଛା – ନିଜର ତ୍ରୁଟି ବୁଝି ପାରିବେ । ଆଲୋଚନା ମାଧ୍ୟମରେ କାର୍ଯ୍ୟ କଲେ ସଫଳତା ମିଳିବ । ଚଞ୍ଚଳ ପ୍ରକୃତିର ହେବେ । ଆକସ୍ମିକ ଧନ ଲାଭର ସୂଚନା ମିଳୁଛି ।


ଧନୁ – ଉପଯୁକ୍ତ ସୁକର୍ମାନୁରକ୍ତ ହୋଇ ଖୁସି ହୋଇପାରନ୍ତି । ଘାତଚନ୍ଦ୍ର ଭୋଗ ହେତୁ ପ୍ରତ୍ୟେକ କାର୍ଯ୍ୟ ଭାବି ଚିନ୍ତି କରିବାକୁ ପଡିବ । ଉଦାର ସ୍ୱଭାବର ହେବେ ।


ମକର – ଅଟକି ଥିବା କାର୍ଯ୍ୟରେ ଆଗେଇ ପାରନ୍ତି । ଉଚ୍ଚ ଆଶା ଫଳବତୀ ହେବ । ମନ ପ୍ରସନ୍ନ ରହିବ । ଆସ୍ତିକ ସ୍ୱଭାବର ହେବେ । ମଧୁରଭାଷୀ ହୋଇପାରନ୍ତି ।


କୁମ୍ଭ - ସନ୍ ମାର୍ଗୀ ହୋଇପାରନ୍ତି । ମନ ଚଞ୍ଚଳ ରହିବ । ପରମ ଭାଗ୍ୟଶାଳୀ ହେବେ । ଶୋଭନ ବ୍ୟକ୍ତିତ୍ୱର ପରିପ୍ରକାଶ ଘଟାଇବେ । ମିତ୍ରଙ୍କ ସାନ୍ନିଧ୍ୟ ପାଇ ଖୁସି ଅନୁଭବ କରିବେ ।


ମୀନ - ବିପଦରୁ ଉଧୁରି ଯିବେ । ଶ୍ରୀ ଚନ୍ଦ୍ର ଭୋଗ ହେଉଥିବାରୁ ଅଧିକ ରୋଜଗାର କ୍ଷମ ହେବେ । ଉତ୍ତମ ଭୋଜନରେ ଆପ୍ୟାୟିତ ହେବେ । ଐଶ୍ୱର୍ଯ୍ୟଯୁକ୍ତ ହୋଇପାରନ୍ତି ।

News7 Is Now On WhatsApp Join And Get Latest News Updates Delivered To You Via WhatsApp

Copyright © 2024 - Summa Real Media Private Limited. All Rights Reserved.