Friday, May 24, 2019

News7

Prameya News7, News7 Odia, Odisha Latest News, Odisha Current Headlines, Odisha News Online

ମେ ୧୪ ତାରିଖ, ମଙ୍ଗଳବାର : କେଉଁ ରାଶି ପାଇଁ କେମିତି ରହିବ ଆଜିର ଦିନଟି ଜାଣନ୍ତୁ

ମେଷ – ମାଙ୍ଗଳିକ କାର୍ଯ୍ୟରେ ଯୋଗ ଦେଇ ଖୁସି ହେବେ । ଉଚ୍ଚ ଆଶା ଫଳବତୀ ହେବ । ଆର୍ଥିକ ଅଭିବୃଦ୍ଧି ଘଟିବାର ସୂଚନା ମିଳୁଛି । ସର୍ବାଙ୍ଗୀଣ ଉନ୍ନତି ହେବ ।


ବୃଷ – ଆଳସ୍ୟ ଅନୁଭବ କଲେ ବି ଯାନବାହନ ଲାଭରେ ଅନ୍ତରାୟ ସୃଷ୍ଟି ହୋଇ ନ ପାରେ । ପ୍ରିୟବନ୍ଧୁଙ୍କ ସାନ୍ନିଧ୍ୟ ପାଇ ଖୁସି ହୋଇପାରନ୍ତି । ମନ ପ୍ରସନ୍ନ ରହିବ ।


ମିଥୁନ – ଉନ୍ନତିକର କାର୍ଯ୍ୟରେ ଅର୍ଥ ବିନିଯୋଗ କରିପାରନ୍ତି । ରୁଚିକର ଭୋଜନ ମିଳିବ । ଆୟ ଆଶାନୁରୂପ ହେବ । ସରକାରୀ ବା ବନ୍ଧୁ ସହାୟତା ଲାଭବାନ୍ ହେବେ ।


କର୍କଟ – ଯୋଜନାରେ ପରିବର୍ତ୍ତନ ଘଟାଇ ପାରନ୍ତି । ବ୍ୟୟ ବୃଦ୍ଧିର ସୂଚନା ମିଳୁଛି । ସମ୍ମାନକୁ ସୁରକ୍ଷା ଦେଇ ଚଳିବାକୁ ପଡିବ । ସନ୍ମାର୍ଗୀ ଓ କୃତଜ୍ଞ ହେବେ ।


ସିଂହ – ସଂଚୟର ଉପଯାଗ କରିପାରନ୍ତି । ଆୟ ପରିମାଣ ଅହେତୁକ ବୃଦ୍ଧି ପାଇବ । ଗୃହରେ ଶାନ୍ତିର ବାତାବରଣ ପ୍ରବାହିତ ହେବ । ଚିନ୍ତାଧାରାରେ ପବିତ୍ରତା ଉଦ୍ରେକ ହେବ ।


କନ୍ୟା – କାର୍ଯ୍ୟରେ ଉପୁଜି ଥିବା ପ୍ରତିବନ୍ଧକ ଖୁବ୍ ଶୀଘ୍ର ଦୂର ହେବ । ଘାତଚନ୍ଦ୍ର ଭୋଗ ହେଉଥିବାରୁ ସତର୍କରେ ଚଳିବାକୁ ପଡିବ । ସୁଖ-ସମ୍ଭୋଗ କରିପାରନ୍ତି ।


ତୁଳା – ଅଭିଜ୍ଞତାକୁ କାର୍ଯ୍ୟରେ ଲଗାଇ ବିଶେଷ ଉପକୃତ ହେବେ । ନିରବ ଚିନ୍ତକ ହୋଇପାରନ୍ତି । ଗଠନମୂଳକ କାର୍ଯ୍ୟରେ ମନୋନିବେଶ କରିବେ ।


ବିଛା – କର୍ମକ୍ଷେତ୍ରରେ ସହାୟତା ନିଶ୍ଚିତ ମିଳିବ । ଶାରିରୀକ ଅସୁସ୍ଥତା ଅନୁଭବ କରିବେ । ଘାତଚନ୍ଦ୍ର ଓ ଅଷ୍ଟମଚନ୍ଦ୍ର ଏକତ୍ର ଭୋଗ ହେଉଥିବାରୁ ଅତି ସାବଧାନତାର ସହ ଚଳିବାକୁ ପଡିବ ।


ଧନୁ – ପିଲାମାନଙ୍କୁ ଉଚିତ୍ ଶିକ୍ଷାଦାନ ପାଇଁ ଯତ୍ନବାନ ହେବେ । ମିତ୍ରମାନଙ୍କ ସାନ୍ନିଧ୍ୟ ପାଇ ଉପକୃତ ହୋଇପାରନ୍ତି । ମନ ପ୍ରଫୁଲ୍ଲ ରହିବ । ପାରିବାରିକ ସୁଖ ମିଳିବ ।


ମକର – ଗୃହକାର୍ଯ୍ୟରେ ମନୋନିବେଶ କରିପାରନ୍ତି । ଦୃଢମନୋବଳ ନେଇ କାର୍ଯ୍ୟ ସମ୍ପାଦନ କରିବେ । କାର୍ଯ୍ୟ ଦକ୍ଷତା ବୃଦ୍ଧି ପାଇବ । ଐଶ୍ୱର୍ଯ୍ୟ ପ୍ରାପ୍ତିର ସୂଚନା ମିଳୁଛି ।


କୁମ୍ଭ – ମନସ୍କାମନା ପୂରଣ ହେବ । କାର୍ଯ୍ୟ ସମ୍ପାଦନ କରି ସିଦ୍ଧି ପ୍ରାପ୍ତ ହେବେ । ବହୁ ଶୁଭଫଳ ପ୍ରାପ୍ତ ହେବେ । ନାନା ମୂଲ୍ୟବାନ୍ ବସ୍ତ୍ରୁ ଦ୍ରବ୍ୟ ଲାଭର ସୂଚନା ମିଳୁଛି ।


ମୀନ – ଉତ୍ସବାଦିରେ ସମ୍ମିଳିତ ହେବେ । କଳହ ଠାରୁ ନିଜକୁ ଦୂରେଇ ରଖିପାରନ୍ତି । ଧାର୍ମିକ ହୋଇପାରନ୍ତି । ଶିଳ୍ପ ପାରଦର୍ଶୀ ହେବେ । ହାସ୍ୟଯୁକ୍ତ ଓ ଯୁବତୀ ପ୍ରିୟ ହୋଇପାରନ୍ତି ।

104 Views

   ସମ୍ବନ୍ଧିତ ଖବର