୨୦ ଏପ୍ରିଲ ଶନିବାର : କେଉଁ ରାଶି ପାଇଁ କେମିତି ରହିବ ଆଜିର ଦିନଟି ଜାଣନ୍ତୁ

Published By : Prameya-News7 Bureau | April 20, 2019 IST

ମେଷ – କାର୍ଯ୍ୟ ହାସଲ ପାଇଁ ଉଦ୍ୟମ ଜାରି ରଖିବେ । ଶତ୍ରୁର କାର୍ଯ୍ୟକଳାପ ଉପରେ କ୍ରୋଧ ପ୍ରକାଶ କରିପାରନ୍ତି । ଭାଇମାନଙ୍କ ପ୍ରତି ସ୍ନେହଭାବ ରହିବ ।


ବୃଷ – ବାଧ୍ୟ-ବାଧକତାରେ କାର୍ଯ୍ୟ କରିବେ । ଚଞ୍ଚଳ ପ୍ରକୃତିର ହୋଇପାରନ୍ତି । ଆକସ୍ମିକ ଧନ ଲାଭର ସୂଚନା ମିଳୁଛି । ଲଟେରି ଉଠାଣ ଆପଣଙ୍କ ସପକ୍ଷରେ ଯାଇପାରେ ।


ମିଥୁନ - ଉଦାର ସ୍ୱଭାବର ହେବେ । ହର୍ଷଯୁକ୍ତ ଓ ଦାନଶୀଳ ହୋଇପାରନ୍ତି । ନୀତିନିଷ୍ଠ ବ୍ୟକ୍ତିଭାବେ ପଦ-ମର୍ଯ୍ୟଦାର ଅଧିକାରୀ ହୋଇପାରନ୍ତି ।


କର୍କଟ – ମାଲିମୋକଦ୍ଦମାରେ ବିହୟୀ ହେବେ । କର୍ମକ୍ଷେତ୍ରରେ ଉତ୍ସାହ ବୃଦ୍ଧି ପାଇବ । ମନ ପ୍ରସନ୍ନ ରହିବ । ଧାର୍ମିକ ପ୍ରବୃତ୍ତିର ହେବେ । ଦାନଶୀଳ ହୋଇପାରନ୍ତି ।


ସିଂହ – ଶୁଭକାର୍ଯ୍ୟ ପାଇଁ ସମୟ ଅନୁକୂଳ ଅଛି । ଭାଗ୍ୟଶାଳୀ ହୋଇପାରନ୍ତି । ଜଣେ ଉତ୍ତମ ବ୍ୟକ୍ତିଭାବେ ସାମାଜିକ ସ୍ତରରେ ଆଦରଣୀୟ ହେବେ । ଧନଲାଭ ହେବ ।


କନ୍ୟା – ସ୍ନେହ ବଶତଃ ଅନ୍ୟର ନିୟନ୍ତ୍ରଣରେ ରହିପାରନ୍ତି । ସୌଜନ୍ୟତାର ପରିପ୍ରକାଶ ଘଟିବ । ଐଶ୍ୱର୍ଯ୍ୟଯୁକ୍ତ ହେବେ । ସୁସ୍ଥ ଓ ନିରାମୟ ରହିବେ ।


ତୁଳା – ସବୋ କାର୍ଯ୍ୟରେ ନିଜକୁ ନିୟୋଜିତ କରିପାରନ୍ତି । ପଥରୋଧର ସମ୍ମୁଖୀନ ହେବେ । ଚଞ୍ଚଳ ସ୍ୱଭାବର ହେବେ । ବ୍ୟୟବୃଦ୍ଧିର ସୂଚନା ମିଳୁଛି ।


ବିଛା – କର୍ମକ୍ଷେତ୍ର ସହଜ ଓ ସୁଗମ ହେବ । ସୁସ୍ଥ ଓ ନିରାମୟ ଜୀବନ ଯାପନ କରିବେ । ଯଶସ୍ୱୀ ହେବେ । ଲୋକପ୍ରିୟତା ଅର୍ଜନ କରିପାରନ୍ତି । ଯଶସ୍ୱୀ ହେବେ ।


ଧନୁ – ଯାତ୍ରାଦିରେ ବନ୍ଧୁ-ବାନ୍ଧବୀଙ୍କ ସହିତ ସମ୍ମାନିତ ହେବେ । କର୍ମତତ୍ପରତା ପ୍ରକାଶ ପାଇବ । କୁଳଦୀପକ ହୋଇପାରନ୍ତି । ମନ ପ୍ରସନ୍ନ ରହିବ । ଯଶସ୍ୱୀ ହେବେ ।


ମକର – ଠାକୁରଙ୍କ ଦର୍ଶନ ଲାଭ କରି ଶାନ୍ତି ପାଇବେ । ସେବା-ପୂଜାରେ ମନୋନିବେଶ କରିପାରନ୍ତି । ଭାଗ୍ୟଶାଳୀ ହେବେ । ଣୋଗ ବିଳାସରେ ଦିନଟି ଅତିବାହିତ ହେବ ।


କୁମ୍ଭ - ନିଜ କାର୍ଯ୍ୟ ଆନନ୍ଦଦାୟକ ହେବ । ଶାରିରୀକ ପୀଡା ଅନୁଭବ କରିପାରନ୍ତି । ସ୍ୱାଭିମାନୀ ହେବେ । ଯୁଗ୍ମ ବ୍ୟବସାୟ ଲାଭଜନକ ହେବ ।


ମୀନ - ଦୃଢ ମନୋବଳ ନେଇ କାର୍ଯ୍ୟ କରିବେ । ବ୍ୟବସାୟ ଲାଭଜନକ ହେବ । ସମାଜ ସେବା ପ୍ରତି ମନ ବଳାଇ ପାରନ୍ତି । ମନରେ ଅହଂଭାବ ଜାଗ୍ରତ ହୋଇପାରେ ।

News7 Is Now On WhatsApp Join And Get Latest News Updates Delivered To You Via WhatsApp

Copyright © 2024 - Summa Real Media Private Limited. All Rights Reserved.