୨୯ ଏପ୍ରିଲ ସୋମବାର : କେଉଁ ରାଶି ପାଇଁ କେମିତି ରହିବ ଆଜିର ଦିନଟି ଜାଣନ୍ତୁ

Published By : Prameya-News7 Bureau | April 29, 2019 IST

ମେଷ – କାର୍ଯ୍ୟକ୍ଷେତ୍ରରେ ନିଜର ଦାବି ଉପସ୍ଥାପନ କରି ଆଗକୁ ବଢିବେ । ମୂଲ୍ୟବାନ ଦ୍ରବ୍ୟ ଲାଭର ସୁଯୋଗ ଅଛି । ସୁସ୍ଥ ଓ ନିରାମୟ ଜୀବନ ଯାପନ କରିପାରନ୍ତି ।


ବୃଷ – ଗୃହ କାର୍ଯ୍ୟରେ ବ୍ୟସ୍ତ ରହିବେ । ଶତ୍ରୁ ଦମନ କରି ମାନସିକ ଶାନ୍ତି ଫେରି ପାଇବେ । ଶୁଭ ସମାଚାର ପାଇ ଖୁସି ହୋଇପାରନ୍ତି । ଋଣ ପରିଶୋଧ କରିପାରନ୍ତି ।


ମିଥୁନ - ମିତ୍ର ଲାଭର ସୁେ ଯାଗ ଅଛି । ଦୁଶ୍ଚିନ୍ତା ଦୂର ହୋଇ ଆଶ୍ୱସ୍ତି ମିଳିବ । ଅର୍ଥ ପ୍ରାପ୍ତିର ସୂଚନା ମିଳୁଛି । ବ୍ୟବସାୟରେ କାରବାର ସନ୍ତୋଷଜନକ ହେବ ।


କର୍କଟ – ଭାଗ୍ୟଚକ୍ର ଉନ୍ନତି ମାର୍ଗରେ ଗତି କରିବ । ଆଲୋଚନା ମାଧ୍ୟମରେ କାର୍ଯ୍ୟ କଲେ ସଫଳତା ମିଳିବ । ସୁସ୍ଥ ଓ ଉତ୍ତମ ବାତାବରଣ ଭିତରେ ବସତି ସ୍ଥାପନ କରିପାରନ୍ତି ।


ସିଂହ – ବନ୍ଧୁ ମିଳନ ଆନନ୍ଦଦାୟକ ହେବ । ଦୃଢ ମନୋବଳ ନେଇ କଠିନ କାର୍ଯ୍ୟକୁ ସହଜ ସୁଲଭ ଭାବେ ସମ୍ପାଦନ କରିବେ । ବିବାଦୀୟ ଘଟଣାରେ ବିହୟୀ ହେବେ ।


କନ୍ୟା – ଚିନ୍ତା ଦୂରେଇ ଯିବ । ପରିଶ୍ରମର ମୂଲ୍ୟ ମିଳିବ । ଭାଗ୍ୟର ପରିବର୍ତ୍ତନ ଘଟି ଶାନ୍ତିର ବାତାବରଣ ସୃଷ୍ଟି ହେବ । ବିଭିନ୍ନ ଦିଗରୁ ଧନାଗମ ହେବ ।


ତୁଳା – ଭିନ୍ନ ଭିନ୍ନ ସ୍ତରରୁ ଆଦର ସମ୍ମାନ ପାଇବେ । ମିଷ୍ଟାନ୍ନ ଭୋଜନରେ ଆପ୍ୟାୟିତ ହୋଇପାରନ୍ତି । ବନ୍ଧୁ କିମ୍ବା ସରକାରୀ ସ୍ତରରୁ ଲାଭବାନ୍ ହେବେ ।


ବିଛା – ଉଚ୍ଚ ମହଲରେ ପରିଚିତ ହୋଇପାରନ୍ତି । ବ୍ୟୟ ପରିମାଣ ଅଧିକ ହେବ । ଭ୍ରାତୃଭାବ ଅତୁଟ ରହିବ । ସାମାନ୍ୟ ଚକ୍ଷୁପୀଡା ଅନୁଭବ କରିବେ । ମିଷ୍ଟଭାଷୀ ହେବେ ।


ଧନୁ – ନାନାବିଧ ସମ୍ମାନର ଅଧିକାରୀ ହେବେ । ଯାନବାହନ ସୁଖ ମିଳିପାରେ । କୀର୍ତ୍ତିମାନ ହେବେ । ଭୋଗ-ବିଳାସ କରିପାରନ୍ତି । ଗୁଣଜ୍ଞ ହେବେ ।


ମକର – ବିପଦ ମୁକ୍ତ ହେବେ । ଆୟ ପରିମାଣ ବୃଦ୍ଧି ପାଇବ । ଯଶସ୍ୱୀ ହେବେ । ସମାଜ ସେବା ପ୍ରତି ମନ ବଳାଇ ପାରନ୍ତି । ଧୈର୍ଯ୍ୟବାନ ହେବେ । ଦାତା ହୋଇପାରନ୍ତି ।


କୁମ୍ଭ - ପ୍ରତ୍ୟେକ ଘଟଣାର ବିଚାର କରି କାର୍ଯ୍ୟ କରିବେ । ଭ୍ରମଣ ଯୋଗ ଅଛି । ଭାଗ୍ୟଶାଳୀ ହେବେ । ଉଦ୍ୟୋଗୀ ହୋଇପାରନ୍ତି । ନୀତିନିଷ୍ଠ ଭାବେ କର୍ମକ୍ଷମ ହୋଇପାରନ୍ତି ।


ମୀନ - କାର୍ଯ୍ୟରେ ବାଧା ଉପୁଜିପାରେ । ଦେହପୀଡା ଅନୁଭବ କରିପାରନ୍ତି । ପାଣ୍ଡିତ୍ୟ ପରିପ୍ରକାଶ ଘଟାଇ ଲୋକାଦୃତ ହୋଇପାରନ୍ତି । ଖର୍ଚ୍ଚାନ୍ତ ହେବାର ସୂଚନା ମିଳୁଛି ।

News7 Is Now On WhatsApp Join And Get Latest News Updates Delivered To You Via WhatsApp

Copyright © 2024 - Summa Real Media Private Limited. All Rights Reserved.