Prameya News7

Prameya News7, News7 Odia, Odisha Latest News, Odisha Current Headlines, Odisha News Online

ମେ ୧୭ ତାରିଖ, ଶୁକ୍ରବାର : କେଉଁ ରାଶି ପାଇଁ କେମିତି ରହିବ ଆଜିର ଦିନଟି ଜାଣନ୍ତୁ

17/05/2019 at 10:10 AM

ମେଷ – ଆଜି ଦିନଟି ଖୁସିରେ କଟିବ । ଦୟାଳୁ ସ୍ୱଭାବର ହୋଇପାରନ୍ତି । କୃଷି କାର୍ଯ୍ୟରେ ନିୟୋଜିତ ରହିବେ । ଯାନବାହନ ସୁଖ ପ୍ରାପ୍ତ ହେବ । ଦାନଶୀଳ ହେବେ ।

ବୃଷ – ମାନ-ସମ୍ମାନ ପ୍ରତି ଜଗି ରଖି ଚଲିବାକୁ ହେବ । ସାଧନାର ବାଟ,ଶୁଭ ଫଳ ପ୍ରଦାନ କରିବ । ଥଣ୍ଡା-କଫ ଲାଗି ରହିବ । ପ୍ରେମୀ ଓ ସାହସୀ ହେବେ ।

ମିଥୁନ – ଧୈର୍ଯ୍ୟବାନ ହେବେ । ପରଦେଶବାସୀ,ମଧୁରବାସୀ,ସହନଶୀଳ,ଶାନ୍ତିପ୍ରିୟ ଓ ଉଦାର ବିଦ୍ୟାପ୍ରେମୀ ହେବେ । ପତ୍ନୀଙ୍କ ସହ ସଂପର୍କ ଉତ୍ତମ ରହିବ ।

କର୍କଟ – ଶ୍ରୀ ଚନ୍ଦ୍ର ଭୋଗ ହେଉଥିବାରୁ ଅର୍ଥ ଉପାର୍ଜନର ପରିମାଣ ଯଥେଷ୍ଟ ହେବ । ମାଲିମୋକଦ୍ଦମାରେ ବିଜୟୀ ହେବେ । ଧନ ଲାଭର ସୂଚନା ମିଳୁଛି ।

ସିଂହ – ବନ୍ଧୁ ସହାୟତା ମିଳିପାରେ । ପ୍ରତାରିତ ହୋଇପାରନ୍ତି । ଥଣ୍ଡା କଫରେ ପୀଡିତ ହେବେ । ଏକାନ୍ତ ପ୍ରିୟ ହେବେ । ଆଖିରେ ପୀଡା ଭୋଗ କରିପାରନ୍ତି । ରାଜ ଯୋଗ ମିଳିବ ।

କନ୍ୟା – ଶତ୍ରୁ ଦ୍ୱାରା ଉପକୃତ ହେବେ । ଆୟ ବୃଦ୍ଧିର ସୂଚନା ମିଳୁଛି । ଲୋକପ୍ରିୟତା ବୃଦ୍ଧି ହେବ । ଚଞ୍ଚଳ ପ୍ରକୃତିର ହେବେ । ସରକାରୀ ଅର୍ଥ ଓ ସମ୍ମାନ ମିଳିବ ।

ତୁଳା – ହଜି ଯାଇଥିବା ମୂଲ୍ୟବାନ ଦ୍ରବ୍ୟ ଖୋଜିଲେ ପାଇବେ । ପରିଶ୍ରମର ଫଳ ପାଇବେ । ମନ ପ୍ରସନ୍ନ ରହିବ । ସୁସ୍ତ ଓ ନିରାମୟ ରହିବେ । ଦୟାଳୁ ସ୍ୱଭାବର ହେବେ ।

ବିଛା – ପରିସ୍ଥିତି ଆୟତ୍ତାଧୀନ ହେବ । ଭାଗ୍ୟଶାଳୀ ହେବେ । ଦିନଟି ଭୋଗ ବିଳାଶରେ କଟିବ । ସୁଖ-ସମୃଦ୍ଧିପୂର୍ଣ୍ଣ ଜୀବନ ଯାପନ କରିବେ । ସାହସୀ ହେବେ ।

ଧନୁ – ଶୃଙ୍ଖଳିତ କାର୍ଯ୍ୟକୁ ବିଶୃଙ୍ଖଳିତ କରିପାରନ୍ତି । ଶାରିରୀକ ଦୁର୍ବଳତା ଅନୁଭବ କରିବେ । ସହ ଯୋଗୀ ବ୍ୟବସାୟରେ ଲାଭଜନକ ହେବ । ସତର୍କ ହେବେ ।

ମକର – ଯାତ୍ରାଦିରେ ସମ୍ମିଳିତ ହୋଇପାରନ୍ତି । ସୁଖ-ସନ୍ତୋଷ ଲାଭ କରିପାରନ୍ତି । ବ୍ୟବସାୟ ଲାଭଜନକ ହେବ । ମନରେ ଅହଂଭାବ ଆସିବ । ପାରିବାରିକ ଶାନ୍ତି ପାଇବେ ।

କୁମ୍ଭ – କର୍ମକ୍ଷେତ୍ରରେ ବିବ୍ରତ ହୋଇପାରନ୍ତି । ସଂଯମୀ ହେବେ । ଭାଇମାନଙ୍କ ଉପରେ ସ୍ନେହଭାବ ରହିବ । ଶତ୍ରୁ ନାଶ କରିବେ । ଚଞ୍ଚଳ ପ୍ରକୃତିର କନ୍ୟା ଲାଭ ହେବ ।

ମୀନ – ଶାରିରୀକ ଆଘାତ ପ୍ରାପ୍ତ ହେବେ । ଚିନ୍ତାଗ୍ରସ୍ତ ହୋଇପାରନ୍ତି । ଆକସ୍ମିକ ଧନ ଲାଭ ହୋଇପାରେ । ବ୍ୟବସାୟରୁ ପ୍ରଚୁର ଧନ ଲାଭ ହେବ । ଚଞ୍ଚଳ ପ୍ରକୃତିର ହେବେ ।

   Related Posts