Thursday, May 23, 2019

News7

Prameya News7, News7 Odia, Odisha Latest News, Odisha Current Headlines, Odisha News Online

୨୧ ଏପ୍ରିଲ ରବିବାର : କେଉଁ ରାଶି ପାଇଁ କେମିତି ରହିବ ଆଜିର ଦିନଟି ଜାଣନ୍ତୁ

ମେଷ – ଅନ୍ୟ ମନସ୍କ ରହିଲେ କ୍ଷତି ସହି ପାରନ୍ତି । ଚିନ୍ତାଗ୍ରସ୍ତ ହେବେ । ଦାମ୍ପତ୍ୟ ଜୀବନ ସୁଖପ୍ରଦ ହେବ । ବସ୍ତ୍ର-ଭୂଷନ ଲାଭ ହୋଇପାରେ । ଗୃହରେ ଶାନ୍ତିର ବାତାବରଣ ସୃଷ୍ଟି ହେବ ।


ବୃଷ – ଧୈର୍ଯ୍ୟ ଧରି କାର୍ଯ୍ୟ କଲେ ସଫଳତା ମିଳିବ । ଦ୍ରବ୍ୟ ନଷ୍ଟର ସମ୍ଭାବନା ଅଛି । ପ୍ରଭାବଶାଳୀ ହେବେ । ପୁଣ୍ୟବାନ୍ ହୋଇପାରନ୍ତି । ଶୂଦ୍ଧ ସ୍ୱଭାବ ସମ୍ପନ୍ନ ହେବେ ।


ମିଥୁନ – ସୁସ୍ଥ ଓ ନିରାମୟ ଜୀବନ ଯାପନ କରିବେ । ବିଭିନ୍ନ ସ୍ତରରେ ସମ୍ମାନିତ ହେବେ । ଉପଯୁକ୍ତ କର୍ମାନୁରକ୍ତ ହେବେ । ନୃତ୍ୟ-ସଙ୍ଗୀତ ପ୍ରତି ଆଗ୍ରହ ପ୍ରକାଶ କରିପାରନ୍ତି ।


କର୍କଟ – ଅନ୍ୟକୁ ସାହାର୍ଯ୍ୟ କରି ନିଜେ ବିପଦର ସମ୍ମୁଖୀନ ହୋଇପାରନ୍ତି । ଘାତଚନ୍ଦ୍ର ଭୋଗ ହେତୁ ସତର୍କରେ ଚଳିବାକୁ ପଡିବ । ବୁଦ୍ଧିମତାର ପରିଚୟ ସୃଷ୍ଟି କରିବେ ।


ସିଂହ – ଯାତ୍ରାଦିରେ ଲାଭବାନ ହୋଇପାରନ୍ତି । କାର୍ଯ୍ୟକ୍ଷେତ୍ରରେ ଉତ୍ସାହ ବୃଦ୍ଧି ପାଇବ । କୌଶଳ ପ୍ରୟୋଗ କରି କାର୍ଯ୍ୟ ହସଲ କରିପାରନ୍ତି । ଅର୍ଥ ପ୍ରାପ୍ତିର ସୂଚନା ମିଳୁଛି ।


କନ୍ୟା – ନିଜର କାର୍ଯ୍ୟ ଦକ୍ଷତା ପ୍ରତିପାଦନ କରିବେ । ଲୋକମାନଙ୍କର ଶ୍ରଦ୍ଧାର ପାତ୍ର ହୋଇପାରନ୍ତି । ଭୋଗ-ବିଳାସ କରିପାରନ୍ତି । ଅର୍ଥ ପ୍ରାପ୍ତିର ସୂଚନା ମିଳୁଛି ।


ତୁଳା – କାର୍ଯ୍ୟରେ ସଫଳତା ଲାଭ କରିବେ । ମନ ପ୍ରସନ୍ନ ରହିବ । ଅର୍ଥ ପ୍ରାପ୍ତିର ସୂଚନା ମିଳୁଛି । ପ୍ରୀତି ଲାଭ ସୁଯୋଗ ସୃଷ୍ଟି ହୋଇଛି । ବିଭାଗୀୟ ସ୍ତରରୁ ଅର୍ଥ ମିଳିବ ।


ବିଛା – ତୀର୍ଥଯାତ୍ରା କରିବାର ସୁଯୋଗ ମିଳିବ । କର୍ମକ୍ଷେତ୍ରରେ କାର୍ଯ୍ୟ କରିବାର ଉତ୍ସାହ ବୃଦ୍ଧି ପାଇବ । ସ୍ନେହ-ପ୍ରତିରେ ସହକର୍ମୀମାନଙ୍କୁ ବାନ୍ଧି ପାରନ୍ତି ।


ଧନୁ – ପତ୍ନୀଙ୍କ ଠାରୁ ପ୍ରେରଣା ପାଇ କାର୍ଯ୍ୟ କରିବେ । ସେବା ରୂପକ ଦର୍ମ କାର୍ଯ୍ୟରେ ନିଜକୁ ନିୟୋଜିତ କରିପାରନ୍ତି । ଆର୍ଥିକ ଅଭୀବୃଦ୍ଧି ଘଟିବାର ସୂଚନା ମିଳୁଛି ।


ମକର – କର୍ମକ୍ଷେତ୍ରରେ ବ୍ୟାଘାତ ସୃଷ୍ଟି ହୋଇପାରେ । ଘାତଚନ୍ଦ୍ର ସହିତ ଅଷ୍ଟମଚନ୍ଦ୍ର ଭୋଗ ହେଉଥିବାରୁ ଖୁବ୍ ସତର୍କତାର ସହ ଚଳିବାକୁ ପଡିବ ।


କୁମ୍ଭ – କାର୍ଯ୍ୟରେ ସଫଳତା ଲାଭ କରିବେ । ଆମୋଦ-ପ୍ରମୋଦରେ ଦିନଟି ଅତିବାହିତ କରିପାରନ୍ତି । ଚିନ୍ତାଧାରା ଉନ୍ନତ ମାନର ହେବ । ନୂଆ ବନ୍ଧୁଙ୍କ ଦ୍ୱାରା ଉପକୃତ ହୋଇପାରନ୍ତି ।


ମୀନ – ବ୍ୟବସାୟରେ ସାମାନ୍ୟ ପରିମାଣର ଲାଭ ଦେବ । ସୌଭାଗ୍ୟ ବୃଦ୍ଧିର ସମୟ ଉପସ୍ଥିତ । ଶ୍ରେଷ୍ଠ କାର୍ଯ୍ୟରେ ଦକ୍ଷତା ପ୍ରତିପାଦନ କରିପାରନ୍ତି ।

465 Views

   ସମ୍ବନ୍ଧିତ ଖବର