ମେ ୧୫ ତାରିଖ, ବୁଧବାର : କେଉଁ ରାଶି ପାଇଁ କେମିତି ରହିବ ଆଜିର ଦିନଟି ଜାଣନ୍ତୁ

Published By : Prameya-News7 Bureau | May 15, 2019 IST

ମେଷ – କାର୍ଯ୍ୟରେ ସଫଳତା ଲାଭ କରିବେ । ମନ ପ୍ରସନ୍ନ ରହିବ । ଧର୍ମ ବିଶ୍ୱାସୀ ହେବେ । ମିଷ୍ଟଭାଷୀ ହୋଇପାରନ୍ତି । ମେଳାପୀ ହେବେ । ଭ୍ରାତୃ ସ୍ନେହ ରହିବ ।

ବୃଷ – ଚାକିରି କ୍ଷେତ୍ରରେ ଉଚ୍ଚକର୍ତ୍ତୃପକ୍ଷଙ୍କ ଚାପ ବଢିବ । କେତେକ ଘଟଣାରେ ନିରବ ଦ୍ରଷ୍ଟା ହେବେ । ପରମ ଭାଗ୍ୟଶାଳୀ ହୋଇପାରନ୍ତି । ମିତ୍ର ସୁଖ ମିଳିବ ।

ମିଥୁନ - ସୁଖ-ସନ୍ତୋଷର ଭାଗିଦାରୀ ହେବେ । ଐଶ୍ୱର୍ଯ୍ୟଯୁକ୍ତ ହୋଇପାରନ୍ତି । ଉତ୍ତମ ଭୋଜନ ମିଳିବ । ରୋଜଗାର ଆଶାନୁରୂପ ହୋଇପାରେ । ଅର୍ଥ ମିଳିବ ।

କର୍କଟ – ନିଜ ପ୍ରଭାବର ସଦୁପଯୋଗ କରିବେ । ପଥରୋଧର ସମ୍ମୁଖୀନ ହୋଇପାରନ୍ତି । ଖର୍ଚ୍ଚ ପରିମାଣ ବୃଦ୍ଧି ଘଟିବ । ଥଣ୍ଡା-କଫରେ ଆକ୍ରାନ୍ତ ହୋଇପାରନ୍ତି ।

ସିଂହ – ଶୁଭକାର୍ଯ୍ୟ ପାଇଁ ବାତାବରଣ ଅନୁକୂଳ ରହିଛି । ରୋଜଗାର ଆଶାନୁରୂପ ହୋଇପାରେ । କାର୍ଯ୍ୟରେ ସଫଳତା ଲାଭ କରିବେ । ଯଶସ୍ୱୀ ହେବେ ।

କନ୍ୟା – ବାଧ୍ୟତାର ବଶବର୍ତ୍ତୀ ହେବେ । ପରିଶ୍ରମ କଷ୍ଟକର ହେଲେ ବି ତା’ର ମୂଲ୍ୟ ମିଳିବ । ମନ ପ୍ରସନ୍ନ ରହିବ । କୁଳ ଉଜ୍ଜ୍ୱଳକାରୀ ହୋଇପାରନ୍ତି । ସୁସ୍ଥ ଓ ନିରାମୟ ରହିବେ ।

ତୁଳା – ଆଶାବାଦୀ ହୋଇପାରନ୍ତି । ପରର ଉପକାର କରି ଆତ୍ମସନ୍ତୋଷ ଲାବ କରିବେ । ଭାଗ୍ୟଶାଳୀ ହୋଇପାରନ୍ତି । ଦିନଟି ଭୋଗ-ବିଳାସରେ କଟାଇ ପାରନ୍ତି ।

ବିଛା – ବିଭିନ୍ନ ଦିଗରୁ ଲାଭବାନ୍ ହେବେ । ଧନକ୍ଷୟ ହେବାର ସୂଚନା ମିଳୁଛି । ସାମାନ୍ୟ ଅସୁସ୍ଥତା ଅନୁଭବ କରିପାରନ୍ତି । ସ୍ୱାଭିମାନୀ ହେବେ ।

ଧନୁ – ଚିନ୍ତାମୁକ୍ତ ହୋଇପାରନ୍ତି । ସୁଖ-ସନ୍ତୋଷ ଲାଭ କରିବେ । କୁଳବେଉଷା ଜନିତ ବ୍ୟବସାୟ ଲାଭଜନକ ହେବ । ସମାଜ ସେବାରେ ନିଜକୁ ନିୟୋଜିତ କରିପାରନ୍ତି ।

ମକର – ବିବାଦରେ ପକ୍ଷପାତିତା ନ କରି ଆଇନ ସମ୍ମତ ବିଚାର କଲେ ଲୋକପବାଦରୁ ନିସ୍ତରି ଯିବେ । ଦୁଃସାହସୀ ହୋଇପାରନ୍ତି । ବଦଖର୍ଚ୍ଚୀ ହେବେ ।

କୁମ୍ଭ - ପଡୋଶୀଙ୍କ ପାଇଁ ଚିନ୍ତିତ ହୋଇପାରନ୍ତି । ଆଲୋଚନା ମାଧ୍ୟମରେ କାର୍ଯ୍ୟ କଲେ ସଫଳତା ମିଳିବ । ଚଞ୍ଚଳ ପ୍ରକୃତିର ହେବେ । ଉତ୍ତମ ବ୍ୟକ୍ତିତ୍ୱ ସମ୍ପନ୍ନ ହେବେ ।

ମୀନ - ଅର୍ଥ ପ୍ରାପ୍ତିର ସୂଚନା ମିଳୁଛି । ଦ୍ରବ୍ୟନଷ୍ଟ ହୋଇପାରେ । ଭାବ ପ୍ରକୃତିର ହେବେ । ଦାନଶୀଳ ହେବେ । ବ୍ୟକ୍ତି ବିଶେଷ ଭାବେ ନିଜର ପରିଚୟ ସୃଷ୍ଟି କରିବେ ।

News7 Is Now On WhatsApp Join And Get Latest News Updates Delivered To You Via WhatsApp

Copyright © 2024 - Summa Real Media Private Limited. All Rights Reserved.