୨୭ ଏପ୍ରିଲ ଶନିବାର : କେଉଁ ରାଶି ପାଇଁ କେମିତି ରହିବ ଆଜିର ଦିନଟି ଜାଣନ୍ତୁ

Published By : Prameya-News7 Bureau | April 27, 2019 IST

ମେଷ – ସମସ୍ତ କାର୍ଯ୍ୟ ଶୃଙ୍ଖଳା ,ଧ୍ୟ ଦେଇ ଗତି କରିବେ । ବନ୍ଧୁମିଳନ ଦ୍ୱାରା ବିଶେଷ ଉପକୃତ ହୋଇପାରନ୍ତି । ବ୍ୟବସାୟ ଲାଭରେ ଚାଲିବ । ପତ୍ନୀ ପରାୟଣ ହେବେ ।


ବୃଷ – ନୂତନ ନିଯୁକ୍ତି ମିଳିବାର ସୁଯୋଗ ଅଛି । ଶତ୍ରୁ ଭୟ ଅଛି । ଭାଇମାନଙ୍କ ପ୍ରତି ଶ୍ରଦ୍ଧାଭାବ ରହିବ । ସୁସ୍ଥ ଓ ନିରାମୟ ଜୀବନ ଯାପନ କରିପାରନ୍ତି ।


ମିଥୁନ - ବ୍ୟସ୍ତତା ବଢିବ । ନିଜକୁ ଅସହାୟ ମନେ କରୁଥିବା ବେଳେ ଆକସ୍ମିକ ଧନଲାଭ ହେବ । ଚଞ୍ଚଳ ପ୍ରକୃତିର ହୋଇପାରନ୍ତି । ଲାଜକୁଳା ସ୍ୱଭାବର ହେବେ ।


କର୍କଟ – ଉଦାର ସ୍ୱଭାବର ହୋଇପାରନ୍ତି । ଦାନ-ଧର୍ମ ମତି ହୋଇ ଆତ୍ମ ସନ୍ତୋଷ ଲାଭ କରିବେ । ଶୋଭନ ବ୍ୟକ୍ତିତ୍ୱ ସମ୍ପନ୍ନ ହୋଇପାରନ୍ତି । ସୁସ୍ଥ ଓ ନିରାମୟ ରହିବେ ।


ସିଂହ – ପ୍ରଗତିଶୀଳ ହୋଇପାରନ୍ତି । ପରିଶ୍ରମୀ ହେବେ । ମନ ପ୍ରସନ୍ନ ରହିବ । ଆସ୍ତିକ ହେବେ । ମିଷ୍ଟଭାଷୀ ହୋଇପାରନ୍ତି । ଥଣ୍ଡା-କଫ ଜନିତ ସାମାନ୍ୟ ପୀଡା ଅନୁଭବ କରିବେ ।


କନ୍ୟା – ଚଳାଇ ଥିବା ଯୋଜନାରେ ପରିବର୍ତ୍ତନ କରିପାରନ୍ତି । କର୍ମକ୍ଷେତ୍ରରେ ଉତ୍ସାହ ବୃଦ୍ଧି ପାଇବ । ପରମ ଭାଗ୍ୟଶାଳୀ ହେବେ । ବିଭିନ୍ନ ଦିଗରୁ ଧନାଗମ ହୋଇପାରେ ।


ତୁଳା – ମାନସିକ ସ୍ତରରେ ଶାନ୍ତିର ବାତାବରଣ ସୃଷ୍ଟି ହେବ । ବିଭିନ୍ନ ସ୍ତରରୁ ଆଶ୍ୱସନା ମିଳିପାରେ । ଐଶ୍ୱର୍ଯ୍ୟଯୁକ୍ତ ହୋଇପାରନ୍ତି । ମୋକଦ୍ଦମାରେ ବିଜୟୀ ହୋଇ କ୍ଷତିପୂରଣ ଅର୍ଥ ପ୍ରାପ୍ତ ହେବେ ।


ବିଛା – କର୍ମକ୍ଷେତ୍ରରେ ସଫଳତା ଲାଭ କରିବେ । ବ୍ୟୟ ବୃଦ୍ଧିର ସୂଚନା ମିଳୁଛି । ଚଞ୍ଚଳ ସ୍ୱଭାବର ହୋଇପାରନ୍ତି । ସର୍ବଦା ଏକାନ୍ତରେ ରହିବାକୁ ଇଚ୍ଛା କରିବେ ।


ଧନୁ – ବନ୍ଧୁବର୍ଗରେ ଆହ୍ଲାଦିତ ହେବେ । ସୁସ୍ଥ ଓ ନିରାମୟ ଜୀବନଯାପନ କରିବେ । ଲୋକପ୍ରିୟତା ଅର୍ଜନ କରିପାରନ୍ତି । ଯଶସ୍ୱୀ ହେବେ । ଚଞ୍ଚଳ ପ୍ରକୃତିର ହୋଇପାରନ୍ତି ।


ମକର – ପରିଶ୍ରମର ମୂଲ୍ୟ ମିଳିବ । କୁଳଦୀପକ ହୋଇପାରନ୍ତି । ମନରେ ପ୍ରସନ୍ନତା ଭାବ ଦେଖା ଦେଇପାରେ । ଶରୀର ସୁସ୍ଥ ରହିବ । ଦୟାଳୁ ସ୍ୱଭାବର ହୋଇପାରନ୍ତି ।


କୁମ୍ଭ - ସୁସମ୍ବାଦ ପାଇ ଖୁସିବ୍ୟକ୍ତ କରିପାରନ୍ତି । ଭାଗ୍ୟଶାଳୀ ହେବେ । ଦିନଟି ଭୋଗ ବିଳାସପୂର୍ଣ୍ଣ ହୋଇପାରେ । ସୁଖ-ସମୃଦ୍ଧିପୂର୍ଣ୍ଣ ଜୀବନ ଯାପନ କରିପାରନ୍ତି ।


ମୀନ - ଅଭିଜ୍ଞତା ଅର୍ଜନ କରିବେ । ବନ୍ଧୁ ବିଚ୍ଛେଦ ଘଟିପାରେ । ଈର୍ଷାଳୁ ସ୍ୱଭାବର ହୋଇପାରନ୍ତି । ସ୍ୱାଭିମାନୀ ହେବେ । ଯୁଗ୍ମ ବ୍ୟବସାୟ ଲାଭଜନକ ହେବ ।

News7 Is Now On WhatsApp Join And Get Latest News Updates Delivered To You Via WhatsApp

Copyright © 2024 - Summa Real Media Private Limited. All Rights Reserved.