୨୬ ଏପ୍ରିଲ ଶୁକ୍ରବାର : କେଉଁ ରାଶି ପାଇଁ କେମିତି ରହିବ ଆଜିର ଦିନଟି ଜାଣନ୍ତୁ

Published By : Prameya-News7 Bureau | April 26, 2019 IST

ମେଷ – ଯେକୌଣସି ସୂତ୍ରରୁ ଅର୍ଥ ପ୍ରାପ୍ତିର ସୂଚନା ମିଳୁଛି । ଶତ୍ରୁମାନଙ୍କ ଉପରେ କଡା ନଜର ରଖିବାକୁ ପଡିବ । ବସ୍ତ୍ର ଭୂର୍ଷଣ ଲାଭ ହୋଇପାରେ ।


ବୃଷ – ଘାତଚନ୍ଦ୍ର ଭୋଗ ହେଉଥିବାରୁ ସତର୍କରେ ଚଳିବେ । କନ୍ୟା,ପୁତ୍ର,ପୌତ୍ର, ପ୍ରପୌତ୍ରାଦି ଲାଭ କରିପାରନ୍ତି । ଭାଇଙ୍କ ଉପରେ ବିପଦ ରହିଛି । ସୁଖୀ ହେବେ ।


ମିଥୁନ - ଜଣେ ହୃଦୟବାନ୍ ବନ୍ଧୁ ପ୍ରାପ୍ତ ହୋଇପାରନ୍ତି । ଧର୍ମମତି ହେବାର ସୂଚନା ମିଳୁଛି । ମନୋଜ୍ଞ ହେବେ । କୃଷି କାର୍ଯ୍ୟରେ ଦକ୍ଷ ହେବେ । ଯାନବାହନ ସୁଖ ମିଳିବ ।


କର୍କଟ – ଉତ୍ସବାଦିରେ ବନ୍ଧୁ ବାନ୍ଧବଙ୍କ ସହିତ ମିଳିତ ହେବେ । କାର୍ଯ୍ୟର ସଫଳ ରୂପାୟନ କରି ଆତ୍ମତୃପ୍ତି ଲାଭ କରିବେ । ସୁଖ ସମାଚାର ପାଇ ଖୁସି ହୋଇପାରନ୍ତି ।


ସିଂହ – ଜଞ୍ଜାଳ ଦୂରେଇ ଯିବ । ଆଶାବାଦୀ ହୋଇପାରନ୍ତି । ଅର୍ଥ ପ୍ରାପ୍ତିର ସୂଚନା ମିଳୁଛି । ଭାଗ୍ୟଶାଳୀ ହୋଇପାରନ୍ତି । ବ୍ୟବସାୟ ଲାଭଜନକ ହେବ ।


କନ୍ୟା – ଧର୍ମ ଭାବନାରୁ ଶାନ୍ତି ମିଳିବ । ଶ୍ରୀଚନ୍ଦ୍ର ଭୋଗ ହେତୁ ମିଷ୍ଟାନ୍ନ ଭୋଜନ ମିଳିବ । ସରକାରୀ କିମ୍ବା ବନ୍ଧୁ ସହାୟତାରୁ ଲାଭବାନ୍ ହେବେ ।


ତୁଳା – ସୁସ୍ଥ ଓ ନିରାମୟ ଜୀବନ ଯାପନ କରିବେ । ବ୍ୟୟ ବୃଦ୍ଧିର ସୂଚନା ମିଳୁଛି । କୁଳଦୀପକ ହୋଇପାରନ୍ତି । କଥାରେ ଲୋକଙ୍କୁ ଭୁଲାଇ ସ୍ୱାର୍ଥ ହାସଲ କରିବେ ।


ବିଛା – ମନ ପ୍ରସନ୍ନ ରହିବ । ରୋଜଗାର ଉତ୍ତମ ଧରଣର ହେବ । ବିଭାଗୀୟ ସ୍ତରରେ ସମ୍ମାନିତ ହେବା ସହିତ ଅର୍ଥ ପ୍ରାପ୍ତିର ସୁଯୋଗ ଅଛି । ଉନ୍ନତ ପଥରେ ଆଗକୁ ବଢିବେ ।


ଧନୁ – ଅତିଥି ସତ୍କାର କରି ଆତ୍ମତୃପ୍ତି ଲାଭ କରିବେ । ସୁଖୀ ହେବେ । ସମ୍ମାନିତ ହୋଇପାରନ୍ତି । ଗୃହ ପରିବେଶ ଆନନ୍ଦଦାୟକ ହେବ । ଆର୍ଥିକ ଅଭିବୃଦ୍ଧି ଘଟିବାର ସୂଚନା ମିଳୁଛି ।


ମକର – କୌଣସି ଏକ ଜାଗାକୁ ନେଇ ଅଶାନ୍ତି ସୃଷ୍ଟି ହୋଇପାରେ । ସତ୍ ସଙ୍ଗୀ ହୋଇପାରନ୍ତି । ଶୁଭ ଖବର ପାଇ ଖୁସି ହେବେ । କର୍ମତତ୍ପରତା ପ୍ରକାଶ ପାଇବ ।


କୁମ୍ଭ - ଭୋଜନ ସୁଖ ମିଳିପାରେ । ଧନକ୍ଷୟ ହେବାର ସୂଚନା ମିଳୁଛି । ପ୍ରିୟଭାଷୀ ହୋଇପାରନ୍ତି । ସନ୍ ମାର୍ଗୀ ହେବେ । ଅଷ୍ଟମ ଚନ୍ଦ୍ର ଯୋଗୁଁ ସତର୍କ ରହିବେ ।


ମୀନ - ଗୃହକାର୍ଯ୍ୟରେ ବ୍ୟସ୍ତ ରହିପାରନ୍ତି । ବନ୍ଧୁ ସହ ଯୋଗ ପାଇ ଖୁସି ହୋଇପାରନ୍ତି । କୃଷିରୁ ଲାଭବାନ୍ ହୋଇପାରନ୍ତି । ଶୋଭନ ବ୍ୟକ୍ତିତ୍ୱର ଅଧିକାରୀ ହେବେ ।

News7 Is Now On WhatsApp Join And Get Latest News Updates Delivered To You Via WhatsApp

Copyright © 2024 - Summa Real Media Private Limited. All Rights Reserved.