୨୮ ଏପ୍ରିଲ ରବିବାର: କେଉଁ ରାଶି ପାଇଁ କେମିତି ରହିବ ଆଜିର ଦିନଟି ଜାଣନ୍ତୁ

Published By : Prameya-News7 Bureau | April 28, 2019 IST

ମେଷ – ନୂତନ କାର୍ଯ୍ୟରେ ମନୋନିବେଶ କରିପାରନ୍ତି । ପ୍ରୀତି ଲାଭ କରି ଉତ୍ଫୁଲ୍ଲିତ ହେବେ । ଶୟନ ସୁଖ ମିଳିବ । ଅବିବାହିତଙ୍କର ମନୋରମା କନ୍ୟାସହ ବିବାହ ସମ୍ବନ୍ଧ ସ୍ଥିର ହେବ ।


ବୃଷ – ଆତ୍ମଗୋପନ କରିପାରନ୍ତି । ଅର୍ଥ ପ୍ରାପ୍ତିର ସୁଯୋଗ ଜୁଟୁଛି । ବିଭିନ୍ନ ସ୍ତରରୁ ସହ ଯୋଗ ପାଇ ବିଶେଷ ଉପକୃତ ହେବେ । ସର୍ବତ୍ର ସୁଖ ଭୋଗର ସୂଚନା ମିଳୁଛି ।


ମିଥୁନ - କାର୍ଯ୍ୟରେ ସଫଳତା ଲାଭ କରିବେ । ଦିନଟି ସମସ୍ୟା ବହୁଳ ହୋଇପାରେ । ଚଞ୍ଚଳ ଚେଷ୍ଟିତ ହେବେ । ବିଭିନ୍ନ ସୂତ୍ରରୁ ଅର୍ଥ ମିଳିବ । ସୁଲକ୍ଷଣା କନ୍ୟା ସନ୍ତାନ ପ୍ରାପ୍ତ ହୋଇପାରନ୍ତି ।


କର୍କଟ – ଦୁଶ୍ଚିନ୍ତା ଦୂର ହେବ । ଯାନବାହନ ସୁଖ ମିଳିବ । ଅର୍ଥ ପ୍ରାପ୍ତିର ସୂଚନା ମିଳୁଛି । ଶ୍ରେଷ୍ଠମାନ୍ୟତା ପ୍ରାପ୍ତ ହୋଇପାରନ୍ତି । ପୁତ୍ର ସୁଖ ମିଳିପାରେ । ପରୋପକାରୀ ହେବେ ।


ସିଂହ – ଆର୍ଥିକ ଅନଟନର ଅବସାନ ଘଟିବ । ଅଦ୍ୟମ ଚେଷ୍ଟା ଫଳରେ କାର୍ଯ୍ୟ ହାସଲ କରିବାକୁ ସକ୍ଷମ ହେବେ । କଳ, ବଳ, କୌଶଳ ପ୍ରୟୋଗ କରି କାର୍ଯ୍ୟ ହାସଲ କରିପାରନ୍ତି ।


କନ୍ୟା – ପରିବେଶ ଆପଣଙ୍କ ପାଇଁ ଲାଭଜନକ ହେବ । ଆଶାବାଦୀ ହୋଇପାରନ୍ତି । ଚିନ୍ତା ବୃଦ୍ଧି ହୋଇପାରେ । ତ୍ୟାଗଶୀଳ ଓ ନୀତିଜ୍ଞ ହେବେ । ଚଞ୍ଚଳ ମନା ହେବେ ।


ତୁଳା – ଶ୍ରୀଚନ୍ଦ୍ର ଭୋଗ ହେଉଥିବାରୁ ରୋଜଗାର ଆଶାନୁରୂପ ହେବ । ବନ୍ଧୁ ସହାୟତାରୁ ଲାଭବାନ ହୋଇପାରନ୍ତି । ରୁଚିକର ସୁସ୍ୱାଦୁ ଭୋଜନ ମିଳିବ ।


ବିଛା – ପରିସ୍ଥିତି ପ୍ରତି ଉଦାସୀନ ରହିବେ । କେହି ଆପଣଙ୍କ ପଥରୋଧ କରିବା ପାଇଁ ଉଦ୍ୟମ ଚଳାଇ ପାରନ୍ତି । ବ୍ୟୟ ବୃଦ୍ଧିର ସୂଚନା ମିଳୁଛି ।


ଧନୁ – ତରବର ନ ହୋଇ ଅପେକ୍ଷାରତ ହେଲେ କାର୍ଯ୍ୟର ସଫଳ ରୂପାୟନ କରିବାରେ ସକ୍ଷମ ହେବେ । ମୂଲ୍ୟବାନ ଦ୍ରବ୍ୟ ଲାଭ ହେବ । ସରକାରୀ ସ୍ତରରେ ସମ୍ମାନିତ ହେବେ ।


ମକର – ନିଜେ ନିଜକୁ ସାନ୍ତ୍ୱନା ଦେବେ । କାର୍ଯ୍ୟରେ ସଫଳତା ମିଳିବ । ସୁସମ୍ବାଦ ପାଇ ଖୁସି ହୋଇପାରନ୍ତି । କର୍ମତତ୍ପରତା ପ୍ରକାଶ ପାଇବ । ନାନା ବିଭବରେ ମଣ୍ଡିତ ହୋଇପାରନ୍ତି ।


କୁମ୍ଭ - ଇଚ୍ଛା କରୁଥିବା ସୁଫଳ ପ୍ରାପ୍ତ ହୋଇପାରନ୍ତି । ବିଭାଗରେ ଓ ସାଧାରଣ କ୍ଷେତ୍ରରେ ଆଦର ସମ୍ମାନ ମିଳିବ । ଆଶା ଫଳବତୀ ହେବ । ବନ୍ଧୁ ମିଳନରେ ବିଶେଷ ଉପକୃତ ହୋଇପାରନ୍ତି ।


ମୀନ - ଶୁଭ ବାର୍ତ୍ତା ପାଇ ପ୍ରଫୁଲ୍ଲିତ ହୋଇପାରନ୍ତି । ମନରେ ବିଷଣ୍ଣ ଭାବ ଜାତ ହୋଇପାରେ । ସାମାନ୍ୟ ଅସୁସ୍ଥତା ଅନୁଭବ କରିପାରନ୍ତି । ଗୃହରେ ଅଶାନ୍ତି ଉପୁଜିପାରେ ।

News7 Is Now On WhatsApp Join And Get Latest News Updates Delivered To You Via WhatsApp

Copyright © 2024 - Summa Real Media Private Limited. All Rights Reserved.