୨୨ ଏପ୍ରିଲ ସୋମବାର : କେଉଁ ରାଶି ପାଇଁ କେମିତି ରହିବ ଆଜିର ଦିନଟି ଜାଣନ୍ତୁ

Published By : Prameya-News7 Bureau | April 22, 2019 IST

ମେଷ – ଉପକାରୀର ପ୍ରତ୍ୟୁପକାର କରିବାକୁ ଚେଷ୍ଟା କରିବେ । ଚଞ୍ଚଳ ଚେଷ୍ଟିତ ହେବେ । ଆସନ୍ନ ପ୍ରସବା ଥିଲେ କନ୍ୟାରତ୍ନ ଯାତ ହୋଇପାରେ । ହଠାତ୍ କିଛି ଅର୍ଥ ମିଳିବ ।


ବୃଷ – ପ୍ରତିଦ୍ୱନ୍ଦିତାରେ ବି ଲାଭ କରିବେ । ବିବାଦୀୟ ଘଟଣାରେ ବିଜୟୀ ହୋଇପାରନ୍ତି । ଜଳପ୍ରତି ଆଦର ପ୍ରେମୀ ଓ ବୁଦ୍ଧିମାନ ହୋଇପାରନ୍ତି । ଉଦାର ସ୍ୱଭାବର ହେବେ ।


ମିଥୁନ - ବ୍ୟବସାୟ ଲାଭଜନକ ହେବ । ଉଚ୍ଚ ଆଶା ଫଳବତୀ ହେବ । ମନ ପ୍ରସନ୍ନ ରହିବ । ମିଷ୍ଟଭାଷୀ ଭାବେ ଲୋକମାନଙ୍କୁ ବଶକରି ପାରନ୍ତି ।


କର୍କଟ – ଯେକୌଣସି ଦିଗରୁ ଶୁଭବାର୍ତ୍ତା ମିଳିପାରେ । ଆଶାବାଦୀ ହୋଇପାରନ୍ତି । ପରମ ଭାଗ୍ୟଶାଳୀ ହେବେ । ବିଭିନ୍ନ ଦିଗରୁ ଧନାଗମର ସୂଚନା ମିଳୁଛି ।


ସିଂହ – ଶ୍ରୀଚନ୍ଦ୍ର ଭୋଗ ହେଉଥିବାରୁ ଉତ୍ତମ ଭୋଜନରେ ଆପ୍ୟାୟିତ ହେବେ । ରୋଜଗାରର ମାତ୍ରା ବୃଦ୍ଧି ହେବ । ବନ୍ଧୁ କିମ୍ବା ସରକାରଙ୍କ ଦ୍ୱାରା ଲାଭବାନ୍ ହେବେ ।


କନ୍ୟା – ଗୃହ ଉପକରଣ ସଂଗ୍ରହ କରିପାରନ୍ତି । ବ୍ୟୟାଧିକ ହେବାର ସୂଚନା ମିଳୁଛି । ଚଞ୍ଚଳ ସ୍ୱଭାବର ହେବେ । ଥଣ୍ଡା କଫରେ ଆକ୍ରାନ୍ତ ହୋଇପାରନ୍ତି ।


ତୁଳା – ବହୁ ଶୁଭଫଳ ଆଶା କରାଯାଏ । ଆୟ ଆଶାନୁରୂପ ହେବ । ସୁସ୍ଥ ଓ ନିରାମୟ ଜୀବନ ଯାପନ କରିପାରନ୍ତି । ଲୋକପ୍ରିୟତା ଅର୍ଜନ କରିବେ ।


ବିଛା – ନୂତନ ଜାଗା କିଣିବାର ସୁଯୋଗ ମିଳିପାରେ । କର୍ମକ୍ଷେତ୍ର ଶ୍ରମ ବହୁଳ ହେଲେ ବି ତା’ର ମୁଲ୍ୟ ମିଳିବ । ସୁସ୍ଥ ଓ ନିରାମୟ ରହିବେ । ଯଶସ୍ୱୀ ହେବେ ।


ଧନୁ – ଭ୍ରାତୃ ବିବାଦର ସମ୍ମୁଖୀନ ହୋଇପାରନ୍ତି । ଆଶ୍ୱସ୍ତି ମିଳିବ । ଭାଗ୍ୟଶାଳୀ ହୋଇପାରନ୍ତି । ଦିନଟି ଭୋଗ ବିଳାସରେ ଅତିବାହିତ ହେବ । ବିଦ୍ୱାନ ହେବେ ।


ମକର – ମାଙ୍ଗଳିକ କାର୍ଯ୍ୟରେ ଯୋଗ ଦାନ କରିପାରନ୍ତି । ଶାରିରୀକ ପୀଡା ଅନୁଭବ କରିପାରନ୍ତି । ଈର୍ଷା ପରାୟଣ ହୋଇପାରନ୍ତି । ସ୍ୱାଭିମାନୀ ହେବେ ।


କୁମ୍ଭ - ବନ୍ଧୁ ମିଳନ ଘଟିବାର ସୁଯୋଗ ସୃଷ୍ଟି ହୋଇଛି । ବ୍ୟବସାୟ ଅତ୍ୟନ୍ତ ଲାଭଜନକ ହେବ । ଶାନ୍ତ ଓ ଧୈର୍ଯ୍ୟବାନ ହୋଇପାରନ୍ତି । ଯଶସ୍ୱୀ ହେବେ ।


ମୀନ - ନିଜକୁ କଳହ ଠାରୁ ଦୂରେଇ ରଖିପାରନ୍ତି । ଶତ୍ରୁର କାର୍ଯ୍ୟ କଳାପ ଉପରେ ଦୃଷ୍ଟି ରଖିବେ । ଭାଇମାନଙ୍କ ଉପରେ ସ୍ନେହ ଶ୍ରଦ୍ଧା ରହିବ । ବଳିଷ୍ଠ ଓ ଶତ୍ରୁହନ୍ତା ହେବେ ।

News7 Is Now On WhatsApp Join And Get Latest News Updates Delivered To You Via WhatsApp

Copyright © 2024 - Summa Real Media Private Limited. All Rights Reserved.