ମେ ୨ ତାରିଖ, ଗୁରୁବାର : କେଉଁ ରାଶି ପାଇଁ କେମିତି ରହିବ ଆଜିର ଦିନଟି ଜାଣନ୍ତୁ

Published By : Prameya-News7 Bureau | May 02, 2019 IST

ମେଷ – ସେବା କ୍ଷେତ୍ରରେ ଓ ପୂଜା ପଦ୍ଧତିରେ ମନୋନିବେଶ କରିପାରନ୍ତି । ପ୍ରଜ୍ଞାବାନ,ଶାନ୍ତ, ପ୍ରଭାବଶାଳୀ ତଥା ସ୍ୱଭିମାନୀ ହେବେ । ସୁଖ-ସମୃଦ୍ଧିପୂର୍ଣ୍ଣ ଜୀବନ ବିତାଇବେ ।


ବୃଷ – ପ୍ରତାରିତ ହୋଇପାରନ୍ତି । ଅସୁସ୍ଥତା ଅନୁଭବ କରିପାରନ୍ତି । ସ୍ୱାଭିମାନୀ ହେବେ । ଶତ୍ରୁମାନଙ୍କ ଉପରେ ସତର୍କ ଦୃଷ୍ଟି ରଖିବାକୁ ପଡିବ । ଯୁଗ୍ମ ବ୍ୟବସାୟ ଲାଭଜନକ ହେବ ।


ମିଥୁନ - ଲୋକସଂପର୍କ ବୃଦ୍ଧି ପାଇବ । ମନ ପ୍ରସନ୍ନ ରହିବ । ବ୍ୟବସାୟ ଲାଭଜନକ ହେବ । ସେବା କାର୍ଯ୍ୟରେ ନିଜକୁ ଉତ୍ସର୍ଗ କରିପାରନ୍ତି । ଶାନ୍ତ ଓ ଧୈର୍ଯ୍ୟବାନ୍ ହେବେ ।


କର୍କଟ – ଅର୍ଥ ପ୍ରାପ୍ତିର ଅପୂର୍ବ ସୁଯୋଗ ଅଛି, ତଥାପି ମନରେ ଭୟର ସଂଚାର ହୋଇପାରେ । ଭାଇମାନଙ୍କ ଉପରେ ସ୍ନେହ ଭାବ ରହିବ । ଚକ୍ଷୁ ପୀଡା ଅନୁଭବ କରିପାରନ୍ତି ।


ସିଂହ – ପରିବେଶରେ ଉନ୍ନତି ଘଟିବ । ସମ୍ମାନକୁ ଜଗି ଚଳିବାକୁ ପଡିବ । ଚଞ୍ଚଳ ପ୍ରକୃତିର ହୋଇପାରନ୍ତି । ହଠାତ୍ ଅର୍ଥ ଲାଭ ହେବ । ବ୍ୟବସାୟ ବିଶେଷ ଲାଭଜନକ ହେବ ।


କନ୍ୟା – ଦେବ ଦର୍ଶନ କରି ଆତ୍ମସନ୍ତୋଷ ଲାଭ କରିପାରନ୍ତି । ଉଦାର ସ୍ୱଭାବର ହେବେ । ଦାନ-ଧର୍ମକୁ ଆଦରି ନେବେ । ଶୋଭନ ବ୍ୟକ୍ତିତ୍ୱର ଅଧିକାରୀ ହେବେ ।


ତୁଳା – ଘାତଚନ୍ଦ୍ର ଭୋଗ ହେତୁ ସବଧାନ୍ ରହିବେ । ମନ ପ୍ରସନ୍ନ ରହିବ । ଆସ୍ତିକ ମନୋବୃତ୍ତିର ହୋଇପାରନ୍ତି । ପରକୁ ଆପଣାର କରିପାରନ୍ତି । ସାହସିକ କାର୍ଯ୍ୟ କରିବେ ।


ବିଛା – ମାନସିକ ଶାନ୍ତି ଫେରି ପାଇବେ । ଭାଗ୍ୟଶାଳୀ,ସହନଶୀଳ,ଶାନ୍ତିପ୍ରିୟ ଉଦାର,ବିଦ୍ୟାପ୍ରେମୀ ହୋଇପାରନ୍ତି । ମିତ୍ର ସୁଖ ମିଳିବ । ବ୍ୟବସାୟ ଅଧିକ ଲାଭଜନକ ହେବ ।


ଧନୁ – ବନ୍ଧୁ ସହ ଯୋଗ ଅବଶ୍ୟ ପାଇବେ । ଶ୍ରୀଚନ୍ଦ୍ର ଭୋଗ ହେତୁ ଉତ୍ତମ ଭୋଜନ ମିଳିବ । ଐଶ୍ୱର୍ଯ୍ୟଯୁକ୍ତ ହୋଇପାରନ୍ତି । ଅଧିକ ରୋଜଗାରକ୍ଷମ ହେବେ । ଦାମ୍ପତ୍ୟ ଜୀବନ ସୁଖପ୍ରଦ ହେବ ।


ମକର – ମାନସିକ ସ୍ତରରେ ଦୁର୍ବଳତା ଅନୁଭବ କରିପାରନ୍ତି । ଥଣ୍ଡା-କଫରେ ଆକ୍ରାନ୍ତ ହୋଇପାରନ୍ତି । ଚଞ୍ଚଳ ସ୍ୱଭାବର ହେବେ । ଏକାନ୍ତ ପ୍ରିୟ ଓ ପ୍ରିୟ ଓ ମଧୁରଭାଷୀ ହେବେ ।


କୁମ୍ଭ - ଉପଯୁକ୍ତ ନ୍ୟାୟ ପାଇବେ । ଧନପ୍ରାପ୍ତିର ସୂଚନା ମିଳୁଛି । ସୁସ୍ଥ ଓ ନିରାମୟ ଜୀବନଯାପନ କରିବେ । ଯଶସ୍ୱୀ ହେବେ । ଲୋକପ୍ରିୟତା ଅର୍ଜନ କରିବା ସଜ ଚଞ୍ଚଳ ପ୍ରକୃତିର ହେବେ ।


ମୀନ - ସମୟେ ସମୟେ ନିଜକୁ ଏକାକୀ ଅନୁଭବ କରିପାରନ୍ତି । କର୍ମକ୍ଷେତ୍ରରେ ଉତ୍ସାହ ବୃଦ୍ଧି ପାଇବ । କୁଳ ଉଦ୍ଧାରକ ହେବେ । ମନ ପ୍ରସନ୍ନ ରହିବ ।

News7 Is Now On WhatsApp Join And Get Latest News Updates Delivered To You Via WhatsApp

Copyright © 2024 - Summa Real Media Private Limited. All Rights Reserved.